ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

(A. C. Bhaktivedanta Swami Prabhupadaରୁ ଲେଉଟି ଆସିଛି)

ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ (୦୧ ସେପ୍ଟେମ୍ବର ୧୮୯୬ – ୧୪ ନଭେମ୍ବର ୧୯୭୭) ଜଣେ ଗୌଡ଼ୀୟ ବୈଷ୍ଣବ ଧର୍ମଗୁରୁ ତଥା ଇସ୍କନର ପ୍ରତିଷ୍ଠାତା ଥିଲେ ।[] ଇସ୍କନର ସଦସ୍ୟମାନେ ଭକ୍ତିବେଦନ୍ତ ସ୍ୱାମୀଙ୍କୁ ଚୈତନ୍ୟଙ୍କ ପ୍ରତିନିଧି ଓ ଦୂତ ମନେକରନ୍ତି ।[]

ଅଭୟ ଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
In Devanagariअभय चरणारविन्द भक्तिवेदान्त स्वामी प्रभुपाद
ଅନ୍ୟାନ୍ୟ name(s)ଅଭୟ ଚରଣାରବିନ୍ଦ, ଅଭୟ ଚରଣ ଦେ, ପ୍ରଭୁପାଦ
ବ୍ୟକ୍ତିଗତ
ଜାତୀୟତାଭାରତୀୟ
ଜନ୍ମଅଭୟ ଚରଣ ଦେ
(1896-09-01)୧ ସେପ୍ଟେମ୍ବର ୧୮୯୬
କଲିକତା
ମୃତ୍ୟୁ୧୪ ନଭେମ୍ବର ୧୯୭୭(1977-11-14) (ବୟସ ୮୧)
ବୃନ୍ଦାବନ, ଭାରତ
ସମାଧିଭକ୍ତିବେଦାନ୍ତ ସ୍ୱାମୀଙ୍କ ସମାଧି, ବୃନ୍ଦାବନ
Senior posting
ଅବସ୍ଥାପିତବୃନ୍ଦାବନ, ଭାରତ
ଉପାଧିଇସ୍କନର ସଂସ୍ଥାପକ ଆଚାର୍ଯ୍ୟ
Period in office୧୯୬୬-୧୯୭୭
ପୂର୍ବଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର
ଧାର୍ମିକ ବୃତ୍ତି
Initiationଦୀକ୍ଷା–1932, ସନ୍ନ୍ୟାସ–1959
Postଗୁରୁ, ସନ୍ନ୍ୟାସୀ, ସଂସ୍ଥାପକ- ଆଚାର୍ଯ୍ୟ
ୱେବସାଇଟOfficial Website of ISKCON Official website of Prabhupada

ସେ ଆଫ୍ରିକୀୟ-ଆମେରିକୀୟ ଲୋକଙ୍କ ବିରୋଧରେ ତାଙ୍କର ବର୍ଣ୍ଣବାଦୀ ମତ, ପ୍ରତାଡ଼ିତ ଜାତି ବିରୋଧୀ ଭେଦଭାବ, ଇହୁଦୀ-ବିରୋଧୀ ମତ, ମହିଳାମାନଙ୍କ ପ୍ରତି ଦ୍ୱେଷ ଏବଂ ଆଡଲ୍ଫ ହିଟଲରଙ୍କ ଅପରାଧକୁ ସମର୍ଥନ କରିବା ପାଇଁ ସମାଲୋଚନାର ଶିକାର ହୋଇଛନ୍ତି ।[][][]

