ମୁଖ୍ୟ ସୂଚୀ ଦେଖିବେ

ଓଡ଼ିଶାର ବୟନ ଶିଳ୍ପ

ଏକ ହାତବୁଣା ଇକତ ସମ୍ବଲପୁରୀ ଶାଢ଼ି

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ଵ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ ଶିଳ୍ପକୁ କେବଳ ବ୍ୟବସାୟିକ ଦୃଷ୍ଟିରେ ଦେଖାଯାଏ ନାହିଁ, ବରଂ ଏହା ଆମ ସଂସୃତିର ଏକ ପରିଭାଷା । ପିଢି ପିଢି ଧରି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି ।

ବିଷୟସୂଚୀ

କ୍ରମବିକାଶସମ୍ପାଦନ କରନ୍ତୁ

ଓଡ଼ିଶାର ବୟନ ଶିଳ୍ପ କେଉଁ ବୈାଦ୍ଦ ଯୁଗରୁ ଆରମ୍ଭ କରି ଇତିହାସର କୂଳେ କୂଳେ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିସ୍ତରି ଆସିଛି । ନୈାବାଣିଜ୍ୟରେ ପ୍ରସିଦ୍ଧ କଳିଙ୍ଗ ବଣିକ କାରପାଶ ବସ୍ତ୍ର, ରେଶମ ବସ୍ତ୍ରକୁ ନେଇ ଯେପରି ପୃଥିବୀ ବାଣିଜ୍ୟର ମାନଚିତ୍ରରେ ଯେଉଁ ସ୍ଵତନ୍ତ୍ରତା ସୃଷ୍ଟି କରିଥିଲେ ,ତାହା ଓଡ଼ିଆଙ୍କୁ ଆଜି ମଧ୍ୟ ଚମତ୍କୃତ କରେ । ଶିଳ୍ପ ବିପ୍ଳବ ପରଠାରୁ ଇଂରେଜମାନଙ୍କର ଧ୍ଵଂସ ଅର୍ଥ ନୀତି ଯୋଗୁଁ ଭାରତୀୟ କୂଟୀର ଶିଳ୍ପ , ହସ୍ତତନ୍ତ ଏବଂ କାରିଗରୀ ଯେପରି ମୁମୂର୍ଷ ଅବସ୍ଥାରେ ପହଞ୍ଚିଗଲା ତାହା ଆଜି ଯାଏ ମଧ୍ୟ ଏହି ଶିଳ୍ପକୁ ପ୍ରଭାବିତ କରି ଆସୁଛି । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ଉଦ୍ୟମ ଫଳରେ ପ୍ରଥମେ ଓଡ଼ିଶାର ହସ୍ତତନ୍ତ ସମ୍ବଲପୁରୀ ବସ୍ତ୍ର ନିଜେ ହଜାଇଥିବା ଗୈାରବକୁ ଫେରିପାଇଥିଲା । ପରେ ପରେ ଅନ୍ୟ କ୍ଲଷ୍ଟର ଗୁଡିକର ବିକାଶ ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିଲା ।

ଓଡ଼ିଶାର ବୟନ ଶିଳ୍ପ ହେଉଛି ଏକ ବୃହତ କୁଟୀର ଶିଳ୍ପ । ଉତ୍ତମ ବୁଣାକାର୍ଯ୍ୟ ଏବଂ କଳାକାରୀ ପାଇଁ ଏହା ଜଣାଯାଇଥାଏ । ଏହା ରାଜ୍ୟ ଜନସଂଖ୍ୟାର ମୋଟ ୪ ପ୍ରତିଶତ ଲୋକଙ୍କୁ ରୋଜଗାର ଯୋଗାଉଛି । ଏଥି ମଧ୍ୟରେ ୧ ପ୍ରତିଶତ ଅନୁସୂଚିତ ଜାତି, ୩୦ ପ୍ରତିଶତ ଜନଜାତି ଏବଂ ୬୯ ପ୍ରତିଶତ ସାଧାରଣ ବର୍ଗ ଲୋକମାନେ ଏହି ଶିଳ୍ପ ସହିତ ଜଡିତ ଅଛନ୍ତି । ଓଡ଼ିଶାର ମୁଖ୍ୟ ହସ୍ତତନ୍ତ କେନ୍ଦ୍ରଗୁଡିକ ହେଉଛି ସମ୍ବଲପୁର , ବରଗଡ଼, ସୋନପୁର, ବୈାଦ, ନୂଆପାଟଣା, ଜଗତସିଂହପୁର, କୋଟପାଡ଼, ପୁରୀ, ନୟାଗଡ଼, ବଲାଙ୍ଗୀର , ଢେଙ୍କାନାଳ , କଟକ , ଫକୀରପୁର, ମାଙ୍କିଡିଆ, ମାଲକାନଗିରି ଇତ୍ୟାଦି ।

