ମୁଖ୍ୟ ସୂଚୀ ଦେଖିବେ

କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ।[୧] କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ ।[୨] ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା । [୩]

କାଳୀ
ସଂସ୍କୃତ ଅନୁବାଦKālī
ଉପାଧିଦେବୀ
ଅସ୍ତ୍ରଖଡ୍ଗ
ସାଥିଶିବ

ବିଷୟସୂଚୀ

ଆବିର୍ଭାବସମ୍ପାଦନ କରନ୍ତୁ

ପୂଜା ଓ ମନ୍ତ୍ରସମ୍ପାଦନ କରନ୍ତୁ

ପୌରାଣିକସମ୍ପାଦନ କରନ୍ତୁ

ଥରେ ଶୁମ୍ଭ ଏବଂ ନିଶୁମ୍ଭ ନାମକ ଦୁଇ ଜଣ ରାକ୍ଷସ ଭୀଷଣ ଶକ୍ତିଶାଳୀ ହୋଇ ଦେବତା ମାନଙ୍କୁ ପ୍ରପୀଡ଼ିତ କରି ଭୀତତ୍ରସ୍ତ କରି ଦେଲେ । ଦେବତାମାନେ ମା’ଙ୍କର ସୁରକ୍ଷା ଭିକ୍ଷା କଲେ । ମା’ ଦୁର୍ଗା ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଭାବରେ ରାକ୍ଷସଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଲେ କିନ୍ତୁ ରାକ୍ଷସ ଦ୍ୱୟ ତାଙ୍କର ଦୁଇ ସହକାରୀ ଚଣ୍ଡା ଓ ମୁଣ୍ଡାଙ୍କୁ ପଠାଇ ମା’ଙ୍କୁ ଧରି ଆଣିବାକୁ ଆଦେଶ ଦେଲେ । ମା’ ତତ୍‌କ୍ଷଣାତ୍‌ ସେମାନଙ୍କୁ ସଂହାର କରି ଚାମୁଣ୍ଡେଶ୍ୱରୀ ନାମରେ ବିଦିତା ହେଲେ । ଏଥିରେ ବ୍ୟଥିତ ହୋଇ ଶୁମ୍ଭ, ନିଶୁମ୍ଭ ରକ୍ତବୀଜ ନାମକ ଏକ ପରାକ୍ରମୀ ରାକ୍ଷସକୁ ପଠାଇଲେ । ରକ୍ତବୀଜ ପାଇଥିବା ବର ଅନୁଯାୟୀ ତାର ପ୍ରତି ରକ୍ତବିନ୍ଦୁ ଭୂତଳପାତ ହେଲେ ଗୋଟିଏ ରାକ୍ଷସ ପୁଣି ଜନ୍ମ ନେଉଥିଲା । [୪]ଏହି ଅନିବାର୍ଯ୍ୟ ଶକ୍ତିକୁ ପରାହତ କରିବା ପାଇଁ ମା’ ମହାକାଳୀ ରୂପ ଧାରଣ କରି ରକ୍ତବୀଜର ରକ୍ତବିନ୍ଦୁ ତଲେ ପଡ଼ିବା ପୂର୍ବରୁ ତାକୁ ପିଇ ଦେଉଥିଲେ । ଏହି ପ୍ରକ୍ରିୟାରେ ରକ୍ତବୀଜର ବର କାର୍ଯ୍ୟ କରିପାରିଲା ନାହିଁ ଏବଂ ମା ତାକୁ ବିନାଶ କରିଦେଲେ । ଏହାପରେ ଦେବୀ ଶୁମ୍ଭ ନିଶୁମ୍ଭକୁ ବଧ କଲେ ।ଏହାପରେ କିନ୍ତୁ ଦେବୀଙ୍କର କ୍ରୋଧ ଓ ଶକ୍ତିର ଅବସାନ ଘଟିଲା ନାହିଁ । ମୃତ୍ୟୁର ଭୟଙ୍କର ନୃତ୍ୟରେ ସେ ସବୁକିଛି ଧ୍ୱଂସ କରି ଚାଲିଲେ । ଦେବତାମାନେ ପ୍ରାର୍ଥନା କଲେ ମଧ୍ୟ ମା ଶାନ୍ତ ହେଲେ ନାହିଁ। ଶେଷରେ ଶିବଯୁଦ୍ଧକ୍ଷେତ୍ରରେ ମୃତାହତ ରାକ୍ଷସମାନଙ୍କ ମଧ୍ୟରେ ମା’ଙ୍କର ଜୟଯାତ୍ରା ମାର୍ଗରେ ଶୋଇଗଲେ ଏବଂ ଯେତେବେଳେ ମା’ଙ୍କର ପାଦ ଶିବଙ୍କ ବକ୍ଷାଘାତ କଲା ସେ ଜିଭ କାମୁଡ଼ି ପକାଇ, ସ୍ତମ୍ଭୀଭୂତ ତତ୍‌କ୍ଷଣାତ୍‌ ଶାନ୍ତ ହୋଇଗଲେ ଏହି ରୂପେ ସୃଷ୍ଟି ଧ୍ୱଂସମ୍ମୁଖରୁ ରକ୍ଷା ପାଇଥିଲା ।

