Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଓଡ଼ିଆ ଉଇକିପିଡ଼ିଆ ବର୍ତ୍ତମାନ ୧୬ ହଜାର ପ୍ରସଙ୍ଗରେ ପହଞ୍ଚିବାକୁ ଯାଉଛି । ଯଦିଓ ଇଏ ଖୁସିର ବିଷୟ ମୁଁ ଭାବୁଛି ଏ ଆମ ପାଇଁ ସ୍ୱ-ବିଶ୍ଳେଷଣ କରିବାର ମଧ୍ୟ ସମୟ । ମୁଁ କେବଳ ନିମ୍ନମାନର ପ୍ରସଙ୍ଗ ଓ ତା'ର ପୃଷ୍ଠଭୂମି ଜାଣିବାକୁ ଚେଷ୍ଟା କରୁଥିଲି । ଯାହା ଜଣାଯାଉଛି ଆମକୁ ୧୬ ହଜାର ପ୍ରସଙ୍ଗର ଖୁସି ପାଳନ କରିବା ଆଗରୁ ପାଖାପାଖି ୪ ହଜାର ନିମ୍ନମାନର ପ୍ରସଙ୍ଗ କଥା ଭାବିବାକୁ ପଡ଼ିବ । ତେବେ ଏ ୪ ହଜାର ଭିତରୁ ୬୦୦ ପାଖାପାଖି ଉଇକିଆଳିଙ୍କ ତିଆରି ଓ ସେସବୁର ମାନ ଉନ୍ନତ କରିବା ସମୟସାପେକ୍ଷ ହେଲେ ହେଁ ସମ୍ଭବ । ବାକି ୩,୬୦୦ ଖଣ୍ଡେ ବଟଦ୍ୱାରା ୨୦୧୪-୨୦୧୫ ମସିହାରେ ତିଆରି । ଏଥି ଭିତରୁ ୧,୨୫୬ କେବଳ ଡାଇନୋସର ବାବଦରେ ଆଉ ଥରୁଟିଏ ମଧ୍ୟ କୌଣସି ଅଣ-ବଟ ଉଇକିଆଳିଙ୍କଦ୍ୱାରା ସମ୍ପାଦନା କରାଯାଇନାହିଁ । ଯଦି ୬ ବର୍ଷ ଭିତରେ ପ୍ରସଙ୍ଗଟିଏ ଜଣେ ଉଇକିଆଳିଙ୍କ ଦ୍ୱାରା ସମ୍ପାଦନା ହୋଇନାହିଁ ଆଉ ପୂରା ପ୍ରସଙ୍ଗରେ କେବଳ ୪ଟି ଛାଞ୍ଚ ଭଳି ବାକ୍ୟ (୧୦୦ ଶବ୍ଦରୁ ମଧ୍ୟ କମ) ରହିଛି ମୋ ମତରେ ସେ ପ୍ରସଙ୍ଗ ରଖିବାର କୌଣସି କାରଣ ନାହିଁ । ଉଇକିପିଡ଼ିଆର ମୂଳ ଉଦ୍ଦେଶ୍ୟ ଲୋକଙ୍କ ପାଇଁ ତାଙ୍କ ଭାଷାରେ ଜ୍ଞାନ ବିତରଣ କରିବା । ପ୍ରସଙ୍ଗ ସଂଖ୍ୟା ନାଁକୁ ମାତ୍ର ବଢ଼ାଇବା ନୁହେଁ । ତେବେ ତଥ୍ୟ ଉପଲବ୍ଧ ନ ଥିଲେ ଅଧାଗଢ଼ା ପ୍ରସଙ୍ଗ କରିବାରେ ଅସୁବିଧା ନାହିଁ । ଆମ କମୁନିଟି ଏବେ ଛୋଟ । ତେଣୁ ନୂଆ ଉଇକିଆଳିଙ୍କ ଦ୍ୱାରା ଲେଖା ଆଉ ଆଗରୁ ଥିବା ଅଣ-ବଟତିଆରି ନିମ୍ନମାନର ଲେଖାର ମାନ ଉନ୍ନତ କରିବା ମଧ୍ୟ ଅତି ସମୟ ସାପେକ୍ଷ । ତା' ଉପରେ ବଟତିଆରି ଲେଖା ସୁଧାରିବା ବୋଝ ଉପରେ ନଳିତା ବିଡ଼ା ଭଳି । ମୁଁ ଥରେ ଦୁଇଥର ଡାଇନୋସର ଲେଖା ଗୋଟେ ଯୋଡ଼େ ସୁଧାରିବାକୁ ଯାଇ ଅସଫଳ ହୋଇଛି କାରଣ ଡାଇନୋସର ସମ୍ବନ୍ଧିତ ଶବ୍ଦାବଳୀ ଓଡ଼ିଆରେ ନାହିଁ । ଇଂରାଜୀରୁ ଅକ୍ଷରାନ୍ତର କରିବା କଷ୍ଟ । ଏ ବିଷୟରେ କାହାର ନିହାତି ଆଗ୍ରହ ନ ଥିଲେ ଜଣେ କରିବ ନାହିଁ ।


