ଫ୍ୟାମିଲି ନମ୍ବର୍ ୱାନ୍

୨୦୧୧ର ଓଡ଼ିଆ କଥାଚିତ୍ର

ଫ୍ୟାମିଲି ନମ୍ବର୍ ୱାନ୍, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା ଏବଂ ଅଶୋକ ସାହୁ ।[୧] ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ, ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଫ୍ୟାମିଲି ନମ୍ବର୍ ୱାନ୍
ନିର୍ଦ୍ଦେଶକନିଶିକାନ୍ତ ଦଳବେହେରା
ପ୍ରଯୋଜକରବିନ୍ଦ୍ର ପଣ୍ଡା
ଅଶୋକ ସାହୁ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟନିଶିକାନ୍ତ ଦଳବେହେରା
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରଦୀପକ ବାରିକ
ମଧୁସ୍ମିତା
ଚୌଧୁରୀ ଜୟପ୍ରକାଶ ଦାସ
ଚୌଧୁରୀ ବିକାଶ ଦାସ
ବିଜୁ ବଡ଼ଜେନା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣଅମରଜିତ ମହାନ୍ତି
ସମ୍ପାଦକଅଜିତ ମନ୍ଧୁଆଳ
ମୁକ୍ତିଲାଭ ତାରିଖ
୨୭ ମଇ ୨୦୧୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ମଧୁସ୍ମିତା । ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ବିଜୁ ବଡ଼ଜେନା, ନିରଞ୍ଜନ ପତି, ବିଜୟ ପଟ୍ଟନାୟକ, ପ୍ରିୟଙ୍କା, ସୁବାଷ ଚନ୍ଦ୍ର ସାହୁ, ସ୍ମୃତି, ସୁଭାଙ୍ଗି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଆକାଶ (ଦୀପକ) ଏକ ଅନାଥ ପିଲାଟିଏ, ଯାହାର କେବେଳ ତା' ମାମୁଁ (ଚୌଧୁରୀ ଜୟପ୍ରକାଶ ଦାସ) ହିଁ ସାହା ଭରଷା । ଆକାଶ ତା' ଅଫିସ୍‌ରେ ଏକ ଝିଅ ମେଘ୍ନାକୁ (ମଧୁସ୍ମିତା) ଭଲ ପାଇବସେ । କିନ୍ତୁ ସେହି ଝିଅଟି ବି ଅନାଥ ଥାଏ, ଯାହାର ଗୋଟିଏ ସମ୍ପୂର୍ଣ୍ଣ ପରିବାରରେ ବିବାହ କରିବାର ଇଚ୍ଛା ଥାଏ । ତେଣୁ ଆକାଶ ତା'ର ଏକ ଅସ୍ଥାୟୀ ପରିବାର ତିଆରି କରେ । ସେ ଗୋଟିଏ ମଦୁଆ ପ୍ରାକ୍ତନ ଯାତ୍ରା କଳାକାରକୁ ତା'ର ବାପା, ଗୋଟେ ଚୋରଣୀକୁ ତା'ର ମାଆ ଏବଂ ଗୋଟିଏ ଝିଅକୁ ତା'ର ଭଉଣୀ କରି ଆଣି ଘରେ ରଖେ । ଏହାପରେ ଦୁହିଁଙ୍କର ବିବାହ ହୋଇଯାଏ । ମାତ୍ର ଧିରେ ଧିରେ ମେଘ୍ନା ସବୁକିଛି ଜାଣିପାରେ । ଫଳରେ ସେ ଘର ଛାଡ଼ିଯିବାକୁ ଚାହେଁ, ମାତ୍ର ସେଠାରେ ତା'ର ମିଛିମିଛିକା ଶାଶୁ, ଶଶୁର, ନଣନ୍ଦ ହୋଇଥିବା ଲୋକମାନେ ତାକୁ ସେମାନଙ୍କର ଭୁଲ ମାଗନ୍ତି ଏବଂ ସମସ୍ତ ଅନାଥମାନେ ମିଶି ଗୋଟେ ସୁନ୍ଦର ଫ୍ୟାମିଲି (ପରିବାର) ଗଢ଼ନ୍ତି ।

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ବାପୁ ଗୋସ୍ୱାମୀ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ବୋଲୋ ସେଇଁ ହୈ ସାଲା" 
2."ଏ ଶୁଣନା ଦିନରେ ଭୈୟା" 
3."କାହା ଚାବି" 
4."ପତଳା ନିଦରେ ଶୋଇଚି ମୋ ପ୍ରିୟା" 
5."ପାଲିଙ୍କି ଆଣି ଫେମିଲି ନଂ ୧" 

ଆଧାର ସମ୍ପାଦନା

  1. ୧.୦ ୧.୧ "FAMILY NO 1 – Oriya Film Music Songs". Incredible Orissa. 25 June 2011. Retrieved 21 November 2017.
  2. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  3. "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.
  4. "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.

ବାହାର ଆଧାର ସମ୍ପାଦନା