କାଳୀଙ୍କ ସ୍ୱରୂପସମ୍ପାଦନ କରନ୍ତୁ

ଚୈତନ୍ୟ ଦେବଙ୍କର ଜଣେ ସମସାମୟିକ କ୍ରିଷ୍ଣାନନ୍ଦ, ଆଗାମୀ ବାଗୀଶ, ଜଣେ ତାନ୍ତ୍ରିକ ଥରେ ଗୋଟିଏ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଦେବୀ କହିଲେ ସକାଳୁ ଉଠି ତୁ ଯେଉଁ ଲୋକଟିକୁ ଦେଖିବୁ ତାହାରି ଅନୁରୂପ ମୂର୍ତ୍ତି ଗଢ଼ି, ମୋତେ ପୂଜା କରିବୁ । ସେ ସକାଳୁ ଉଠି ଦେଖିଲେ ଗୋଟିଏ ତ୍ରିପଣ୍ଡକାଳୀ ଗୃହିଣୀଟିଏ ବାଁ ହାତକୁ ଉପରକୁ ମୁକ୍ତ ରଖି ଡାହାଣ ହାତରେ ଘଷିପାରୁଛି । ତା’କପାଳରୁ ଝାଳ ବୋହୁଛି । ସେ ତାକୁ ବାଁହାତରେ ପୋଛିଲାବେଳେ ସେ ସିନ୍ଦୂରଗୁଡାକ ତା’ ଘନ କଳାବାଳ ଓ ମୁହଁରେ ଲାଖିଯାଇ ଲାଲ୍‌ ଦିଶୁଛି । ଦେହରେ ତା’ର ଧଳାର ଟିପିଟିପି ଚିହ୍ନ ଝଳସି ଉଠୁଛି । ସେ ତା’ର ସାମ୍‌ନା ହୁଅନ୍ତେ ସେ ଲାଜରେ ଜିଭ ବାହାର କରି କାମୁଡ଼ିଦେଲା । ଏହିପରି ଏକ ଲୋକର ଚିତ୍ର ଦେଖି ସେ ଦେବୀଙ୍କର ରୂପ ଦିଅନ୍ତି । ଏଥିରେ ଦକ୍ଷିଣକାଳୀଙ୍କ ରୂପ ନିହିତ ବୋଲି ଶୁଣାଯାଏ । ଏହି କାଳୀ ମୂର୍ତ୍ତିର ନିର୍ମାଣ ଦ୍ୱିତୀୟ ଶତାବ୍ଦୀ ପୂର୍ବରୁ ବୋଲି ଐତିହାସିକମାନେ ମତ ସାବ୍ୟସ୍ତ କରନ୍ତି । [୫]

ଆଧାରସମ୍ପାଦନ କରନ୍ତୁ

  1. Encyclopedia International, by Grolier Incorporated Copyright in Canada 1974. AE5.E447 1974 031 73-11206 ISBN 0-7172-0705-6 page 95
  2. "Kali - Meaning of Kali, What does Kali mean?". www.babynamespedia.com. Retrieved 30 January 2016.
  3. "Kali Ma". www.themystica.com. Retrieved 30 January 2016.
  4. D. Kinsley p. 118.
  5. ସମୟ, ପୃଷ୍ଠା-୨, ୨୩.୧୦୨୦୧୪, ଗୁରୁବାର

ଅଧିକ ତଥ୍ୟସମ୍ପାଦନ କରନ୍ତୁ