ଆଦି ପରାଶକ୍ତି
ଆଦି ପରାଶକ୍ତି (ଇଂରାଜୀ ଭାଷାରେ Adi Parashakti, ସଂସ୍କୃତ ଭାଷାରେ आदि पराशक्ति) ହିନ୍ଦୁ ଧର୍ମର ଶାକ୍ତ ମତରେ ତାଙ୍କୁ ପରମାତ୍ମା (Supreme Being) ବିବେଚନା କରାଯାଏ । ତାଙ୍କର ଅନ୍ୟାନ୍ୟ ଲୋକପ୍ରିୟ ନାମ: ପରମ ଶକ୍ତି, ଆଦି ଶକ୍ତି, ମହା ଶକ୍ତି, ମହାଦେବୀ, ମହାଗୌରୀ, ମହାସରସ୍ୱତୀ, ମହାଲକ୍ଷ୍ମୀ, ମହାକାଳୀ, ସତ୍ୟ ଶକ୍ତି, ବା କେବଳ ଶକ୍ତି । ପରମ ଶବ୍ଦର ଅର୍ଥ ଶ୍ରେଷ୍ଠ । [୫] ଦେବୀ ଭାଗବତ ପୁରାଣ ଅନୁସାରେ ସେ ବ୍ରହ୍ମାଣ୍ଡର ଆଦି ସ୍ରଷ୍ଟା, ପାଳନ କର୍ତ୍ତା ଓ ସଂକାର କର୍ତ୍ତା । ପାର୍ବତୀଙ୍କୁ ଆଦି ପରାଶକ୍ତିଙ୍କର ସମ୍ପୁର୍ଣ୍ଣ ଓ ପ୍ରତ୍ୟକ୍ଷ ଅବତାର ରୂପେ ବିବେଚନା କରାଯାଏ ।
ଆଦି ପରାଶକ୍ତି | |
---|---|
ଫାଇଲ:Tripura sundari 4.jpg | |
The Divine Power | |
Sanskrit Transliteration | ādi Parāshakti |
Affiliation | Devi, Parvati, Sati, Para Brahman (Shaktism), Durga, Tripura Sundari |
ଲୋକ | Manidvipa[୩] |
Mantra | Om ayeem hreem kleem shreem[୪] |
Weapon | Pasha, Angusha, Chakra, Shankh, Trishula and others |
ସ୍ୱାମୀ/ସ୍ତ୍ରୀ | Shiva |
An article related to |
---|
Practices
|
ଶବ୍ଦ ବିନ୍ୟାସ
ସମ୍ପାଦନାଆଦି ଶବ୍ଦର ଅର୍ଥ ଆରମ୍ଭ, ମୂଳ ଶକ ଅର୍ଥ ଯୋଗ୍ୟ ଓ ସାରା ବ୍ରହ୍ମାଣ୍ଡର ଶକ୍ତିକୁ ସୂଚାଏ ପରାଶକ୍ତି ।
ମହତ୍ତ୍ୱ
ସମ୍ପାଦନାଦେବୀ ଗୀତା ଅନୁସାରେ ଏକ ଶକ୍ତି ଭାବରେ ପାର୍ବତୀ ଅବତାର ହେବା ପୂର୍ବରୁ ସେ ରାଜା ହିମାଳୟଙ୍କ ପାଖରେ ତାଙ୍କର ଚିରନ୍ତନ ଓ ସ୍ୱର୍ଗୀୟ ଜ୍ଞାନ ଦର୍ଶାଇଥିଲେ । ବେଦର ଶ୍ଳୋକ ଅନୁସାରେ ତାଙ୍କର ଆଦ୍ୟ ବା ଅନ୍ତ ନାହିଁ । ସେ ଏକକ ଚିରନ୍ତନ ସତ୍ୟ । ସାରା ବ୍ରହ୍ମାଣ୍ଡର ସେ ସ୍ରଷ୍ଟା । ସେ ବିଜେତା ଓ ବିଜେତାର ଅଭିବ୍ୟକ୍ତି । ସେ ତାଙ୍କର କ୍ୱଚିତ ପ୍ରଦର୍ଶିତ ରୂପକୁ ତାଙ୍କୁ ଦେଖେଇଥିଲେ: ତାଙ୍କ କପାଳରେ ସତ୍ୟଲୋକ,ତାଙ୍କ କେଶରେ ବ୍ରହ୍ମାଣ୍ଡ, ତାଙ୍କ ଆଖିରେ ସୂର୍ଯ୍ୟ ଓ ଚନ୍ଦ୍ର, ତାଙ୍କ କାନରେ ଚାରିଦିଗ, ତାଙ୍କର କଥାହିଁ ବେଦ; ତାଙ୍କର ଦାନ୍ତରେ ସ୍ନେହ, ମୃତ୍ୟୁ ଓ ଆବେଗ; ତାଙ୍କର ମୃଦୁ ହସରେ ମାୟା ଅଛି । [୬]
