ନଳିନୀବାଳା ଦେବୀ
ନଳିନୀବାଳା ଦେବୀ ଆସାମର ଜଣେ ଜଣାଶୁଣା ମହିଳା କବି ଓ ଲେଖିକା ଥିଲେ ।[୧] ତାଙ୍କର ଲେଖା ଗୁଡିକରେ ଜାତୀୟତାବାଦୀ ଛାପ ରହୁଥିଲା ।[୨] ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୯୬୮ ମସିହାରେ ସେ ତାଙ୍କର କବିତା ସଂକଳନ ପୁସ୍ତକ ଅଳକାନନ୍ଦା ପାଇଁ ଭାରତର ଶ୍ରେଷ୍ଠ ସାହିତ୍ୟ କୃତି ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ନଳିନୀବାଳା ଦେବୀ নলিনীবালা দেৱী | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୩ ମାର୍ଚ ୧୮୮୯ ଗୁଆହାଟୀ, ଆସାମ |
ମୃତ୍ୟୁ | ୨୪ ଡିସେମ୍ବର, ୧୯୭୭ |
ବୃତ୍ତି | କବି, ଲେଖକ |
ଭାଷା | ଅସମୀୟା |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ସୋନ୍ଦିୟାରା ସୁର ଅଲକାନନ୍ଦା |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପଦ୍ମଶ୍ରୀ |
ଜୀବନସାଥୀ | ଜିବେସ୍ୱର ଚଙ୍ଗକକୋଟି |
ଜୀବନୀ
ସମ୍ପାଦନାପ୍ରାରମ୍ଭିକ ଜୀବନ
ସମ୍ପାଦନାନଳିନୀବାଳା ଦେବୀଙ୍କ ଜନ୍ମ ଆସାମ ରାଜ୍ୟରେ ୧୮୯୮ ମସିହାରେ ହେଇଥିଲା । ତାଙ୍କ ପିତା କର୍ମବୀର ନବୀନ ଚନ୍ଦ୍ର ବର୍ଦୋଲୋଇ (୧୮୭୫-୧୯୩୬) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଆସାମୀୟ ଲେଖକ ଥିଲେ । ତାଙ୍କର ବିବାହ ମାତ୍ର ୧୨ ବର୍ଷରେ ହୋଇଥିଲା । କିନ୍ତୁ ତାଙ୍କର ଦୁର୍ଭାଗ୍ୟ, ତାଙ୍କର ପତିଙ୍କ ଅକାଳ ଦେହାନ୍ତ ହେଲା ବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହେଇଥିଲା । ସେ ଖୁବ ଅଳ୍ପ ବୟସରେ ତାଙ୍କର ଦୁଇଜଣ ପୁତ୍ରଙ୍କୁ ମଧ୍ୟ ହରେଇଥିଲେ ।
କବିତା ରଚନା
ସମ୍ପାଦନାନଳିନୀଦେବୀ ତାଙ୍କର ପ୍ରଥମ କବିତା "ପିତା" ମାତ୍ର ୧୦ ବର୍ଷ ବୟସରେ ଲେଖିଥିଲେ । ତାଙ୍କ କବିତା ଦେଶଭକ୍ତି, ହୃଦୟତା ଓ ନିଷ୍ଠା ଆଧାରିତ । ତାଙ୍କଦ୍ୱାରା ରଚିତ ହେଇଥିବା ସାହିତ୍ୟ କୃତିସବୁ ଏବେ ମଧ୍ୟ ଅସମୀୟା ଭାଷାରେ ଆଦୃତ । [୩][୪]
ତାଙ୍କର ପ୍ରଥମ କବିତା ସଂକଳନ "ସନ୍ଧ୍ୟାର ସୁର" ୧୯୨୮ ମସିହାରେ ପ୍ରକାଶିତ ହେଇଥିଲା । ତାହା ଗୁଆହାଟୀ ଓ କଲିକତା ବିଶ୍ୱବିଦ୍ୟାଳୟରେ ପାଠ୍ୟପୁସ୍ତକ ଭାବରେ ଗୃହୀତ ହେଇଥିଲା ।[୫]
ତାଙ୍କର ଅନ୍ୟ କୃତିସବୁ ମଧ୍ୟରେ "ଅଳକାନନ୍ଦା", "ସପୁନାର ସୁର", "ପରଶମଣି,"ଯୁଗ ଦେବତା", "ଶେଷ ପୂଜା", "ପାରିଜାତର ଅଭିଷେକ", "ମେଘଦୂତ" ଆଦି ଜନପ୍ରିୟ ।
ମୃତ୍ୟୁ
ସମ୍ପାଦନା୨୪ ଡିସେମ୍ବର ୧୯୭୭ରେ ତାଙ୍କର ଦେହାନ୍ତ ହେଇଥିଲା ।
ରଚନାବଳୀ
ସମ୍ପାଦନା- ସନ୍ଧ୍ୟାର ସୁର (ସନ୍ଧ୍ୟାର ସ୍ୱର, ୧୯୨୮)
- ସପୁନାର ସୁର (ସ୍ୱପ୍ନର ସ୍ୱର, ୧୯୪୩)
- ସ୍ମିତିର ତୀର୍ଥ (ଜୀବନୀ, ୧୯୪୮)
- ପାରଶମଣି (୧୯୫୪)
- ଜାଗୃତି (୧୯୬୩)
- ଅଳକାନନ୍ଦା (୧୯୬୮)[୪]
ପୁରସ୍କାର ସମୂହ
ସମ୍ପାଦନାସେ ତାଙ୍କର କବିତା ସଂକଳନ "ଅଳକାନନ୍ଦା" ପାଇଁ ୧୯୬୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । [୬]ଏହା ପୂର୍ବରୁ ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ ।[୭]
ଆଧାର
ସମ୍ପାଦନା- ↑ "An author & a trailblazer personality". The Telegraph. 9 ଫେବୃଆରୀ 2004. Retrieved 18 ସେପ୍ଟେମ୍ବର 2012.
- ↑ Das, p. 197
- ↑ "Nalinibala Devi remembered". Assam Tribune. 1 ଜାନୁଆରୀ 2009. Archived from the original on 17 ଜାନୁଆରୀ 2013. Retrieved 18 ସେପ୍ଟେମ୍ବର 2012.
- ↑ ୪.୦ ୪.୧ Natrajan, p. 31
- ↑ Barua, p. 15
- ↑ "Sahitya Akademi Award year wise". Official listings, Sahitya Akademi website.
- ↑ "Padma Awards Directory (1954–2009)" (PDF). Ministry of Home Affairs. Archived from the original (PDF) on 10 ମଇ 2013. Retrieved 1 ଅପ୍ରେଲ 2017.
ଅଧିକ ପଠନ
ସମ୍ପାଦନା- Das, Sisir Kumar (1995). History of Indian Literature: 1911–1956: struggle for freedom: triumph and tragedy, Vol. 2. Sahitya Akademi. ISBN 978-81-7201-798-9.
- Nalini Natarajan; Emmanuel Sampath Nelson (1996). Handbook of Twentieth-Century Literatures of India. Greenwood Publishing Group. ISBN 0313287783.
- Preeti Barua (2000). Nalinibala Devi. Sahitya Akademi. ISBN 8126009160.