ଗୁଣସମ୍ପାଦନ କରନ୍ତୁ

ବୟନ ଶିଳ୍ପରେ ପ୍ରସ୍ତୁତ ବସ୍ତ୍ରଗୁଡିକ ସାଧାରଣତଃ ତୁଳାରେ ପ୍ରସ୍ତୁତ ସୂତାରେ ଏବଂ ସିଲ୍କ ସୂତାରେ ତିଆରି କରାଯାଇଥାଏ । ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଚାଳିତ ତନ୍ତ ତଥା ସ୍ଵଂୟଚାଳିତ ଯନ୍ତ୍ର ବ୍ୟବହାର କରାଯାଇ ନାହିଁ । ଏହି ବସ୍ତ୍ର ଗୁଡିକର ରଙ୍ଗ ସାଧାରଣତଃ କଳା, ଧଳା , ସବୁଜ , ନାରଙ୍ଗୀ, ନୀଳ, ମାଟିଆ, ହୋଇଥାଏ । ଚିତ୍ର ଏବଂ କଳାକୃତୀରେ ଅଧିକାଂଶ ଭାବରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳେ । ମନ୍ଦିର , ଚକ୍ର, ଫୁଲ, ପତ୍ର, ପ୍ରକୃତି ଏବଂ ଆଦିବାସୀ ସଂସ୍କୃତି , ତାଙ୍କର ବ୍ୟବହାର୍ଯ୍ୟ ହାତହତିଆର, ପାଳନ କରୁଥିବା ପର୍ବପର୍ବାଣୀ , ପଶୁପକ୍ଷୀ, ଝୋଟି ଚିତ୍ର ତଥା କାରୁକାର୍ଯ୍ୟ ଭାବରେ ବହୁଳ ବ୍ୟବହାର କରାଯାଏ ।

ଉପାଦାନସମ୍ପାଦନ କରନ୍ତୁ

ବୟନ ଶିଳ୍ପର ତିନୋଟି ମୁଖ୍ୟ ଉପାଦାନ ହେଉଛି ସୂତା, ରଙ୍ଗ , ଏବଂ ତନ୍ତ ।

ସୂତାସମ୍ପାଦନ କରନ୍ତୁ

ହସ୍ତତନ୍ତରେ ପ୍ରସ୍ତୁତ ବସ୍ତ୍ର ଗୁଡିକ ସାଧାରଣତଃ ସିଲ୍କ, ଖଦି, ଟସର, କପା, ତୁଲାର ହୋଇଥାଏ । ସିଲ୍କ ଏକ ବିଶେଷ ଧରଣର ପୋକରୁ ବାହାରେ ତାହା ହେଉଛି ରେଶମ ପୋକ । ରେଶମ ପୋକର ଅଣ୍ତା, ଖୋଳ, ଏବଂ ପ୍ୟୁପାରୁ ସିଲ୍କ ପ୍ରସ୍ତୁତ କରାଯାଇ ଏହାକୁ ସୂତାର ଆକାର ଦିଆଯାଏ । ସିଲ୍କ ବସ୍ତ୍ର ଗୁଡିକ ସବୁବେଳେ ଅଧିକ ଆକର୍ଷଣୀୟ ହୋଇଥାଏ ଏବଂ ବଜାରରେ ବହୁତ ପରିମାଣରେ ବିକ୍ରୀ ହୁଏ । ଏହି ପ୍ରଣାଳୀରୁ ବାହୁରୁଥିବା ଖଦଡ ଅଂଶଟି ହେଉଛି ଟସର । ବଜାରରେ ଅଧିକାଂଶ ଟସର ଶାଢୀ , ଚଦର, ସାଲ ମିଳିଥାଏ । ଏହା ଶରୀର ପାଇଁ ବହୁତ ଗରମ,ତେଣୁ ଶୀତ ଦିନେ ଏହାକୁ ଅଧିକ ବ୍ୟବହାର କରାଯାଏ । ସେହିପରି ଏଣ୍ତି ଚାଦର ଏବଂ ସାଲ ବିଶେଷ ଧରଣର ପୋକର ଲାଳରୁ ତିଆରି କରାଯାଏ । ଏହାକୁ ଏଣ୍ତି ପୋକ କୁହାଯାଏ । ଏହାକୁ ମଧ୍ୟ କେବଳ ଶୀତ ବସ୍ତ୍ର ଭାବରେ ବ୍ୟବହାର କରାଯାଇ ପାରିବ । ଖଦଡ ତଥା ଖଦି ବସ୍ତ୍ର ଗୁଡିକ ତୁଳା ଏବଂ କପାରୁ ପ୍ରସ୍ତୁତ କରାଯାଏ । ଏହା ଶରୀର ପାଇଁ ଉପାଦେୟ ଏବଂ ଏହାର ଜଳଧାରଣ କ୍ଷମତା ଅଧିକ । ତେଣୁ ଖରାଦିନେ ଏହାର ଚାହିଦା ଅଧିକ ବଢିଥାଏ ।

