ପ୍ରୀତିରଞ୍ଜନ ଘଡ଼ାଇ

ଓଡ଼ିଆ ରାଜନୀତିଜ୍ଞ

ପ୍ରୀତିରଞ୍ଜନ ଘଡ଼ାଇ (ଜନ୍ମ: ୬ ଜୁନ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରୀତିରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋରାଇସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରୀତିରଞ୍ଜନ ଘଡ଼ାଇ
ବିଧାୟକ: ୧୫ଶ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀକୁଆଁରିଆ ମାଝି
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-06-10) ୧୦ ଜୁନ ୧୯୭୩ (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଦେବସ୍ମିତା ଘଡ଼ାଇ (୧ମ ପତ୍ନୀ)[୧]
ଝିଲିକ୍ ଭଟ୍ଟାଚାର୍ଯ୍ୟ (୨୦୨୦-ଏବେଯାଏଁ)
ବାପା/ବୋଉପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବାପା)
ପ୍ରତିମା ଘଡ଼ାଇ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

ପ୍ରୀତିରଞ୍ଜନ ଘଡ଼ାଇ ୧୯୭୩ ମସିହାର ଜୁନ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ।[୨] ସେ ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ।[୩] ପ୍ରୀତିରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ।[୨] ପ୍ରୀତିରଞ୍ଜନଙ୍କର ବାପା ପ୍ରଫୁଲ୍ଲ ଘଡ଼ାଇ ଜଣେ ରାଜନୀତିଜ୍ଞ ଏବଂ ସେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ପ୍ରୀତିରଞ୍ଜନ ଘଡ଼ାଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା କୋରାଇ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ

ଆଧାରସମ୍ପାଦନ କରନ୍ତୁ

  1. "ଚର୍ଚ୍ଚାରେ ବିଜେଡି ବିଧାୟକମାନଙ୍କ ପ୍ରେମ ଓ ବ୍ୟକ୍ତିଗତ ସମ୍ପର୍କ". Odisha Reporter. ଭୁବନେଶ୍ୱର. 18 May 2022. Archived from the original on 21 May 2022. Retrieved 21 May 2022.
  2. ୨.୦ ୨.୧ ୨.୨ "Shri Pritiranjan Gharai". odishaassembly.nic.in. Odisha Assembly. Retrieved 6 November 2019.
  3. "ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ | Sambad". ସମ୍ବାଦ. sambad.in. 12 March 2020. Retrieved 12 March 2020.