ଲକ୍ଷ୍ମୀପ୍ରିୟା ମହାପାତ୍ର

ଲକ୍ଷ୍ମୀପ୍ରିୟା ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଥିଲେ । ୧୯୪୬ ମସିହାରୁ ସେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିବା, ସେ ପ୍ରଥମ ମହିଳା ନର୍ତ୍ତକୀ ଥିଲେ ।

ଲକ୍ଷ୍ମୀପ୍ରିୟା ମହାପାତ୍ର
Diedମାର୍ଚ୍ଚ ୨୦, ୨୦୨୧(୨୦୨୧-୦୩-୨୦)
Nationalityଭାରତୀୟ
Occupationଓଡ଼ିଶୀ ନୃତ୍ୟଶିଳ୍ପୀ
Known forଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ ସିନେମା ଅଭିନେତ୍ରୀ
Spouseକେଳୁଚରଣ ମହାପାତ୍ର
Childrenରତିକାନ୍ତ ମହାପାତ୍ର

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଲକ୍ଷ୍ମୀପ୍ରିୟାଙ୍କ ଜନ୍ମସ୍ଥାନ ଥିଲା ଖୋର୍ଦ୍ଧା । ସେ ରାମ ମାଣିଆ, କାଶୀନାଥ ସାହୁ, ଲକ୍ଷ୍ମୀଧର ପାତ୍ରଲିଙ୍ଗରାଜ ନନ୍ଦ ଆଦି ଗୁରୁଙ୍କ ପାଖରୁ ଅଭିନୟ ଓ ନୃତ୍ୟ ଶିକ୍ଷାଲାଅ କରିଥିଲେ । ସେ ନିଜ ଅନ୍ନପୂର୍ଣ୍ଣା ବି ରଙ୍ଗମଞ୍ଚର ସହ ଅଭିନେତା ଓ ନୃତ୍ୟସାଥୀ କେଳୁଚରଣ ମହାପାତ୍ରଙ୍କୁ ବିବାହ କରିଥିଲେ ।[୧] ତାଙ୍କ ପୁତ୍ର ରତିକାନ୍ତ ମହାପାତ୍ର ମଧ୍ୟ ଜଣେ ଓଡ଼ିଶୀ ଗୁରୁ । ତାଙ୍କ ବୋହୁ ସୁଜାତା ମହାପାତ୍ର ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ୨୦୨୧ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାରଠାର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

ଅଭିନେତ୍ରୀ ଜୀବନ ସମ୍ପାଦନା

୧୯୪୬ ମସିହାରୁ ସେ ରଞ୍ଚମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ନାଟକ ମଧ୍ୟରେ ମ୍ୟାନେଜର, ଭରସା, ତଅପୋଇ, କଳାପାହାଡ଼, ମୂଲିଆ, ସାଧବ ଝିଅ, ଦଶାବତାର ଆଦି ଅନ୍ୟତମ ଥିଲା ।[୨] ୧୯୫୯ ମସିହାରେ ମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟା, ୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର ସମ୍ପାଦନା

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଅମଡ଼ା ବାଟ ୧୯୬୪ ଅମର ଗାଙ୍ଗୁଲି
ଶ୍ରୀ ଶ୍ରୀ ପତିତପାବନ ୧୯୬୩ ସୁକୁମାର ଗାଙ୍ଗୁଲି
ସୂର୍ଯ୍ୟମୁଖୀ ୧୯୬୩ ପ୍ରଫୁଲ୍ଲ ସେନଗୁପ୍ତା
ମା ୧୯୫୯ ନିତାଇ ପାଲିତ

ପୁରସ୍କାର ସମ୍ପାଦନା

  • ଆଦିଗୁରୁ ପଙ୍କଜ ଚରଣ ଦାସ ପୁରସ୍କାର[୩]

ଆଧାର ସମ୍ପାଦନା

  1. "ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ବିୟୋଗ". No. ସମାଜ ୨୧ ମାର୍ଚ୍ଚ ୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ସମାଜ. ୨୧ ମାର୍ଚ୍ଚ ୨୦୨୧. Archived from the original on 22 March 2021. Retrieved 22 March 2021. {{cite news}}: Check date values in: |date= (help)
  2. "ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପର୍ଣ୍ଣ". No. ଧରିତ୍ରୀ ୨୨/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ଧରିତ୍ରୀ. 22 March 2021. Retrieved 22 March 2021.
  3. "Award for danseuse at Odissi gala". The Telegraph. Retrieved 24 September 2015.

ଅଧିକ ତଥ୍ୟ ସମ୍ପାଦନା