ରଙ୍ଗସମ୍ପାଦନ କରନ୍ତୁ

ଓଡ଼ିଶାର ବୟନ ଶିଳ୍ପରେ ଟାଏ ଡାଏ ପ୍ରଣାଳୀରେ ରଙ୍ଗ ବ୍ୟବହାର କରାଯାଇ ଥାଏ। ରଙ୍ଗ ଗଠନ(ଡିଜାଇନ) କରିବାର ଏକ ଜରୁରୀ ଉପାଦାନ । ଏହାର ଏକ ମୁଖ୍ୟ ଉଦାହରଣ ହେଉଛି ସମ୍ବଲପୁରୀ ବସ୍ତ୍ର, ରଙ୍ଗ କ୍ଷେତ୍ରରେ କୋରାପୁଟର କୋଟପାଡ ବସ୍ତ୍ର ରଏକ ଖାସ ଗୁଣ ହେଉଛି ଏହାର ରଙ୍ଗ ଗଛର ପତ୍ର, ଫୁଲ, ଚେର , ପନିପରିବାରୁ ପ୍ରସ୍ତୁତ କରାଯାଇଥାଏ । ରଙ୍ଗକୁ ପ୍ରସ୍ତୁତ କରିବା ପ୍ରଣାଳୀ ଏବଂ ବ୍ୟବହାର କରିବା ପ୍ରଣାଳୀ ମଧ୍ୟ ପ୍ରାକୃତିକ, ତେଣୁ ଶରୀର ତଥା ଚର୍ମ ପାଇଁ ଏହା ଅଧିକ ହିତକର ।

ତନ୍ତସମ୍ପାଦନ କରନ୍ତୁ

ତନ୍ତ ହେଉଛି ଏକ କାଠ ନିର୍ମିତ ଯନ୍ତ୍ର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ଲକ୍ଷ ଉଣେଇଶି ହଜାର ତନ୍ତ ରହିଛି । ଏହା ସାହାଯ୍ୟରେ ଲୁଗା ବୁଣାବୁଣା ଯାଇଥାଏ । ବୁଣାଯିବା ପୂର୍ବରୁ ବସ୍ତ୍ର ଆକାରରେ ଏକ ଢାଞ୍ଚା ପ୍ରସ୍ତୁତ କରାଯାଇଥାଏ , ଯେଉଁଥିରେ ସୂତାକୁ ଟଣି ସାହାଯ୍ୟରେ ଛନ୍ଦି ଛନ୍ଦି ଲୁଗା ବୁଣାଯାଇଥାଏ । ତନ୍ତ ସହିତ ଜଡିତ ଡବି ସାହାଯ୍ୟରେ ଲୁଗା ଉପରେ ଚିତ୍ର, କାରୁକାର୍ଯ୍ୟ କରାଯାଏ ।

କ୍ଲଷ୍ଟରସମ୍ପାଦନ କରନ୍ତୁ

ରାଜ୍ୟରେ ୭୨ଟି କ୍ଲଷ୍ଟର ରହିଛି ତନ୍ମଧ୍ୟରୁ କେତେକ ହେଉଛନ୍ତି - ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼, ବରପାଲି, ପଦ୍ମପୁର,ଭାଟ, କଟକ ଜିଲ୍ଲାର ବଡ଼ମ୍ବା, ତିଗିରିଆ, ନିଶ୍ଚିନ୍ତ କୋଇଲି, ବାଙ୍କୀ ସୁବର୍ଣପୁରର ବୀର ମହାରାଜପୁର,ଉଲୁଣ୍ତା,ବିନିକା ଓ ଯୟପୁରର ରସୁଲପୁର ଇତ୍ୟାଦି ।

