ଆଦିଶଙ୍କର

(Adi Shankaraରୁ ଲେଉଟି ଆସିଛି)


ଆଦି ଶଙ୍କର (ସଂସ୍କୃତ : आदिशङ्करः) (୭୮୮- ୮୨୦ ଖ୍ରୀଷ୍ଟାବ୍ଦ) ୮ମ ଶତାବ୍ଦୀର ଜଣେ ଭାରତୀୟ ବୈଦଜ୍ଞ ଓ ଧର୍ମଗୁରୁ ଥିଲେ । ସେ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା କରିଥିଲେ ଓ ଅଦୈତ ବେଦାନ୍ତର ପ୍ରଚାର କରିଥିଲେ ।

ଆଦି ଶଙ୍କରାଚାର୍ଯ୍ୟ
आदिशङ्कराचार्यः
ଆଦି ଶଙ୍କର ଶିଷ୍ୟମାନଙ୍କ ସହିତ
ଜନ୍ମଶଙ୍କର
୭୮୮ ଖ୍ରୀଷ୍ଟାବ୍ଦ
କାଲାଡ଼ି ଗ୍ରାମ, ଚେର ସାମ୍ରାଜ୍ୟ
(ବର୍ତ୍ତମାନର କେରଳ, ଭାରତ)
ମୃତ୍ୟୁ୮୨୦ ଖ୍ରୀଷ୍ଟାବ୍ଦ[]
କେଦାରନାଥ, ପାଳ ସାମ୍ରାଜ୍ୟ
(ବର୍ତ୍ତମାନର ଉତ୍ତରାଖଣ୍ଡ , ଭାରତ)
ଉପାଧି/ ସମ୍ମାନହିନ୍ଦୁ ଧର୍ମର ପୁନଃ ସ୍ଥାପନା,ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ପ୍ରତିଷ୍ଠା,ବେଦାନ୍ତ ପ୍ରଚାର
ଗୁରୁଗୋବିନ୍ଦ ଭଗବଦ୍ ପାଦ
ଦର୍ଶନଅଦ୍ୱୈତ ବେଦାନ୍ତ
ବାଣୀବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା ଓ ଜୀବ-ବ୍ରହ୍ମ ଅଭେଦ

