ଲକ୍ଷ୍ମୀ

ହିନ୍ଦୁ ଦେବୀ

ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ ।[୧] ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।[୨]ରାମାୟଣ ମତେ[୩] ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ ।[୪] ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ ।[୫] ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।

ଲକ୍ଷ୍ମୀ
A woman wearing red and gold clothes,standing in a lotus that is on water, has four arms, and is holding a lotus in her back hands.
କୁମାର ଉତ୍ସବରେ ଗଜଲକ୍ଷ୍ମୀ
ସଂସ୍କୃତ ଅନୁବାଦlakṣmī
ଉପାଧିଦେବୀ
ବାସସ୍ଥାନପଦ୍ମବନ,ବୈକୁଣ୍ଠ
ମନ୍ତ୍ରଶ୍ରୀବୀଜ,ଶ୍ରୀସୂକ୍ତ
ସାଥିବିଷ୍ଣୁ
ବାହନହାତୀ, ପେଚା

ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । [୬][୭] ତାଙ୍କୁ ପୂଜାକରିବାଦ୍ୱାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ ଗୁରୁବାର ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ ।

ନାମ ସମ୍ପାଦନା

ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା :

  • ପଦ୍ମା : ପଦ୍ମରେ ଯେ ବାସ କରନ୍ତି
  • କମଳା : କମଳରେ ଯେ ବାସ କରନ୍ତି
  • ପଦ୍ମପ୍ରିୟା : ଯେ ପଦ୍ମକୁ ପସନ୍ଦ କରନ୍ତି
  • ପଦ୍ମମୁଖୀ : ଯାହାର ମୁଖ ପଦ୍ମ ଭଳି ସୁନ୍ଦର
  • ପଦ୍ମାକ୍ଷୀ : ଯାହାର ଆଖି ପଦ୍ମ ପରି ସୁନ୍ଦର
  • ପଦ୍ମହସ୍ତା : ଯେ ପଦ୍ମ ଧାରଣ କରିଥାନ୍ତି
  • ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
 
ଶ୍ରୀମନ୍ଦିରରେ ଥିବା ଶ୍ରୀଦେବୀଙ୍କ ଚଳନ୍ତି ପ୍ରତିମା

ଅନ୍ୟ ନାମଗୁଡ଼ିକ ହେଲା:

  • ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
  • ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି

ସ୍ତୁତି ସମ୍ପାଦନା

ଲକ୍ଷ୍ମୀ ଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -

ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍

ଆଉରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. lakṣmī, Monier Monier-Williams|Monier-Williams' Sanskrit–English Dictionary, University of Washington Archives
  2. Das, Subhamoy. "Lakshmi: Goddess of Wealth & Beauty!". Hinduism.about.com. Retrieved 2012-11-09.
  3. Ramayana, i.45.40-43
  4. Monier Williams Religious Thought and Life in India, Part 1, 2nd Edition, pages 108-111
  5. Essential Hinduism; by Steven Rosen (2006); p. 136
  6. Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, ISBN 978-1438433202, pages 29-47, 220-252
  7. Divali - THE SYMBOLISM OF LAKSHMI National Library and Information System Authority, Trinidad and Tobago (2009)

ଅଧିକ ତଥ୍ୟ ସମ୍ପାଦନା