ତେଣୁ ଡାଇନୋସର ସମ୍ବନ୍ଧିତ ସବୁ ଅଧାଗଢ଼ା ପ୍ରସଙ୍ଗ ଲିଭାଇବା ପାଇଁ ମୁଁ ସମସ୍ତଙ୍କ ମତ ଲୋଡ଼ୁଛି । ଦୟାକରି ତଳେ ନିଜ ନିଜର ମତ ଦେବେ । ଯଦି କୌଣସି କାରଣରୁ ନ ଲିଭେଇ ଅନ୍ୟ କୌଣସି ବାଟରେ ପ୍ରସଙ୍ଗ ଉନ୍ନତ କରିବା କଥା ଭାବୁଛନ୍ତି ତାହେଲେ ତାହା ମଧ୍ୟ ଜଣାଇବେ । ସହମତ, ବିରୋଧ, ଭିନ୍ନମତ ସବୁପ୍ରକାର ମତକୁ ସ୍ୱାଗତ । ଏସବୁକୁ ଭିତ୍ତି କରି ଆଜିଠୁ ମାସେ ପରେ (ଅକ୍ଟୋବର ୧୦ ତାରିଖ) କୌଣସି ସିଦ୍ଧାନ୍ତ ନିଆଯିବ ।

 ସମର୍ଥନ- ଡାଇନୋସର ଓ ଅନ୍ୟ ପ୍ରସଙ୍ଗ ଯାହା ବଟ ଚଳାଇ ୧ ଧାଡ଼ି ଲେଖାହୋଇଛି ତାକୁ ରଖି ପ୍ରସଙ୍ଗ ସଂଖ୍ୟ ବଢ଼ାଇବା ଅପେକ୍ଷା ତାକୁ ଲିଭାଇ ଦିଆଯାଉ । Pmsarangi (ମୋ ଆଲୋଚନା) ୧୨:୨୮, ୨୩ ସେପ୍ଟେମ୍ବର ୨୦୨୦ (IST)

Ssgapu22 (ଆଲୋଚନାଅବଦାନ)

ଖାଲି ବଟ୍ ଦ୍ୱାରା ନୁହେଁ କିଛି ମାନୁଆଲ୍ ବି ହେବା ଆବଶ୍ୟକ । ଡିଲିଟ୍ ପୂର୍ବରୁ ପ୍ରସଙ୍ଗଗୁଡ଼ିକୁ ଯଦି ଉନ୍ନତ କରାଯାଇପାରିବ, ତେବେ ତାକୁ କରିବା ଆବଶ୍ୟକ । ଖାଲି ୧୦୦ରୁ କମ୍ ଶବ୍ଦ ଥିବା ପ୍ରସଙ୍ଗ ହେଲେ, ଅନେକ ପ୍ରସଙ୍ଗ ତହିଁରେ ଅନ୍ତର୍ଭୁକ୍ତ ହେଇଯିବ ।