ଦାକ୍ଷିଣାତ୍ୟ ଅନ୍ତର୍ଗତ କେରଳ ଦେଶର ଚିଦମ୍ବର ବା କାଖଲ ଗ୍ରାମ ଏହାଙ୍କ ଜନ୍ମସ୍ଥାନ ୭୮୮ ଖ୍ରୀଷ୍ଟାବ୍ଦରେ ସେ ଭୂମିଷ୍ଟ ହୋଇଥିଲେ ଏବଂ ୮୨୦ ଖ୍ରୀଷ୍ଟାବ୍ଦରେ ୩୨ ବର୍ଷ ବୟସରେ କେଦାରନାଥ ନିକଟରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ପିତାଙ୍କ ନାମ ଶିବଗୁରୁ ଓ ମାତାଙ୍କ ନାମ ସୁଭଦ୍ରା ଥିଲା । ବାଲ୍ୟକାଳରେ ୩ ବର୍ଷ ବୟସରେ ପିତାଙ୍କୁ ହରାଇ ମାତାଙ୍କ ଲାଳନ ପାଳନରେ ବଢ଼ିଥିଲେ । ୬ ବର୍ଷ ବୟସରେ ପଣ୍ଡିତ ହୋଇଥିଲେ ଓ ୮ ବର୍ଷ ବୟସରେ ସନ୍ନ୍ୟାସ ଗ୍ରହଣ କଲେ । ୧୨ ବର୍ଷ ବୟସରେ ମାତାଙ୍କୁ ଛାଡ଼ି ଭାରତର ନାନା ସ୍ଥାନରେ ଭ୍ରମଣ କରିଥିଲେ ଏବଂ ଭ୍ରମଣ ଶେଷରେ ପୁନର୍ବାର ଗୃହକୁ ଫେରି ଆସି ରୁଗ୍ଣା ମାତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । କିଛିଦିନ ପରେ ମାତାଙ୍କର ଦେହାନ୍ତ ହେବାରୁ ସେ ଗୃହତ୍ୟାଗ କରି ପୁଣି ଧର୍ମପ୍ରଚାରାର୍ଥେ ଭାରତ ଭ୍ରମଣରେ ବହିର୍ଗତ ହୋଇଥିଲେ । ସେ ସମୟରେ ଭାରତରେ ବ୍ରହ୍ମଣ୍ୟ ଧର୍ମର ଅଧୋଗତି ଘଟିଥିଲା ଏବଂ ବୌଦ୍ଧ ଧର୍ମ ଆଦୃତ ହୋଇଥିଲା । ସେ ଅଦ୍ୱୈତ ବ୍ରହ୍ମଣ୍ୟ ଧର୍ମର ପୁନଃସଂସ୍ଥାପନ କରିଥିଲେ ଏବଂ ଭାରତରେ ସ୍ଥାନେ ସ୍ଥାନେ ଶିବ ମନ୍ଦିର ଓ ମଠମାନ ସ୍ଥାପନ କରି ସେ ସ୍ଥାନମାନଙ୍କୁ ହିନ୍ଦୁଧର୍ମର ତଥା ହିନ୍ଦୁ ଶାସ୍ତ୍ରାଲୋଚନାର କେନ୍ଦ୍ରରେ ପରିଣତ କରିଥିଲେ । ଭାରତର ଚାରି ଦିଗରେ ଏହାଙ୍କ ପ୍ରତିଷ୍ଠିତ ଚାରି ଗୋଟି ମଠ ଆଜି ପର୍ଯ୍ୟନ୍ତ ଶିଷ୍ୟମାନଙ୍କଦ୍ୱାରା ମଠଧାରୀମାନଙ୍କଦ୍ୱାରା ପରିଚିତ ହୋଇ ଆସୁଅଛି । ପଶ୍ଚିମରେ ଦ୍ୱାରକାସ୍ଥିତ ଶାରଦା ମଠରେ ପୀଠାଧିକାରୀଙ୍କ ନାମ ହସ୍ତାମଳକାଚାର୍ଯ୍ୟ ଦଶନାମୀ ସନ୍ୟାସୀ ମାନଙ୍କ ମଧ୍ୟରୁ ତୀର୍ଥ ଓ ଆଶ୍ରମ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ । ଉତ୍ତରରେ ବଦରକା ଯୋଚୀ(ଶୀ) ମଠ ବା ଜ୍ୟୋତିଃ ମଠରେ ପୀଠାଧିକାରୀଙ୍କ ନାମ କ୍ରୋଟକାଚାର୍ଯ୍ୟ ଗିରି, ପର୍ବତ ଓ ସାଗର ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠଟିର ନାମ ପଦ୍ମୁପାଦାଚାର୍ଯ୍ୟ ବନ ଓ ଅରଣ୍ୟ ନାମଧାରୀ ସନ୍ୟାସୀ ମାନଙ୍କ ବାସ ନିମିତ୍ତ ଏହି ମଠ ଦକ୍ଷିଣର କର୍ଣ୍ଣାଟକରେ ଶୃଙ୍ଗେରୀ (ଋଶ୍ୟଶୃଙ୍ଗାଶ୍ରମ) ମଠରେ ପୀଠାଧିକାରୀଙ୍କ ନାମ ମଣ୍ଡନମିଶ୍ର ବା ସୁରେଶ୍ୱରାଚାର୍ଯ୍ୟ, ପୁରୀ ଭାରତୀ ଓ ସରସ୍ୱତୀ ନାମଧାରୀ ସନ୍ନ୍ୟାସୀମାନଙ୍କ ରହିବା ପାଇଁ ।

