ଢେଙ୍କାନାଳ
ଢେଙ୍କାନାଳ ସହର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ସଦର ମହକୁମା ଓ ଏକ ପ୍ରମୁଖ ସହର । ଏହା ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ତଳ । ଢେଙ୍କାନାଳ ଏକ ପୁରାତନ ଗଡ଼ଜାତ ରାଜ୍ୟ, ତଥା ରାଜ୍ୟର ଏକ ପୁରାତନ ସହର, ଏଠାରେ ଗୋଟିଏ ଭବ୍ୟ ରାଜ ପ୍ରାସାଦ ମଧ୍ୟ ରହିଛି ।
ଢେଙ୍କାନାଳ | |
---|---|
ସହର | |
Country | ![]() |
State | ଓଡ଼ିଶା |
District | ଢେଙ୍କାନାଳ |
Government | |
• ସାଂସଦ | ତଥାଗତ ଶତପଥୀ |
Area | |
• Total | 30.92 km2 (11.94 sq mi) |
Elevation | 80 m (260 ft) |
Population | |
• Total | ୧୧,୯୨,୯୪୮ |
• Density | 1,865/km2 (4,830/sq mi) |
Languages | |
Time zone | UTC+5:30 (IST) |
PIN | ୭୫୯୦୦୧ [୧] |
Telephone code | ୦୬୭୬୨ |
ଯାନବାହାନ ପଞ୍ଚୀକରଣ | OD 06 |
ଅବସ୍ଥାନସମ୍ପାଦନ କରନ୍ତୁ
ଏହି ସହର ସମ୍ବଲପୁର-କଟକ ଜାତୀୟ ରାଜପଥ ମଧ୍ୟରେ ଅବସ୍ଥିତ । କଟକଠାରୁ ସହରର ଦୂରତା ହେଉଛି ୬୦ କି. ମି. । ପୁରାତନ ଅଭିଭକ୍ତ ୧୩ଟି ଜିଲ୍ଲା ଭିତରୁ ଢେଙ୍କାନାଳ ଅନ୍ୟତମ । ପରେ ଏଥିରୁ ଢେଙ୍କାନାଳ ଜିଲା ଓ ଅନୁଗୁଳ ଜିଲା ତିଆରି ହୋଇଛନ୍ତି ।
- ୧. ହିନ୍ଦୋଳ
- ୨. କାମାଖ୍ୟାନଗର
- ୩. ଗନ୍ଦିଆ
ଜିଲ୍ଲାଟି ଓଡ଼ିଶାର ଠିକ୍ ମଧ୍ୟ ଭାଗରେ ଅବସ୍ତିତ । ଏହାର ଗମନା ଗମନ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ଧରଣର.ଜିଲ୍ଲା ମଧ୍ୟରେ ଦୁଇଟି ଜାତୀୟ ରାଜପଥ ତଥା ଏକ ମୁଖ୍ୟ ରେଳ ଲାଇନ୍ ଯାଇଛି । ସେଥିଯୋଗୁ ଓଡ଼ିଶାର ବିଭିନ୍ନ ଭାଗକୁ ଜାତାୟତ କରିବାରେ କିଛି ଅସୁବିଧା ହୁଏ ନାହି. ଏହା ଭୁବନେଶ୍ୱରଠାରୁ ୯୫ କି.ମି. ଦୂରରେ ଅବସ୍ଥିତ ।
ଜନଗଣନାସମ୍ପାଦନ କରନ୍ତୁ
ଏଠାକାର ମୋଟ ଜନସଂଖ୍ୟା ୧,୧୯୨,୯୪୮ । ପୁରୁଷ ସଂଖ୍ୟା ୬୧୨,୫୯୭ ଓ ମହିଳା ୫୮୦,୩୫୧ । ୨୦୦୧ ଜନଗଣନାଠାରୁ ମୋଟ ଜନସଂଖ୍ୟାରେ ୧୧.୮୨ ଶତକଡ଼ା ବଢ଼ିଥିବା ଜଣାଯାଏ । ୧୯୯୧ର ଜନଗଣନାଠାରୁ ୨୦୦୧ର ଜନଗଣନା ଯାଏଁ ଏହି ବୃଦ୍ଧି ୧୨.୫୬ ଥିଲା ।[୨]