ହିନ୍ଦୁ ଧର୍ମରେ ଆଦି ପରାଶକ୍ତି
ସମ୍ପାଦନାଶକ୍ତି ପୁରାଣ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆଦି ଶକ୍ତି ନାମ ଦେଖିବାକୁ ମିଳେନି । ପରୋକ୍ଷ ଭାବରେ ତାଙ୍କୁ ପରମାତ୍ମା ବିବେଚନା କରାଯାଏ । ଦେବୀ ଭାଗବତ ପୁରାଣ ଅନୁସାରେ କାଳୀଙ୍କୁ କଳା ଶକ୍ତି ଧରାଯାଏ ଯିଏ ସମୁଦାୟ ବ୍ରହ୍ମାଣ୍ଡକୁ ସମୟ କ୍ରମେ ନଷ୍ଟ କରିଦେବା ପ୍ରତାପ ଥିବା ଚାରି ବେଦରେ ଲେଖାଅଛି । କୁଷ୍ମାଣ୍ଡ ଜନ୍ମ ଦେଇଥିଲେ ଏକ ଅନ୍ତରୀକ୍ଷ ଅଣ୍ଡା ଯାହା ବ୍ରହ୍ମାଣ୍ଡ ଆକାର ଧାରଣ କଲା । ଅବଶେଷରେ ସୃଷ୍ଟି ଆରମ୍ଭ ଓ ଶେଷରେ ସେହି ଶୁନ୍ୟ ଶକ୍ତି ହିଁ ଆଦି ଶକ୍ତି ।
ଶିବ ପୁରାଣରେ
ସମ୍ପାଦନାଶିବ ପୁରାଣ ଅନୁସାରେ ସୃଷ୍ଟି ଆରମ୍ଭରେ ପରାବ୍ରହ୍ମ ସଦାଶିବ ବା ପରାଶିବ ପ୍ରଭୁ ଶିବଙ୍କର ବାମ ପାର୍ଶର ଅଧା ଅଂଶରୁ ପରମ ପ୍ରକୃତି ଦେବୀ ଆଦି ପରାଶକ୍ତି ସୃଷ୍ଟି ହୋଇଥିଲେ । ଲିଙ୍ଗ ପୁରାଣ (Linga Purana) ଅନୁସାରେ ପାର୍ବତୀ ଓ ଶିବଙ୍କ ମିଳନ ହୋଇ ପ୍ରତି ବ୍ରହ୍ମାଣ୍ଡ ସୃଷ୍ଟି ହୁଏ । ସ୍କନ୍ଧ ପୁରାଣ ଓ ମାର୍କଣ୍ଡେୟ ପୁରାଣ ଅନୁସାରେ ଦୁର୍ଗା ବା ଚଣ୍ଡି ସମସ୍ତ ସୃଷ୍ଟିର ମାତା ଓ ଆଦି ଶକ୍ତିଙ୍କର ସାକାର ମୂର୍ତ୍ତି । [୭]
ଶାକ୍ତ ପୁରାଣରେ
ସମ୍ପାଦନାଦେବୀ ଭାଗବତ ପୁରାଣ ଅନୁସାରେ ଆଦି ପରାଶକ୍ତିଙ୍କୁ ହଜାର ହଜାର ବର୍ଷ ଧରି ଶିବ ପୂଜା ଓ ତପସ୍ୟା କରୁଥିଲେ ଯେଉଁଥିରେ ସେ "ହ୍ରିଂ" ବୀଜ ମନ୍ତ୍ର ବ୍ୟବହାର କରୁଥିଲେ । ଶିବଙ୍କ ବାମ ଅଙ୍ଗରୁ ଆଦିଶକ୍ତିର ଏକ ଆକାର 'ସିଦ୍ଧିଦାତ୍ରୀ' ଭାବରେ ପ୍ରକଟ ହେଲେ । ଦେବୀ ଉଭୟ ନିର୍ଗୁଣ ଓ ସଗୁଣ ଥିବା ବିଚାର କରାଯାଏ । ସଗୁଣ ଆକାରରେ ସେ ବ୍ରହ୍ମାଣ୍ଡର ମାତା, ସମସ୍ତ ପରଲୋକ ଉର୍ଦ୍ଧ୍ୱରେ ଥିବା ସର୍ବଲୋକରେ ସେ ବାସ କରନ୍ତି । ଶକ୍ତି ମହାଭାଗବତ ପୁରାଣ ଅନୁସାରେ ସେ ମହାଦେବୀ ଓ ଅନ୍ୟ ସମସ୍ତ ଦେବୀ ତଥା ଦେବ ତାଙ୍କର ଭିନ୍ନ ଭିନ୍ନ ଆକାରର ପ୍ରତିରୁପ । [୮] ଦେବୀ ମହାତ୍ମ୍ୟରେ ତ୍ରିମୁର୍ତ୍ତି ଓ ଗୌଣ ଦେବତାମାନେ ଆଦି ଶକ୍ତିକୁ ପ୍ରଶଂସା କରନ୍ତି:
ସୃଷ୍ଟି ସ୍ଥିତି ବିନାଶଂ ଶକ୍ତି ଭୁତେ ସନାତନେ
(Guna Shaye (Devoid of all attributes i.e. Nirgun) Gana maye (Having all the attributes) Narayani Namaustute[୯])