ରଚନାବଳୀ

ସମ୍ପାଦନା

ଶଙ୍କରାଚାର୍ଯ୍ୟଙ୍କ ବିଚରିତ ବେଦାନ୍ତଭାଷ୍ୟ, ଭଗବତ୍ ଗୀତା ଭାଷ୍ୟ ଓ ମୋହମୁଦ୍ଗର ଆଦି ଗ୍ରନ୍ଥ ଭାରତରେ ସର୍ବତ୍ର ଆଦୃତ ଜ୍ୟୋତିଷ ଶାସ୍ତ୍ରରେ ଏହାଙ୍କର ଅସାଧାରଣ ବ୍ୟୁତ୍ପତ୍ତି ଥିଲା; କିନ୍ତୁ ଘଟନାକ୍ରମେ ତହିଁରୁ ତାଙ୍କର ଆଶକ୍ତି ହ୍ରାସ ପାଇ ଥିଲା ତାଙ୍କ ଧର୍ମମତ ବେଦାନ୍ତର ଏକେଶ୍ୱରବାଦ ଉପରେ ପ୍ରତିଷ୍ଠିତ; କିନ୍ତୁ ସର୍ବସାଧାରଣଙ୍କ ପାଇଁ ସେ ଶୈବଧର୍ମ ପ୍ରଚାର କରିଥିଲେ ଏହାଙ୍କ ସମ୍ବନ୍ଧରେ କେତେଗୁଡ଼ିଏ କିମ୍ବଦନ୍ତୀ ପ୍ରଚଳିତ ଅଛି ଏ ସଂସାରୀ ନ ଥିଲେ; ଅଥଚ ସଂସାରର ଭୋଗ ସମ୍ବନ୍ଧରେ ଅଭିଜ୍ଞତା ଲାଭ କରିବା ପାଇଁ ପରକାୟ ପ୍ରବେଶ ବିଦ୍ୟାବଳରେ ଜଣେ ରାଜାଙ୍କ ଶରୀରରେ କିଛିକାଳ ପାଇଁ ପ୍ରବେଶ କରିଥିଲେ, ଥରେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ସେ ଗୋଟିଏ ଧୋବା ଘରେ ପହଞ୍ଚି ସେଠାରେ ଧୋବାର ପାକରେ ପ୍ରସ୍ତୁତ ମଣ୍ଡା ପିଠା ଖାଇଲେ ଓ ତାଙ୍କ ଶିଷ୍ୟମାନେ ମଧ୍ୟ ଗୁରୁଙ୍କ ଦେଖା ଦେଖି (ଜିହା ଲାଳସାରେ ବଶବର୍ତ୍ତୀ ହୋଇ) ମଣ୍ଡାପିଠା ଖାଇ ଦେଲେ ପରେ କିଛି ଦୂର ଯାଇ ଶଙ୍କର କହିଲେ ଯେ, ଧୋବା ଘରେ ପିଠା ଖାଇଥିବାରୁ ଶରୀର ଅପବିତ୍ର ହେଲା ତଦନ୍ତରେ ସେ ଶରୀରକୁ ଶୁଦ୍ଧ କରିବା ବ୍ୟାଜରେ ଗୋଟିଏ ଥାଟାରିଶାଳରେ ଆଉଟା ହୋଉଥିବା ଗଳିତ ରଙ୍ଗଗୁଡ଼ିଏ ପିଇ ଦେଲେ ଶିଷ୍ୟମାନେ ଏହା ଦେଖି କାଳେ ପାଟି ପୋଡ଼ିଯିବ ଏହି ଭୟରେ ଗୁରୁଙ୍କ ଅନୁକରଣ କଲେ ନାହିଁ । ଏହା ଦର୍ଶନ କରି ଶଙ୍କର ସେହି ଶିଷ୍ୟମାନଙ୍କୁ ତ୍ୟାଗ କଲେ ଏବଂ ସେହିଦିନଠାରୁ ଉକ୍ତ ଶିଷ୍ୟ ଓ ସେମାନଙ୍କ ଶିଷ୍ୟାନୁଶିଷ୍ୟମାନେ 'ଦଶନାମୀ' (ଗିରି, ପୁରୀ, ଭାରତୀ ଆଦି) ନାମରେ ପରିଚିତ ଶଙ୍କରାଚାର୍ଯ୍ୟ ପରିବ୍ରାଜକ ସନ୍ୟାସୀ ଥିଲେ ଓ ତାଙ୍କର ଶିଷ୍ୟମାନେ ତାଙ୍କୁ ସାକ୍ଷାତ୍ ଶିବ ବୋଲି ବିଶ୍ୱାସ କରୁଥିଲେ ଏବଂ କହୁଥିଲେ 'ଶଙ୍କରଃ ଶଙ୍କରଃ ସାକ୍ଷାତ୍' ଭାରତର ସର୍ବତ୍ର ଓ ତିବ୍ୱତ ଦେଶରେ ସେ ଧର୍ମପ୍ରଚାରାର୍ଥେ ଭ୍ରମଣ କରିଥିଲେ ତାଙ୍କର ଏହି ଧର୍ମପ୍ରତାର ଫଳରେ ଭାରତରୁ ବୌଦ୍ଧ ଧର୍ମର ପ୍ରଭାବ ହ୍ରାସ ପାଇଥିଲା ଏବଂ ଶୈବ ଧର୍ମ କ୍ରମେ ପ୍ରବଳ ହୋଇ ଉଠିଥିଲା ସତାଙ୍କର ୩୨ ବର୍ଷ ବୟସରେ କେଦାରନାଥରେ ଦେହାନ୍ତ ହୋଇଥିଲା।