ବାଲ୍ୟ ଜୀବନ

ସମ୍ପାଦନା

ସେପ୍ଟେମ୍ବର ୧, ୧୮୯୬ରେ କଲିକତାରେ ଜନ୍ମିତ ଏହି ଧର୍ମଗୁରୁଙ୍କର ପିତୃମାତୃଦତ୍ତ ନାମ ଥିଲା ଅଭୟ ଚରଣ ଦେ ।[] ପ୍ରଭୁପାଦ ସ୍ୱାମୀଙ୍କ ପିତା ଗୌର ମୋହନ ଦେ ଓ ମାତା ରଜନୀ ଦେ ଉଭୟ ବୈଷ୍ଣବ ଥିଲେ । କମ୍ ବୟସରୁ ଅଭୟ କୃଷ୍ଣ ଆରାଧନା କରିବାକୁ ଭଲ ପାଉଥିଲେ । ନନ୍ଦୋତ୍ସବ ଦିନ ଜନ୍ମିତ ହୋଇଥିବାରୁ ବାପା ମାଁ ତାଙ୍କୁ ଶ୍ରଦ୍ଧାରେ ନନ୍ଦଦୁଲାଲ ନାମରେ ଡାକୁଥିଲେ । ନନ୍ଦଦୁଲାଲ ସାଥି ପିଲାଙ୍କ ସହ ଖେଳନା ରଥରେ ରଥଯାତ୍ରା ପାଳନ କରିବା ତଥା ସାଙ୍ଗ ମେଳରେ ସଂକୀର୍ତ୍ତନ ଓ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ଭଲ ପାଉଥିଲେ ।[]

ଶିକ୍ଷା

ସମ୍ପାଦନା

କଲିକତାର ପ୍ରଖ୍ୟାତ ସ୍କଟିସ ଚର୍ଚ୍ଚ କଲେଜରେ ଶିକ୍ଷା ଲାଭ କରି ସେ ୧୯୨୦ ମସିହାରେ ଇଂରାଜୀ, ଅର୍ଥନୀତି ଏବଂ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କଲେ । ତତ୍କାଳୀନ ସମୟରେ ସ୍କଟିସ ଚର୍ଚ୍ଚ କଲେଜର ଅଧ୍ୟାପକ ବୃନ୍ଦ ଧାର୍ମିକ ଏବଂ ଶାନ୍ତ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ଏବଂ କଲେଜର ଶିକ୍ଷାଦାନ ବ୍ୟବସ୍ଥା ଉତ୍ତମ ଥିଲା । କଲେଜ ପଢୁଥିବା ବେଳେ ଅଭୟ ଇଂରାଜୀ ସୋସାଇଟି ଏବଂ ସଂସ୍କୃତ ସୋସାଇଟିରେ ସଭ୍ୟ ଥିଲେ । ଅତଏବ କୁହାଯାଏ, ଏଭଳି ପରିବେଶ ପରବର୍ତ୍ତୀ ସମୟରେ ତାଙ୍କୁ ଧର୍ମଗୁରୁ ଭାବେ ନେତୃତ୍ୱ ନେବାର ଯୋଗ୍ୟତା ଅର୍ଜ୍ଜନ କରିବାରେ ସହାୟତା କରିଥିଲା । ୧୯୧୮ ମସିହାରେ ସେ ବିବାହ କରି ସାଂସାରିକ ଜୀବନ ଆରମ୍ଭ କରିଥିଲେ । କିଛିଦିନପାଇଁ ଡିପ୍ଲୋମା ପାଠ ଛାଡି ଗାନ୍ଧୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେବା ପାଇଁ ସେ ଆଗେଇ ଆସିଥିଲେ । ସେ ମନେ କରିଥିଲେ, ଭାରତ ସ୍ୱାଧୀନ ହେବାପରେ ବେଦାନ୍ତର ବାର୍ତ୍ତା ପାଶ୍ଚାତ୍ୟରେ ପ୍ରଚାର କରିବା ଉଚିତ ହେବ ।