ଆମେ ପ୍ରଥମ ନାରୀ ନାରାୟଣୀଙ୍କ ଆଗରେ ମଥାନତ କରୁଛି, ସେ ଚିରନ୍ତନ ଶକ୍ତି ତଥା ସମସ୍ତଙ୍କର ସୃଷ୍ଟି, ପାଳନ ଓ ବିଲୟ କରନ୍ତି ।
ଶିଖ ଧର୍ମରେ ପରାଶକ୍ତି
ସମ୍ପାଦନାଶିଖ ଧର୍ମରେ Sikhism ମଧ୍ୟ ପରାଶକ୍ତି ବିଷୟରେ କଳ୍ପନା ଅଛି । ଏହି ପାର୍ଥକ୍ୟ କେବଳ ଦର୍ଶନରେ (philosophy) ଅଛି । ଶିଖ ଧର୍ମରେ ଭଗବାନଙ୍କ ଅସୀମ ଶକ୍ତିର ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଥିବା ଖଣ୍ଡାକୁ (Khanda) ହିନ୍ଦୁ ଧର୍ମରେ ଆଦି ଶକ୍ତି କୁହାଯାଏ । [୧୦] ଦୁର୍ଗା ବା ପାର୍ବତୀଙ୍କୁ ଆଦି ଶକ୍ତିଙ୍କର ଏକ ଶକ୍ତି ଭାବରେ ହିନ୍ଦୁ ମତରେ ଗ୍ରହଣ କରାଯାଇଛି,[୧୦] ଯେଉଁ ଆଦି ଶକ୍ତି ଅସୁରମାନଙ୍କୁ ନିପାତ କରିଥିବା କଥା ଚଣ୍ଡି ଦି ବାରରେ (Chandi di Var) ବର୍ଣ୍ଣନା କରାଯାଇଛି ।
ଆଧାର
ସମ୍ପାଦନା- ↑ Vasantānanta (Swami.), Nā Irāmaccantiraṉ (1993). Sri Lalita Sahasranamam: Nama-wise Commentary in English with Text in Sanskrit. p. 358.
- ↑ Śaṅkarācārya; Tapasyananda (Swami.); , Lakṣmīdhara (1987). Saundarya-lahari of Sri Sankaracarya: with text and translation, and notes based on Lakṣmīdhara's commentary. Sri Ramakrishna Math. p. 70.
- ↑ Sitaramiah, Pavani (1993). Sri Kalahasti Easwara Mahima. Pavani Sitaramiah. p. 90.
- ↑ Swami Narayanananda (1960). The Primal Power in Man: The Kundalini Shakti. Health Research Books. p. 50. ISBN 9780787306311.
- ↑ Srimad Devi Bhagwatam, Devi Gita, Brahmand Purana,
- ↑ "The Devi Gita index". Sacred-texts.com. Retrieved 2012-08-05.
- ↑ Shiva Mahapurana | Gitapress Gorakhpur
- ↑ Sri Bhagwati Gita | Devi Gita | Sri Parvati Gita – Scribd | https://www.scribd.com/doc/147548723/Sri-Bhagwati-Gita-Devi-Gita-Sri-Parvati-Gita
- ↑ Matri – Dhyan – Anandamayi Ma | anandamayi.org/chant/chant.htm
- ↑ ୧୦.୦ ୧୦.୧ "Divine Mother".