ଶଙ୍କରାଚାର୍ଯ୍ୟ ୬୮: ଶକାବ୍ଦ ବୈଶାଖ ଶୁକ୍ଳ ତୃତୀୟା ଦିବସ ଦକ୍ଷିଣ ଭାରତରେ ପଶ୍ଚିମ ସମୁଦ୍ର, ତୀରସ୍ଥ କେରଳ ଦେଶାନ୍ତଃପାତୀ କଲାଡ଼ି ଗ୍ରାମରେ ପରମବୈଦିକ ଶିବଗୁରୁ ନାମା ଜନୈକ କୁଳୀନ ବ୍ରହ୍ମଣଙ୍କ ଔରସରେ ଆଦର୍ଶ ଚରିତ୍ରା ସନ୍ତାନାଭିକାଂକ୍ଷିଣୀ ସତୀ ସୁଭଦ୍ରାଦେବୀଙ୍କ ଗର୍ଭରୁ ଜନ୍ମ ପରିଗ୍ରହ କରିଥିଲେ ଶଙ୍କରଙ୍କ ଆବିର୍ଭାବ ୩ୟ ବର୍ଷ ଶିବଗୁରୁଙ୍କର ଦେହାନ୍ତ ହେବାରୁ ଶଙ୍କରଙ୍କର ଶୈଶବୀୟ ଶିକ୍ଷା ବିଧବା ଲନନୀଙ୍କ ଉପରେ ନିର୍ଭର କରିଥିଲା ଶଙ୍କର ପଞ୍ଚମ ବର୍ଷରେ ଉପନୀତ ହୋଇ ମାତାଙ୍କର ନିର୍ଦ୍ଦେଶାନୁସାରେ ଗୁରୁ ଗୃହରେ ବାସକରି ଦୁଇବର୍ଷ ମଧ୍ୟରେ ଗୁରୁଙ୍କ କୃପାରୁ ସକଳ ଶାସ୍ତ୍ରରେ ପାରିଦର୍ଶିତା ଲାଭ କରିଥିଲେ ମହାତ୍ମା ଶଙ୍କର ଜ୍ଞାନଲୋକରେ ଆଲୋକିତ ହୋଇ ଅସାଧାରଣ ଭଗବଦଭକ୍ତିର ନିଦର୍ଶନ ପ୍ରଦର୍ଶନ ସଙ୍ଗେ ସଙ୍ଗେ ସନ୍ନ୍ୟାସ ଗ୍ରହଣରେ ପ୍ରୟାସ ପ୍ରକାଶ କଲେ କିନ୍ତୁ ତାଙ୍କର ଏକାପତ୍ୟା ବିଧବା ମାତା ସେଥିରେ ଅନଭିମତ ପ୍ରକାଶ କରିବାରୁ ବାଧ୍ୟ ହୋଇ ଶଙ୍କରଙ୍କୁ ସ୍ୱଳ୍ପ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ବିଧାତାଙ୍କର ନିରଙ୍କୁଶ ଇଚ୍ଛା ପ୍ରଭାବରେ ଶଙ୍କର ଏକଦା ମାତାଙ୍କ ସଙ୍ଗେ ନଦୀ ପାରି ହେବା ସମୟରେ ନିତ୍ରଗ୍ରସ୍ତ (କୁମ୍ଭୀରଦ୍ୱାରା ଆକ୍ରାନ୍ତ) ହୋଇ କୌଣସି ପ୍ରକାରେ ସେଥିରୁ ମକ୍ତ ହୋଇ ନ ପାରିବାରୁ ଏ ବିପଦରୁ ରକ୍ଷା ମିଳିଲେ ତାଙ୍କର ସନ୍ନ୍ୟାସ ଗ୍ରହଣୀୟ ବୋଲି ମାଆଙ୍କୁ ଅନୁମତି ପ୍ରାର୍ଥନା କରିବାରୁ ମାଆ ଅନନ୍ୟଗତିକା ହୋଇ ଅନୁମତି ପ୍ରଦାନ କରିଥିଲେ ଅନନ୍ତର ସନ୍ୱ୍ୟାସୀ ଶଙ୍କର ଗୋବିନ୍ଦ ଯୋଗୀ ରୂପେ ଅବତୀର୍ଣ୍ଣ ପତଞ୍ଜଳି ଦେବଙ୍କର ଶିଷ୍ୟତ୍ୱ ଗ୍ରହଣକରି ତତ୍ ପ୍ରସାଦରୁ ପରଂବ୍ରହ୍ମ ସାକ୍ଷାତ୍ପ୍ରଦ ବହୁ ଉପଦେଶ ସହ ସମାଧିବିଧି ଶିକ୍ଷାକଲେ ତଦନ୍ତର ମହାଯୋଗୀ ଶଙ୍କର ସ୍ୱକୀୟ ଗୁରୁପାଦଙ୍କ ଆଜ୍ଞାନୁସାରେ ବାରଣସୀରେ କିୟତ୍କାଳ ଅବସ୍ଥାନକରି ନିତ୍ୟନୈମିତ୍ତକ କର୍ମକାଣ୍ଡାନୁଷ୍ଠାନ ଏବଂ ଶାସ୍ତ୍ରାଲୋଚନ ସହକାରେ ବ୍ରହ୍ମସୂତ୍ରର ଭାଷ୍ୟ ପ୍ରଣୟନକରି ଆଚାର୍ଯ୍ୟତ୍ୱ କରିବାରେ ଲାଗିଲେ ଆଚାର୍ଯ୍ୟତ୍ୱର ପାରମ୍ଭରେହିଁ ସନନ୍ଦନାଦି କତିପୟ ବ୍ୟକ୍ତି ଶଙ୍କରଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ଘଟନାକ୍ରମେ ଏହିଠାରେ ସ୍ୱାମୀପାଦଙ୍କର ସାକ୍ଷାତ୍ ଶଙ୍କର (ଶିବ) ଦର୍ଶନ ହୋଇଥିଲା । ଅନନ୍ତର ଛଦ୍ମବେଶଗତ ବ୍ୟାସଦେବଙ୍କ ସଙ୍ଗେ ଶଙ୍କରଙ୍କର ସାକ୍ଷାତକାର ଏବଂ ଦୀର୍ଘକାଳବ୍ୟାପୀ ଶାସ୍ତ୍ର ଚର୍ଚ୍ଚା ହେବାପରେ ବ୍ୟାସ ସ୍ୱୟଂ ଶଙ୍କରଙ୍କୁ ଆୟୁବୃଦ୍ଧ୍ୟାଶୀର୍ବାଦ ପ୍ରଦାନପୂର୍ବକ ଉପନିଷଦ୍ ଗୀତା ପ୍ରଭୃତି ଗ୍ରନ୍ଥର ଭାଷ୍ୟ ପ୍ରଣୟନାର୍ଥ ଉତ୍ସାହ ଦାନ କରି ଦିଗ୍ୱିଜୟ ନିମନ୍ତେ ଆଦେଶ ପ୍ରଦାନ କଲେ ।