ଧର୍ମପ୍ରଚାର

ସମ୍ପାଦନା

୧୯୨୨ମସିହାରେ ତାଙ୍କୁ ଯେତେବେଳେ ୨୬ବର୍ଷ ବୟସ, ଗୌଡ଼ୀୟ ମଠର ସଂସ୍ଥାପକ ତଥା ପ୍ରଖ୍ୟାତ ବିଦ୍ୱାନ ଶ୍ରୀଲ ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ସହ ତାଙ୍କର ଦେଖା ହୁଏ । ପରବର୍ତ୍ତୀ ସମୟରେ ଅଭୟ ତାଙ୍କରି ଶିଷ୍ୟତ୍ୱ ଗ୍ରହଣ କରିଥିଲେ ।[] ଗୁରୁଙ୍କ ଆଦେଶ ଥିଲା ସେ ପ୍ରଥମେ ପାଶ୍ଚାତ୍ୟରେ ପ୍ରଭୁ ଚୈତନ୍ୟଙ୍କ ବାଣୀର ପ୍ରଚାର କରନ୍ତୁ ।[] ଗୁରୁଙ୍କ ଆଦେଶ ପ୍ରକାରେ ଶ୍ରୀଲ ପ୍ରଭୁପାଦ ଭଗବତ ଗୀତାର ଏକ ଇଂରାଜୀ ଟୀକା ପ୍ରଣୟନ କଲେ । ପରେ ପରେ ଅର୍ଥାତ୍, ୧୯୪୪ରେ ସେ "back to Godhead" ନାମକ ଏକ ଇଂରାଜୀ ପାକ୍ଷିକ ପତ୍ରିକାର ପ୍ରକାଶନ କଲେ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏବଂ କୃଷ୍ଣଭକ୍ତିର ପ୍ରଚାର ନିମିତ୍ତ ଉକ୍ତ ପତ୍ରିକାର ଲେଖା, ସଂପାଦନା, ପତ୍ରିକା ଡିଜାଇନ, ସଂଶୋଧନ, ବିତରଣ ତଥା ପ୍ରକାଶନ ଏ ସମସ୍ତ ଦାୟିତ୍ୱ ସେ ନିଜେ ବହନ କରିଥିଲେ । ପତ୍ରିକାର ପ୍ରଥମ ସଂସ୍କରଣରେ ସେ ଲେଖିଥିଲେ:

୧୯୩୬ ମସିହାରୁ ଏ ଯାବତ୍ କୌଣସି ସମ୍ବଳ କିମ୍ବା ପ୍ରୋତ୍ସାହନ ବିନା ଏହି ଦୁଃସାହସିକ ଅଭିଯାନର ପ୍ରାରମ୍ଭ କରିବା କେବଳ ମୋର କଳ୍ପନା ଥିଲା, ତେବେ ଏ ଦିଗରେ କେହି ନିରୁତ୍ସାହିତ ନ କରିବାରୁ ମୁଁ ଏ ଅଭିଯାନର ଶୁଭାରମ୍ଭ କରୁଛି ।।

A. C. Bhaktivedanta Swami|Back to Godhead magazine (Vol.1, 1–4, 1944)

ଶ୍ରୀଲ ପ୍ରଭୁପାଦଙ୍କ ଭକ୍ତି ତଥା ଦର୍ଶନ ଶାସ୍ତ୍ରରେ ବ୍ୟୁତ୍ପତ୍ତିକୁ ସମ୍ମାନ ଜଣାଇ ଗୌଡ଼ୀୟ ବୈଷ୍ଣବ ସମାଜ ତାଙ୍କୁ ୧୯୪୭ ମସିହାରେ ଭକ୍ତିବେଦାନ୍ତ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ ।[୧୦] ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍ ୧୯୬୭ ମସିହା ବେଳକୁ ତାଙ୍କରି ଶିଷ୍ୟଗଣ ତାଙ୍କୁ ସମ୍ମାନସୂଚକ ପ୍ରଭୁପାଦ (ଅର୍ଥାତ୍, ପ୍ରଭୁଙ୍କ ଚରଣାଶ୍ରିତ) ନାମରେ ପରିଚିତ କରାଇଲେ । ୧୯୫୦ ମସିହାରେ, ୫୪ ବର୍ଷ ବୟସରେ ସେ ବିବାହିତ ଜୀବନରୁ ଦୁରେଇ ଗଲେ ଏବଂ ଠିକ ଚାରିବର୍ଷ ପରେ ବାନପ୍ରସ୍ଥ ଗ୍ରହଣ କଲେ । ବୃନ୍ଦାବନସ୍ଥିତ ରାଧାଦାମୋଦର ମନ୍ଦିରରେ ରହି ବେଦାନ୍ତ ଦର୍ଶନ ଓ ଶ୍ରୀମଦ୍ ଭାଗବତମ୍ ଉପରେ ତାଙ୍କରି ଲେଖା ଓ ଅଧ୍ୟୟନ ଜାରି ରଖିଲେ ।