ପର୍ଯ୍ୟଟନସମ୍ପାଦନ କରନ୍ତୁ
ଢେଙ୍କାନାଳ ସହରରେ ଥିବା ପର୍ଯ୍ୟଟନସ୍ଥଳମାନ ହେଲେ:
ଗଜ ଲକ୍ଷ୍ମୀପୂଜା ହେଉଛି ଢେଙ୍କାନାଳର ଏକ ପ୍ରମୁଖ ଉତ୍ସବଏହା ପ୍ରାୟ ୧୫ ଦିନ ଧରି ଚାଲିଥାଏ,ଓଡ଼ିଶାର କୋଣ ଅନୁକୋଣରୁ ଲୋକ ଆସିଥାନ୍ତି ଏହାକୁ ଦେଖିବା ଲାଗି । ଏହି ସମୟରେ ଢେଙ୍କାନାଳ ମହୋତ୍ସବ ପାଳନ ହୋଇଥାଏ ତେଣୁ ସହରରେ ଏକ ଉତ୍ସବର ବାତାବରଣ ସୃଷ୍ଠି ହୋଇଥାଏ । ସେତେବେଳେ ସହରଟି ନୂଆ ବୋହୁ ଭଳି ସଜେଇ ହେଇଥିବା ପରି ଲାଗେ ।
- କପିଳାସ ଢେଙ୍କାନାଳ ସହରଠାରୁ ମାତ୍ର ୨୫ କି.ମି. ଦୁରରେ କପିଳାସ ଅବସ୍ଥିତ, ଯାହାକି ଭଗବାନ ଚନ୍ଦ୍ରଶେଖରଙ୍କ ପାଇଁ ପ୍ରସିଦ୍ଧ । ଏକ ସୁଉଚ ପାହାଡର ସିଖରରେ ପ୍ରଭୁଙ୍କ ମନ୍ଦିର କାଇ କେତେ କାଳରୁ ଶୋଭା ପାଉଅଛି.ଭଗବାନ ଶିବଙ୍କୁ ଦର୍ଶନ କରିବ ଲାଗି ଦିନକୁ ହଜାର୍ ହଜାର୍ ଭକ୍ତଙ୍କର ଭିଡ ସେଇଠି ଲାଗିଥାଏ. ସେଇଥି ପାଇ ସେ କ୍ଷେତ୍ରକୁ ଓଡ଼ିଶାର କୈଳାଶ କୁହାଯାଏ।
- ସପ୍ତସଜ୍ୟା ଢେଙ୍କାନାଳର ଏକ ଗା ଯାହା ଢେଙ୍କାନାଳ ସାହରଠାରୁ ୧୧ କି-ମି ଦୁରରେ ଅବସ୍ଥିତ ଏହାକୁ ଉତ୍ତମ ସଡକ ପଥଦ୍ୱାରା ସଞ୍ଜୋଗ କରା ଯାଇଛି କିମ୍ବଦନ୍ତି ଅନୁଷାରେ ଏଠାରେ ସପ୍ତରୃଷି ଙ୍କର ଅଶ୍ରମ
ଥିଲା । ପୌରାଣିକ କଥା ଅନୁଷାରେ ରାମଚନ୍ଦ୍ର ବନବାସ ସମୟରେ ଏହି ସୁନ୍ଦର ସ୍ଥାନରେ ଅବସ୍ଥାନ କରିଥିଲେ। ଏହା ଏକ ଉତ୍ତମ ପାର୍ଯଟନ ସ୍ଥଳୀ ରୂପେ ଖ୍ୟାତିଲାଭ କରିଛି। ନିଜ ବ୍ୟାସ୍ତ ଜୀବନଠାରୁ ଦୁରରେ କିଛି ସମୟ କାଟିବା ପାଇ ଏହା ଏକ ପ୍ରକୃଷ୍ଟ ସ୍ଥାନ
ଯୋରନ୍ଦା - ଢେଙ୍କାନାଳ ସହରଠାରୁ 25 km ଦୂରରେ ଅବସ୍ଥିତ ଏକ ଗ୍ରାମ ଯାହା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପିଠସ୍ଥଳୀ। ଏଠାକାର ମାଘ ମେଳା ପୃଥିବୀର କୋଣ ଅନୁକୋଣରେ ପରିଚିତ।। ପ୍ରସିଦ୍ଧ ଓଡ଼ିଆ କବି ଭୀମ ଭୋଇ ଏହି ଧର୍ମର ପ୍ରଚାର ପ୍ରସାର ପାଇଁ ଏଠାରେ ସାହିତ୍ୟ ସାଧନା କରିଥିଲେ।
ଭାଷାସମ୍ପାଦନ କରନ୍ତୁ
ଓଡ଼ିଆ, ଢେଙ୍କାନାଳର ସରକାରୀ ଭାଷା ଅଟେ ।