ମହାଯୋଗୀ ଶଙ୍କର ବ୍ୟାସାଦେଶରେ ଦିଗ୍ୱିଜୟ ବ୍ୟାପାରରେ ସଂଲିପ୍ତ ହେଲେ ନାନା ସ୍ଥାନରେ ନାନା କୂଟ ବିଦ୍ଧି, ତୀକ୍ଷ୍ନ ବୁଦ୍ଧି, ପ୍ରତିଭାଶାଳୀ ବୈଦ୍ଧ ମତାଚାରୀମାନଙ୍କ ସଙ୍ଗେ ଶଙ୍କରଙ୍କର ମହାଯୁଦ୍ଧ ହୋଇଥିଲା କିନ୍ତୁ ସର୍ବତ୍ର ଶଙ୍କରଙ୍କର ଜୟବୈଜୟନ୍ତୀ ଉଡ୍ଡୀନ ହେଲା, ସର୍ବତ୍ର ଜୟ ତକ୍କା ନିନାଦିତ ହେଲା ବେଦାନ୍ତ ବିରୋଧୀ ବୌଦ୍ଧମତାଚାରୀ ଏବଂ ନାସ୍ତିକ ପନ୍ଥୀମାନେ ସ୍ୱାମୀପାଦାଙ୍କର ଅମୋଘ ଅଲୌକିକ ଜ୍ୱଳନ୍ତ ଶାସ୍ତ୍ର ପ୍ରଭାବରେ ବିଧ୍ୱସ୍ତାହଂକାର ହୋଇ ସ୍ୱପ୍ନ ଭ୍ରମ ପ୍ରମାଦ ଦୂର କରିବାର ସୁବର୍ଣ୍ଣ ସୁଯୋଗ ଲାଭ କଲେ ଆଚାର୍ଯ୍ୟ ଦେବଙ୍କର ପ୍ରତିପକ୍ଷବୃନ୍ଦ ମଧ୍ୟରେ ମଣ୍ଡନ ମିଶ୍ରଙ୍କ ସମ୍ବାଦ କୌତୁହଳୋଦ୍ଦୀପକ ଏବଂ ମଣ୍ଡନମତଖଣ୍ଡନ ଶଙ୍କରଙ୍କର ଚରମ ବୀରତ୍ୱବ୍ୟଞ୍ଜନ ଶଙ୍କର ତତ୍କାଳୀନ ପ୍ରୟାଗତୀର୍ଥବାସୀ ତପସ୍ୱୀ ଭଟ୍ଟପାଦ କୁମାରିଲଙ୍କର ଅସାଧାରଣ ପ୍ରତିଭା, ପ୍ରବଳ ଧର୍ମାନୁରୋଗ ଓ ଅସମ୍ଭାବିତ କାର୍ଯ୍ୟକଳାପରେ ଆକୃଷ୍ଟ ହୋଇ ତାହାଙ୍କଦ୍ୱାରା ସ୍ୱରଚିତ ଭାଷ୍ୟର ବାର୍ତ୍ତିକପୁତ୍ର ପ୍ରଣୟନୋଦ୍ଦେଶ୍ୟରେ ଭଟ୍ଟଙ୍କ ନିକଟରେ ଉପଗତ ହୋଇ ସ୍ୱାଭିପ୍ରାୟ ଜ୍ଞାପନ କଲେ କିନ୍ତୁ ତେତେବେଳେ ଭଟ୍ଟପାଦ ମହୋଦୟ ତନୁତ୍ୟାଗ ନିମନ୍ତେ ଅନଳୋପବିଷ୍ଟ ହୋଇଥିବାରୁ ଶଙ୍କରଙ୍କର ଅଭୀପ୍ସିତ ଜାଣି ପାରିଲେହେଁ ପ୍ରତିଜ୍ଞାଭଙ୍ଗ ଭୟରେ ଅନଳ ସମାଧିରୁ ନିଃସୃତ ନ ହୋଇ ମାହିଷ୍ମତୀପୁରୀନିବାସୀ ସ୍ୱକୀୟ ପଟ୍ଟୁଶିଷ୍ୟ ମଣ୍ଡନ ମିଶ୍ରଙ୍କ ସହ ମଣ୍ଡନ ପତ୍ନୀ ପରମ ବିଦୁଷୀ ଶାପଭ୍ରଷ୍ଟା ସରସ୍ୱତୀ ଉଭୟଭାରତୀଙ୍କ ମାଧ୍ୟସ୍ଥ୍ୟରେ ଯୁକ୍ତ ତର୍କର ଭବିତବ୍ୟତା ନିରୁପଣ କରି ମଣ୍ଡନଙ୍କର ଜୟ ପରାଜୟରେ ସ୍ୱୟଂ ଫଳଭାଗୀ ହେବେ ବୋଲି ସ୍ୱକୃତ ହୋଇ ଶଙ୍କରଙ୍କୁ ବିଦାୟ ଦେଇ ସ୍ୱୟଂ ଜ୍ୱଳଦନଳରେ ପ୍ରବେଶ କରି ତନୁତ୍ୟାଗ କଲେ ।