ବୁଣାକାର ଏବଂ ସମବାୟ ସଂସ୍ଥାସମ୍ପାଦନ କରନ୍ତୁ

ଓଡ଼ିଶାର ଅଧିକାଂଶ ଗ୍ରାମ ଗୁଡିକରେ ହିଁ ବୁଣାକାର୍ଯ୍ୟ କରାଯାଏ । ସାଧାରଣତଃ ପଶ୍ଚିମ ଓଡ଼ିଶା(ବରଗଡ,ସୋନପୁର)ର ଗ୍ରାମ ଗୁଡିକ ଅଧିକ ପରିମାଣରେ ବୁଣାବୁଣି କରିଥାନ୍ତି । ବୁଣାକାରମାନଙ୍କ ମଧ୍ୟରେ ବିଶେଷତଃ ମେହେର ଜାତିର ଲୋକମାନେ ଅଧିକ ବୁଣାବୁଣି କରିଥାନ୍ତି । କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲା ଗୁଡିକରେ କନ୍ଧ, କୋହ୍ଲ, ସାନ୍ତାଳ ଜାତିର ଆଦିବାସୀମାନେ ବହୁତ ପରିମାଣରେ ଏହି ବୃତ୍ତି ସହିତ ଜଡିତ । ଆମ ରାଜ୍ୟରେ ଅନେକ ସମବାୟ ସଂସ୍ଥାମାନ ଗଠନ କରାଯାଇଛି । ଯେଉଁ ମାନେ କି ବୁଣିବା, କଞ୍ଚାମାଲ ଯୋଗାଇବା ଏବଂ ବୁଣାଯିବା ପରେ ତାକୁ ବଜାରକୁ ପଠାଯିବା କ୍ଷେତ୍ରରେ ପରିଚାଳନା କରିଥାନ୍ତି । ସେମାନଙ୍କ ମଧ୍ୟରୁ କେତେକ ସମବାୟ ସଂସ୍ଥା ହେଉଛି-

  • ଖୋର୍ଦ୍ଧା ତନ୍ତୁବାୟ ସହଯୋଗ ସମିତି ,ସାମନ୍ତରାପୁର,ଖୋର୍ଦ୍ଧା
  • ରାଉତପଡା ତନ୍ତୁବାୟ ସହଯୋଗ ସମିତି, ଖୋର୍ଦ୍ଧା
  • ମା ମଙ୍ଗଳା ତନ୍ତୁବାୟ ସହଯୋଗ ସମିତି, ଦୁର୍ଗାପ୍ରସାଦ, ଦେଉଳି,ଖୋର୍ଦ୍ଧା
  • ପିପିଲି ତନ୍ତୁବାୟ ସହଯୋଗ ସମିତି,ମୋଉଦ ବେଗ, ବଳଙ୍ଗା, ପୁରୀ
  • କାକଟପୁର ଥାନା ତନ୍ତୁ ବାୟ ସହଯୋଗ ସମିତି,ବାଜପୁର,ପୁରୀ
  • ଶ୍ରୀ ଜଗନ୍ନାଥ ତନ୍ତୁ ବାୟ ସହଯୋଗ ସମିତି,ରଘୁନାଥପୁର,କଟକ
  • ବଡବାଗ ତନ୍ତୁ ବାୟ ସହଯୋଗ ସମିତି,ବଡବାଗ,କଟକ
  • ଅତାବିରା ତନ୍ତୁ ବାୟ ସହଯୋଗ ସମିତି,ଅତାବିରା,ବରଗ
  • ଯନ୍ତା ବସ୍ତ୍ରାଳୟ ତନ୍ତୁ ବାୟ ସହଯୋଗ ସମିତି,ବରପାଲି,ବରଗଡ