 
ଜଗନ୍ନାଥଙ୍କ ମୂର୍ତ୍ତି ସହ ଭକ୍ତିବେଦାନ୍ତ ସ୍ୱାମୀ ଗୋଲ୍‌ଡେନ ଗେଟ ପାର୍କ, ୧୯୬୭ ଫେବୃଆରୀ

ଆମେରିକା ଯାତ୍ରା

ସମ୍ପାଦନା

୧୯୬୫ରେ, ୭୦ ବର୍ଷ ବୟସରେ ଶ୍ରୀଲ ପ୍ରଭୁପାଦ ଗୁରୁଙ୍କ ଆଦେଶ ଅନୁସାରେ ଆମେରିକା ଯାତ୍ରା କଲେ । ଜଳଦୂତ ନାମକ ଜାହାଜରେ ଚାଳିଶ ଦିନର ଯାତ୍ରା କରି ଶେଷରେ ସେ ନିୟୁୟର୍କ ନଗରରେ ପହଞ୍ଚିଲେ । ନିୟୁୟର୍କରେ ପ୍ରାରମ୍ଭିକ ସମୟରେ ସେ ସଂକୀର୍ତ୍ତନ ଏବଂ ଭଗବତ ଗୀତା ସମ୍ପର୍କିତ ଶିକ୍ଷାଦାନ ଜାରି ରଖିଲେ । ବିଭିନ୍ନବର୍ଗର ଅନେକ ବିଦେଶୀ ଯୁବକ ତାଙ୍କର ଶିଷ୍ୱତ୍ୱ ଗ୍ରହଣ କରିଥିଲେ । ପରେ ୧୯୬୬ ମସିହା ଜୁଲାଇରେ ତାଙ୍କ ପ୍ରଚେଷ୍ଟା ଏବଂ ଶିଷ୍ୟଗଣଙ୍କ ସହଯୋଗରେ ସେଠାରେ ଇସ୍କନ ପ୍ରତିଷ୍ଠା ଲାଭ କଲା ।[୧୧] ଆନ୍ତର୍ଜାତିକ କୃଷ୍ଣଚେତନା ସଙ୍ଘ ବା "International Society for Krishna Consciousness" (ISKCON) ବା ଇସ୍କନ ଏକ ଗୌଡ଼ୀୟ ବୈଷ୍ଣବ ଧାର୍ମିକ ସଙ୍ଗଠନ । ଏହା ହରେକୃଷ୍ଣ ଆନ୍ଦୋଳନ ନାମରେ ମଧ୍ୟ ଖ୍ୟାତ ।[୧୨]ଗୀତାରେ ବର୍ଣ୍ଣିତ ଭକ୍ତିଯୋଗର ପ୍ରାଧାନ୍ୟକୁ ପ୍ରଚାର କରିବା ଏବଂ ଅଦ୍ୱୈତବାଦର ପ୍ରତିଷ୍ଠା ଏହି ପ୍ରତିଷ୍ଠାନର ଅନ୍ୟତମ ଲକ୍ଷ୍ୟ ।[୧୩] ଆମେରିକାରେ ତାଙ୍କ ଶିଷ୍ୟଗଣଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ନିୟୁୟର୍କରେ ଏକ ମନ୍ଦିର ଏବଂ ପରେ ୧୯୬୭ରେ ସାନ୍‌ ଫ୍ରାନ୍ସିସକୋ ନଗରରେ ଏକ କେନ୍ଦ୍ରର ପ୍ରତିଷ୍ଠା ହେଲା । ଏହିଠାରୁ ପ୍ରଭୁପାଦ ଆମେରିକାର ବିଭିନ୍ନ ସ୍ଥାନ ଭ୍ରମଣ କରି ସଂକୀର୍ତ୍ତନ, ବହି ବିତରଣ ତଥା ସର୍ବସାଧାରଣ ସ୍ଥଳରେ ଧାର୍ମିକ ବକ୍ତୃତାଦ୍ୱାରା ଗୌଡ଼ୀୟ ବୈଷ୍ଣ୍ଣବ ଧର୍ମର ପ୍ରଚାର କରିବା ଆରମ୍ଭ କରିଥିଲେ । ଆମେରିକାରେ ପହଞ୍ଚିବାର ପ୍ରଥମ ବାର ବର୍ଷ ମଧ୍ୟରେ ପ୍ରଭୁପାଦ ତାଙ୍କ ଲକ୍ଷ୍ୟ ପୂରଣ ଦିଗରେ ସଫଳତା ଲାଭ କରିଥିଲେ ।