Soumendrak (ଆଲୋଚନାଅବଦାନ)

 ସମର୍ଥନ- ଡାଇନୋସର ପ୍ରସଙ୍ଗ ଲିଭାଯାଉ ।

Hellohappy (ଆଲୋଚନାଅବଦାନ)

କେବଳ ଡାଇନୋସର କାହିଁକି ! ଏ ସଂଖ୍ୟା ପ୍ରସଙ୍ଗଗୁଡିକରେ ବି କିଛି ତଥ୍ୟ ନାହିଁ । ରଖିକି ଲାଭ କଣ ? ଆଛା, ଡାଇନୋସର ପ୍ରସଙ୍ଗ ଅଜନସିଙ୍ଗେନିଆରେ ତ ତଥ୍ୟ ଅଛି, ଉଇକିଆଳିମାନେ କିଛି ସମ୍ପାଦନା ବି କରିଛନ୍ତି । ଏହାକୁ କାହିଁକି ଡିଲିଟ କରାଯିବ ! ପୁଣି ଏମିତି ଗୁଡିଏ ପ୍ରସଙ୍ଗ ବି ଅଛି । ଏଗୁଡିକୁ କଣ କରାଯିବ ?

Psubhashish (ଆଲୋଚନାଅବଦାନ)

@Hellohappy ପୂରା ଏକମତ । ଅତି କମରେ ୨୦୦ ଶବ୍ଦରୁ କମ ବା ୧୦ଟି ବାକ୍ୟରୁ କମ (ପୂର୍ଣ୍ଣଚ୍ଛେଦ "।" ଗଣି) ଥିବା ପ୍ରସଙ୍ଗର ଗୋଟେ ତାଲିକା କରିହେବ କି @Jnanaranjan sahu @Soumendrak ବଟ ଚଳେଇ? ଆମେ ହୁଏତ ସେଇ ତାଲିକାକୁ ଧରି ସଫାସଫି କାମ ଆରମ୍ଭ କରିପାରିବା ।

Jnanaranjan sahu (ଆଲୋଚନାଅବଦାନ)

"ଡାଇନୋସର ସମ୍ବନ୍ଧିତ ସବୁ ଅଧାଗଢ଼ା ପ୍ରସଙ୍ଗ ଲିଭାଇବା" ବାବଦରେ ମୋ ଲିଭାଇବା ପ୍ରସ୍ତାବ ସମର୍ଥନ କରୁଛି । ବିଶେଷ:ଛୋଟପୃଷ୍ଠା ଏଇଠି ଯାଇ ସବୁ ଛୋଟ ପୃଷ୍ଠା ଦେଖିପାରିବା ।

Jnanaranjan sahu (ଆଲୋଚନାଅବଦାନ)

ଏହି ଅଲୋଚନାଟି ପ୍ରାୟ ଦୁଇ ମାସ ହେଲାଣି ଆରମ୍ଭ ହେଲାଣି । ଏହି ଆଲୋଚନାକୁ ଆଧାର କରି ଡାଇନୋସର ଏବଂ ସଂଖ୍ୟା ପ୍ରସଙ୍ଗ ଧିରେ ଧିରେ ଲିଭାଯିବ । କିଛି ମତାମତ କିମ୍ବା ଯୋଜନା ଥିଲେ ଜଣାନ୍ତୁ ।

Jnanaranjan sahu (ଆଲୋଚନାଅବଦାନ)
"ବଟ-ତିଆରି ଓ ଅନ୍ୟାନ୍ୟ ନିମ୍ନମାନର ପ୍ରସଙ୍ଗ"ଙ୍କୁ ଉତ୍ତର