ସରକାରୀ ବିଭାଗ ଓ ଯୋଜନାସମ୍ପାଦନ କରନ୍ତୁ

ଓଡ଼ିଶା ରାଜ୍ୟ ସରକାରଙ୍କର ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ ସାରା ରାଜ୍ୟରେ ବୟନ ଶିଳ୍ପ, ତାର କାରବାର ସହ ଏଥିଲାଗି ଯୋଜନା ପ୍ରଣୟନ କରିଥାଏ । ସତ୍ୟନଗରଠାରେ ଥିବା ହସ୍ତତନ୍ତ ଏବଂ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ସାରାରାଜ୍ଯରେ ବୁଣା କାରବାରକୁ ନିଯନ୍ତ୍ରଣ କରିଥାଏ । ସରକାରଦ୍ଵାରା ଆରମ୍ଭ କରାଯାଇଥିବା କେତେକ ମୁଖ୍ୟ ଯୋଜନା ଗୁଡିକ ମଧ୍ୟରୁ ମହାତ୍ମାଗାନ୍ଧୀ ବୁଣାକାର ବୀମା ଯୋଜନା, ହସ୍ତତନ୍ତ ଶିଳ୍ପ ଉନ୍ନତୀକରଣ ଯୋଜନା, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଟେକନୋଲୋଜି ବୃଦ୍ଧି ଅର୍ଥ ଯୋଜନା ଇତ୍ୟାଦି ଅନ୍ୟତମ। ଅନ୍ୟ କେତେକ ଯୋଜନା ଗୁଡିକ ହେଉଛି ଦିନ ଦୟାଲ ହାତକାରିଗର ପ୍ରୋସାହନ ଯୋଜନା, ଶ୍ରମିକ ଘର ଯୋଜନା, ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଉନ୍ନୟନ ଯୋଜନା ।

ବ୍ୟବସାୟସମ୍ପାଦନ କରନ୍ତୁ

ବର୍ତ୍ତମାନ ବୟନ ଶିଳ୍ପରେ ମୁଖ୍ୟ ଭୂମିକା ବହନ କରୁଥିବା କେତେକ ସଂସ୍ଥା ଗୁଡିକ ହେଉଛନ୍ତି :

  • ବୟନିକା : ଏକ ପ୍ରମୂଖ ସମବାୟ ସଂସ୍ଥା ଯାହାକି ଗ୍ରାମମାନଙ୍କର ବୁମାକାରଙ୍କୁ ନିୟୋଜିତ କରି ଅଧିକରୁ ଅଧିକ ପରିମାଣରେ ବସ୍ତ୍ର ଉତ୍ପାଦନ କରିଥାଏ ଏବଂୱ ଏହାର ବ୍ୟବସାୟ ମଧ୍ୟ ସେହି କରେ ।
  • ସମ୍ବଲପୁରୀ ବସ୍ତ୍ରାଳୟ : ଏହା ପଶ୍ଚିମ ଓଡ଼ିଶାରେ ଉତ୍ପାଦିତ ହେଉଥିବା ବସ୍ତ୍ର ଗୁଡିକର ଦାୟିତ୍ଵ ବହନ କରେ । ଏହା କେବଳ ରାଜ୍ୟ ନୁହେଁ ଭାରତ ଏବଂ ବିଦେଶରେ ମଧ୍ୟ ଶୋରୁମ ମାନ ଖୋଲିଛି।
  • ସେରୀଫାଏଡ : ଏହା ଟସର ଓ ସମବାୟସଂସ୍ଥା ଗୁଡିକ ମଧ୍ୟରେ ସର୍ବୋଚ୍ଚ। ଏହାର କାର୍ଯ୍ୟ ହେଉଛି ସିଲ୍କ ଉତ୍ପାଦାନ କରିବା। ଏହା ମଧ୍ୟ ସମବାୟ ଗୋଷ୍ଠୀମାନଙ୍କଦ୍ଵାରା ପ୍ରସ୍ତୁତ ବସ୍ତ୍ର ଗୁଡିକୁ ରାଜ୍ୟ ମଧ୍ୟରେ ବିକ୍ରୟ କରିଥାଏ ।

ଅନ୍ୟ କେତେକ ତଥ୍ୟସମ୍ପାଦନ କରନ୍ତୁ

ତୁଳା ପାଇଁ କପା ଚାଷ ପ୍ରାୟ ରା଼ଜ୍ୟର ମୋଟା ମୋଟା ଏକ ଲକ୍ଷ ହେକ୍ଟର ଜମିରେ କରାଯାଉଛି ଏବଂ ଏଥିରୁ ବର୍ଷାକୁ ପ୍ରାୟ୩ ଲକ୍ଷ ବେଲ ତୁଳା ବାହାରିଥାଏ। ତୁଳା ଉତ୍ପାଦାନ ମୁଖ୍ୟ ଜିଲ୍ଲା ଗୁଡିକ ହେଉଛି କଳାହାଣ୍ଡି, ବଲାଙ୍ଗୀର , ରାୟଗଡ଼ା ଓ କୋରାପୁଟ।