ଶଙ୍କର ମଣ୍ଡନଙ୍କର ପରାକ୍ରମରେ ତତ୍କାଳୀନ ଅଦ୍ୱିତୀୟ ମୀମାଂସକ କୁମାରିଙ୍କର ପରାଜୟ ଧ୍ରୁବ ଜାଣି ସ୍ୱକୀୟ ଦିଗ୍ୱିଜୟର ପ୍ରଥମ ଏବଂ ପ୍ରଧାନ ଯୁଦ୍ଧସ୍ଥଳ ମାହିଷ୍ମତୀ ପୁରୀରେ ପଦାର୍ପଣ କରି ମଣ୍ଡନଙ୍କର ମନ୍ଦିରରେ ଉପସ୍ଥିତ ହେଲେ । କିନ୍ତୁ ପରମ ପଣ୍ଡିତ ମଣ୍ଡନ ମିଶ୍ର ତେତେବେଳେ ଗୃହର ପ୍ରବେଶଦ୍ୱାର ରୁଦ୍ଧ କରି ପିତ୍ମଶ୍ରାଦ୍ଧରେ ବ୍ୟସ୍ତ ଥିବାରୁ ଶଙ୍କର ମାର୍ଗାନ୍ତର ନ ପାଇ ଯୋଗବଳରେ ଆକାଶ ମାର୍ଗରେ ମଣ୍ଡନମନ୍ଦିରରେ ପ୍ରବେଶ କରି ମଣ୍ଡନଙ୍କ ନିକଟରେ ସ୍ୱାଭିପ୍ରାୟ ଜ୍ଞାପନ କଲେ ଶ୍ରାଦ୍ଧାନ୍ତେ ମଣ୍ଡନ ପତ୍ନୀଙ୍କ ମଧ୍ୟସ୍ଥତାରେ ଅଷ୍ଟାଦଶ ଦିବସବ୍ୟାପୀ ଶାସ୍ତ୍ର ବିଚାରରେ ମଣ୍ଡନ ପରାଭୂତ ହେବାରୁ ସର୍ତ୍ତାନୁସାରେ ମଣ୍ଡନଙ୍କୁ ସନ୍ୱ୍ୟାସ ଗ୍ରହଣ କରିବାକୁ ହେବ ଜାଣି ତତ୍ପନ୍ନୀ ଉଭୟଭାରତୀ ଶଙ୍କରଙ୍କୁ କହିଲେ, "ଯତିରାଜ ! ପତ୍ନୀ ପତିର ଅର୍ଦ୍ଧାଙ୍ଗ, ସୁତରାଂ ମୋତେ ପରାସ୍ତ ନ କରିବା ପର୍ଯ୍ୟନ୍ତ ଆପଣଙ୍କର ଜୟ ଅପୂର୍ଣ୍ଣାଙ୍ଗ, ବୋଲି ଜାଣିବେ" ଏଥିରେ ଶଙ୍କର ଏକମତ ହେବାରୁ ଉଭୟଭାରତୀ ତାହାଙ୍କୁ କାମଶାସ୍ତ୍ର ବିଷୟକ କେତେକ ସମସ୍ୟାରେ ସମାଧାନପାଇଁ ଆମନ୍ତ୍ରଣ କଲେ କିନ୍ତୁ ଆକୁମାର ସନ୍ୱ୍ୟାସୀ ଶଙ୍କର ତତ୍କ୍ଷାତ୍ ତହିଁର ସମାଧାନରେ ପ୍ରବୃତ୍ତ ନ ହୋଇ ମାସାନ୍ତେ ସମସ୍ୟାର ଉତ୍ତର ଦେବାକୁ ପ୍ରତିଶ୍ରୂତ ହୋଇ ପ୍ରତ୍ୟାବୃତ୍ତ ହେଲେ ଶଙ୍କର ପରାଜୟ ପ୍ରବେଶ ବିଷୟରେ ସିଦ୍ଧିଲାଭ କରିଥିଲେ କେବଳ କୌଣସି ସଦ୍ୟୋମୃତ ଭୋଗୀ ବ୍ୟକ୍ତିର ଶବ ଲାଭ କରିପାରିଲେ ତଦ୍ଗତ ହୋଇ କାମଶାସ୍ତ୍ରାବବୋଧ କରି ମଣ୍ଡନପତ୍ନୀକୃତ ସମସ୍ୟା ସମାଧାନ କରି ପାରିବେ ବୋଲି ଭାବି ସଶିଷ୍ୟ ହୋଇ ଶଙ୍କର ଭୋଗିଶବାନୁ ସନ୍ଧାନ କରିବାରେ ଲାଗିଲେ ଦୈବାତ୍ କୌଣସି ରାଜଶବ ତାଙ୍କର ଦୃଷ୍ଟିଗୋଚର ହେବାରୁ ଶଙ୍କର ତଦ୍ଗତ ହୋଇ କାମଶାସ୍ତ୍ରର ଅବବୋଧ କଲେ ତଦନ୍ତର ଆଚାର୍ଯ୍ୟଦେବ ଯଥାସମୟରେ ମଣ୍ଡନ ମନ୍ଦିରରେ ସଶିଷ୍ୟ ଉପସ୍ଥିତ ହେଲେ କିନ୍ତୁ ମଣ୍ଡନପତ୍ନୀ ଏତତ ପୂର୍ବରୁ ଶଙ୍କରଙ୍କ ଅଦ୍ଭୂତ କୌଶଳ ଅବଗତ ହୋଇଥିବାରୁ ବିଚାର ନ୍ୟତିରେକେ ପରାଜୟ ସ୍ୱୀକାର କରି ଶାପନ୍ତ ସମୟ ହେବାରୁ ସ୍ୱଧାମ ପ୍ରସ୍ଥାନପାଇଁ ଇଚ୍ଛାପ୍ରକାଶ କଲେ ଆଚାର୍ଯ୍ୟଦେବ ଯୋଗବଳରେ ମଣ୍ଡନ ପତ୍ନୀଙ୍କୁ ସାକ୍ଷାତ ସରସ୍ୱତୀ ଦେବୀ ବୋଲି ଜାଣିପାରି ବହୁ ସ୍ତୁତି କଲେ ଦେବୀ ଭକ୍ତର ସ୍ତୁତିରେ ପ୍ରଶନ୍ନା ହୋଇ ତତ୍ପ୍ରତିଷ୍ଠିତ ଶୃଙ୍ଗେରିମଠରେ ଅଧିଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଲେ ମଣ୍ଡନ ଏହି ବିସ୍ମୟକର ଅପାର୍ଥିବ ଘଟନା ଦର୍ଶନରେ ସ୍ତମ୍ଭିତ ହୋଇ ସନ୍ୱ୍ୟାସବେଶରେ ଆଚାର୍ଯ୍ୟଙ୍କର ଅନୁଗମନ କଲେ ।