  • ଛଅଟି ମହାଦେଶର ବିଭିନ୍ନ ସହର ପ୍ରାୟ ଚଉଦ ଥର ପରିଭ୍ରମଣ କରି ସେ ଧାର୍ମିକ ବକ୍ତୃତା ପ୍ରଦାନ କରିଥିଲେ ।
  • ଅନେକ ଶିଷ୍ୟ ଗ୍ରହଣ କରି ସନ୍ନ୍ୟାସ ଦିକ୍ଷୀତ କରାଇଥିଲେ
  • ପାଶ୍ଚାତ୍ୟରେ ବୈଦିକ ଗୁରୁକୁଳ ପ୍ରଥାର ପ୍ରଚାର ତଥା ପ୍ରସାର କରାଇପାରିଥିଲେ
  • ଭକ୍ତିବେଦାନ୍ତ କୁକ୍ ଟ୍ରଷ୍ଟ ପ୍ରତିଷ୍ଠାର ମୂଳଦୁଆ ପକାଇଥିଲେ[୧୪][୧୫]
  • ନିଉ ଭର୍ଜିନିଆରେ ଧାର୍ମିକ କଲୋନୀ ନୂତନ ବୃନ୍ଦାବନର ପ୍ରତିଷ୍ଠା[୧୬]
  • ବେଦାନ୍ତ ତଥା ଦର୍ଶନ ସଂପର୍କିତ ଅଶୀରୁ ଅଧିକ ବହିର ରଚନା କରିଥିଲେ
  • ପାଶ୍ଚାତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ତଥା ରଥଯାତ୍ରାର ପ୍ରଚଳନ କରାଇଥିଲେ
  • ଇସ୍କନ ମାଧ୍ୟମରେ ପାଶ୍ଚାତ୍ୟରେ ଭକ୍ତିଯୋଗର ସଫଳ ପ୍ରଚାର ତଥା ପ୍ରସାର କରିପାରିଥିଲେ