ସେରୀକଲଚରସମ୍ପାଦନ କରନ୍ତୁ

ରେଶମ ପୋକ ଚାଷ ରୋଜଗାରର ଏପରି ଏକ ପନ୍ଥା ଯାହା ବର୍ଷଯାକ ଚାଷୀଙ୍କୁ ରୋଜଗାରକ୍ଷମ କରିଥାଏ। ପ୍ରାୟ ପନ୍ଦର ହଜାର ପରିବାର ପିଢି ପଢି ଧରି ଏହି ବ୍ୟବସାୟକୁ ପରମ୍ପରା ଭାବରେ କରିଆସୁଛନ୍ତି। ଭାରତରେ ଦେଖାଯାଉଥିବା ୪ ପ୍ରକାର ସିଲ୍କ(ମଲବେରୀ, ତସର,ଏରି ଏବଂ ମୁଗା) ମଧ୍ୟରୁ ଓଡ଼ିଶାରେ କେବଳ ତିନୋଟି ଯଥା ମଲବେରୀ, ତସର,ଏରି ଚାଷ କରାଯାଏ। ଏହି ପ୍ରକାରର ସିଲ୍କ ଗୁଡିକ ଆକାର, ଓଜନ, ଆଦ୍ରତା, ରଙ୍ଗ, ଦକ୍ଷତାରେ ଭିନ୍ନ ।

ଟସରସମ୍ପାଦନ କରନ୍ତୁ

ଓଡ଼ିଶାରେ ଟସର ଚାଷ ଏକ ପୁରୁଣା ପରମ୍ପରା। ପ୍ରାୟ ୪୬,୮୨୮ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପରିବାର ଏହି ଚାଷ ସହିତ ଜଡିତ ଅଛନ୍ତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ଵର, କେଉଁଝର, ସୁନ୍ଦରଗଡ, ସମ୍ବଲପୁର,ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ,ଜୟପୁର ଆଦିରେ ଚାଷ କରାଯାଉଛି।ଏଥିପାଇଁ ୮୪୫୦ ହେକ୍ଟର ଜମିରେ ଅର୍ଜୁନ ଗଛ ଲଗାଯାଇଥାଏ।

ଏରିସମ୍ପାଦନ କରନ୍ତୁ

ଏହା ଏକ ପାରମ୍ପରିକ ଚାଷ ଚାଷ ହୋଇଥିଲେ ମଧ୍ୟ ପୂର୍ବେ ଏହାକୁ ପ୍ରାଧାନ୍ୟ ଦିଆଯାଉ ନଥିଲା ଏବେ କିଛିଦିନ ହେଲା ସରକାର ଏହିଚାଷର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସାଧାରଣତଃ ୧୪ଟି ଜିଲ୍ଲା ଯଥା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ,ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଆଦିରେ ଉତ୍ପାଦନ କରାଯାଉଛି। ଏଥି ପାଇଁ ପ୍ରାୟ ୧ ହଜାର ଜମିରେ ଗଛ ଲଗାଯାଇଥାଏ।

ମୁଲବାରୀସମ୍ପାଦନ କରନ୍ତୁ

ଏହା ଓଡ଼ିଶାର ନୁହେଁ ମାତ୍ର ପ୍ରାୟ୧୨ଟି ଜିଲ୍ଲା ଯଥା ଗଜପତି,ରାୟଗଡା,କୋରାପୁଟ,ଫୁଲବାଣୀ,କଳାହାଣ୍ତି,ସୋନପୁର ଇତ୍ୟାଦିରେ ଚାଷ କରାଯାଇଥାଏ।ଏଥିରୁ ବର୍ଷକୁ ପ୍ରାୟ ଚାଳିଶି ହଜାର କେଜି ରେଶମ ପୋକ ଉତ୍ପାଦନ କରାଯାଉଛି। ୧୯୬୨ ମସିହାରେ ଗଠନ କରାଯାଇଥାବା ଓଡ଼ିଶା ସମବାୟ ଟସର ଏବଂ ସିଲ୍ଲ ଫେଡରେସନ ଏହି ସବୁର ଉତ୍ପାଦନ,ବ୍ୟବସାୟଏବଂ ବିକାଶ କରିଥାଏ।[୧]

ଆଧାରସମ୍ପାଦନ କରନ୍ତୁ

ବାହାର ତଥ୍ୟସମ୍ପାଦନ କରନ୍ତୁ