ସର୍ବଜ୍ଞ ଶଙ୍କର ଅଙ୍ଗ, ବଙ୍ଗ, କଳିଙ୍ଗ, ଗୌଡ, ମିଥିଲା, ନେପାଳ, କାଶ୍ନୀର, ସୌରାଷ୍ଟ୍ର, ବାହ୍ଲିକ, ନୈମିଷ, କୁରୁ, ପାଞ୍ଚଳ ପ୍ରଭୃତି ପ୍ରଦେଶମାନ ଭ୍ରମଣରେ ନିଜର ପାଣ୍ଡିତ୍ୟ ଏବଂ ଶକ୍ତି ସାହାଯ୍ୟରେ ନାନା ଅମାନୁଷିକ ଘଟନା ପ୍ରଦର୍ଶନ ତଥା ଭିନ୍ନ ମତାବଲମ୍ବୀ ଦିଗ୍ୱିଜୟୀ ପଣ୍ଡିତମାନଙ୍କୁ ନିର୍ଯୁକ୍ତି ଏବଂ ନିରସ୍ତ କରି ଭାରତରେ ସର୍ବତ୍ର ଅଦ୍ୱୈତବାଦର ପୁନଃ ପତିଷ୍ଠା କରି ଶାନ୍ତି ସଂସ୍ଥାପନ କଲେ ।

