ଜ୍ୟୋତି ମିଶ୍ର
ଓଡ଼ିଆ ଅଭିନେତ୍ରୀ
ଜ୍ୟୋତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଆଲବମ୍ ଗୀତ ଆଦିରେ ଅଭିନୟ କରିନ୍ତି । ସେ ପାଠପଢ଼ା ସମୟରେ ୧୯୯୬ ମସିହାରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହାପରେ ସେ ୧୯୯୮ ମସିହାରେ ବୋଉ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧] ଜ୍ୟୋତି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ଜ୍ୟୋତି ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨୨ ଫେବୃଆରୀ |
ଜାତୀୟତା | ଭାରତୀୟ |
ଜୀବିକା | ସିନେମା ଅଭିନେତ୍ରୀ |
କାର୍ଯ୍ୟକାଳ | ୧୯୯୮-୨୦୦୭ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ଜ୍ୟୋତି ମିଶ୍ର ଓଡ଼ିଶାରେ ୧୯୭୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ସ୍ନାତ୍ତକୋତର ଶିକ୍ଷା ସମାପ୍ତ କରିଛନ୍ତି |
ସିନେମା ଜୀବନସମ୍ପାଦନ କରନ୍ତୁ
୧୯୯୮ ମସିହାରେ ସୌଭାଗ୍ୟବତୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଜ୍ୟୋତି, ବର୍ତ୍ତମାନ ସୁଦ୍ଧା ୧୪ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
---|---|---|
ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
ମୋ ସୁନା ପୁଅ | ୨୦୦୭ | |
ତୁ ଏକା ଆମ ସାହା ଭରସା | ୨୦୦୬ | |
ଏଇଠି ସ୍ୱର୍ଗ ଏଇଠି ନର୍କ | ୨୦୦୩ | |
ମାତୃଶକ୍ତି | ୨୦୦୩ | ବସନ୍ତ ସାହୁ |
ସିନ୍ଦୂର ନୁହେଁ ଖେଳଘର | ୨୦୦୨ | ରବି କିନ୍ନାଗୀ |
ଧର୍ମ ସହିଲେ ହେଲା | ୨୦୦୨ | |
ମା ମଙ୍ଗଳା | ୨୦୦୨ | |
ମନ ରହିଗଲା ତୁମରି ଠାରେ | ୨୦୦୨ | ମହମ୍ମଦ ମହସୀନ |
ବୋଉ | ୨୦୦୦ | ସବ୍ୟସାଚୀ ମହାପାତ୍ର |
ତୋ ଆଖି ମୋ ଆଇନା | ୧୯୯୯ | |
ସହର ଜଳୁଛି | ୧୯୯୮ | |
ସିଂହବାହିନୀ | ୧୯୯୮ | ବସନ୍ତ ସାହୁ |
ସୌଭାଗ୍ୟବତୀ | ୧୯୯୮ |
ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ଜ୍ୟୋତି ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)