ମହାତ୍ମାମାନଙ୍କର ମୂହୂର୍ତ୍ତ ସୁଦ୍ଧା ମୂଲ୍ୟବାନ କର୍ତ୍ତବ ସାଙ୍ଗ ହେଲେ ସେମାନଙ୍କର ଅନ୍ତର୍ଧାନ ପାକୃତିକ ପୁଣି ଇତର ସାଧାରଣଙ୍କ ପକ୍ଷରେ ଯାହା ଅସମ୍ଭବ ବା ଅସାଧ୍ୟ, ସେମାନଙ୍କ ପକ୍ଷରେ ତାହା ଅବିଞ୍ଚତ୍କର ଓ ଅଳ୍ପସମୟ ସାଧ୍ୟ ଶଙ୍କର ୩୨ ବର୍ଷ ବୟଃକ୍ରମ ମଧ୍ୟରେ ମତବିଭାଟର ସମ୍ପୂର୍ଣ୍ଣ ଶାନ୍ତି ଆନୟନ କରିପାରିଥିଲେ ତେଣୁ ସେହି ନିରୁପିତ କାଳରେ ପରିସମାପ୍ତ ହୋଇ ଆସିବାରୁ ସହସ ସହସ ଶିଷ୍ୟ, ମଧ୍ୟରେ ପ୍ରିୟତମ ସନନ୍ଦନଙ୍କୁ ପଦ୍ମପାଦାଚାର୍ଯ୍ୟ ନାମରେ ଶ୍ରୀଜଗନ୍ନାଥ କ୍ଷେତ୍ର ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠରେ, ସରସ୍ୱତୀପତି ମଣ୍ଡନମିଶ୍ରଙ୍କୁ ସୁରେଶ୍ୱଚାର୍ଯ୍ୟ ନାମରେ ଋଷ୍ୟଶୃଙ୍ଗାଶ୍ରମପ୍ରତିଷ୍ଠିତ ଶୃଙ୍ଗେରୀ ପୀଠରେ, ଶ୍ରୀବେଲୀ ନିବାସୀ ପ୍ରଭାକର ମୂକପୁତ୍ରଙ୍କୁ ବାଦଦୁକତା ପଦାନ କରି ହସ୍ତାମଳକାଚାର୍ଯ୍ୟ ନାମରେ ଦ୍ୱାରକାପ୍ରତିଷ୍ଠିତ ଶାରଦା ପୀଠରେ ଏବଂ ଅନ୍ୟତମ ମହାମୂର୍ଖ ଶିଷ୍ୟ ଗିରିଙ୍କୁ ଦିବ୍ୟଜ୍ଞାନ ଦାନ କରି ତ୍ରୋଟକାର୍ଯ୍ୟ ନାମରେ ବଦ୍ରିକାକ୍ଷେତ୍ର ପ୍ରତିଷ୍ଠିତ ଜ୍ୟୋତିଃ ପୀଠରେ ଅଧ୍ୟକ୍ଷତା ପଦାନ କରି ସ୍ୱୟଂ କୈଳାସ ଯାତ୍ରାକରି ସେଠାରେ ସ୍ୱଦେହରେ ଶଙ୍କର ମୂର୍ତ୍ତିରେ ଲୀନ ହେଲେ ।

  1. Sharma, Chandradhar (1962). "Chronological Summary of History of Indian Philosophy". Indian Philosophy: A Critical Survey. New York: Barnes & Noble. p. vi.

ଅଧିକ ତଥ୍ୟ

ସମ୍ପାଦନା