ଦାସପ୍ରଥା

ସମ୍ପାଦନା

ସ୍ୱାମୀ କହିଥିଲେ ଯେ ଆଫ୍ରିକୀୟ-ଆମେରିକୀୟ ଲୋକମାନେ ଦାସପ୍ରଥା ଭିତରେ ରହିବା ଉଚିତ୍ ।

"କଳାମାନେ ଦାସ ଥିଲେ । ସେମାନେ ନିୟନ୍ତ୍ରଣରେ ଥିଲେ । ଏବଂ ଯେହେତୁ ସେମାନଙ୍କୁ ସମାନ ଅଧିକାର ଦେଇଛ, ସେମାନେ ବିଚଳିତ, ସବୁଠାରୁ ଅଶାନ୍ତ, ସର୍ବଦା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛନ୍ତି, ଅସଂସ୍କୃତ ଏବଂ ମଦ୍ୟପ ହୋଇରହିଛନ୍ତି । ସେମାନଙ୍କୁ କ'ଣ ପ୍ରଶିକ୍ଷଣ ମିଳିଛି? ସେମାନଙ୍କୁ ସମାନ ଅଧିକାର ମିଳିଛି କି? ସେମାନଙ୍କୁ ଦାସ ଭାବରେ ନିୟନ୍ତ୍ରଣରେ ରଖିବା ଭଲ କିନ୍ତୁ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପର୍ଯ୍ୟାପ୍ତ କପଡ଼ା ଦେବା ବ୍ୟତୀତ ଅଧିକ ଦେବା କଥା ନୁହେଁ । ତା'ହେଲେ ସେମାନେ ସନ୍ତୁଷ୍ଟ ହେବେ ।[୧୭]

ନାରୀମାନଙ୍କ ବିଷୟରେ ସ୍ୱାମୀଙ୍କ ରଚନା ଅଧିକାଂଶ ଭାବେ ନାରୀ-ଦ୍ୱେଷ ବୋଲି ବିବେଚନା କରାଯାଏ । ତାଙ୍କର କିଛି ମତ ହେଉଛି:

"ସାଧାରଣତଃ ମହିଳାମାନଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ ।[][]

"ମହିଳାମାନେ ସାଧାରଣତଃ ବେଶୀ ବୁଦ୍ଧିମତୀ ନୁହନ୍ତି ।"[]

"ସାଧାରଣତଃ ଜଣେ ମହିଳାଙ୍କୁ ପୁରୁଷ ଜଣେ ଆକ୍ରମଣ କଲେ — ତାଙ୍କ ସ୍ୱାମୀ କିମ୍ବା ଅନ୍ୟ କୌଣସି ପୁରୁଷ — ସେ ଅତ୍ୟଧିକ କାମାତୁର ହୋଇ ସେ ଆକ୍ରମଣକୁ ଉପଭୋଗ କରନ୍ତି ।"[]

ଗ୍ରନ୍ଥସୂଚୀ

ସମ୍ପାଦନା

ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ତାଙ୍କରି ଲେଖା ଏବଂ ଶ୍ରୀମଦ୍ ଭଗବତ ଗୀତା, ଚୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡ଼ୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ତାଙ୍କ ପ୍ରକାଶିତ ବହିଗୁଡିକୁ ତାଙ୍କରି ଅନବଦ୍ୟ ଅବଦାନ ବୋଲି କୁହାଯାଇପାରେ । ସେ ଭଗବତ ଗୀତା ସମେତ ବେଦ, ବେଦାନ୍ତ ଓ ଭକ୍ତି ସଂପର୍କିତ ଅଶୀରୁ ଅଧିକ ବହିର ଅନୁବାଦ ତଥା ଟୀକା ପ୍ରସ୍ତୁତ କରିଛନ୍ତି ।[୧୩] ତାଙ୍କ ପ୍ରକାଶିତ Bhagavad-gita As It Is, ତିରିଶ ଭାଗରେ ପ୍ରକାଶିତ Srimad-Bhagavatam ଏବଂ ସତର ଭାଗରେ ପ୍ରକାଶିତ Sri Chaitanya-charitamrita ଗୋଟିଏ ଗୋଟିଏ କାଳଜୟୀ ରଚନା । ତାଙ୍କରି ବହିସବୁର ପ୍ରକାଶନ ନିମିତ୍ତ ୧୯୭୨ ମସିହାରେ ଭକ୍ତିବେଦାନ୍ତ ବୁକ୍ ଟ୍ରଷ୍ଟ ପ୍ରତିଷ୍ଠିତ ହେଲା । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ଛଅସ୍ତରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ ।

ଅନୁବାଦ ଓ ଟୀକା

ସମ୍ପାଦନା
  • Bhagavad-Gītā As It Is (1968) ISBN 0-89213-134-9
  • Isha Upanishad|Śrī Īśopaniṣad (1969) ISBN 0-89213-280-9
  • Bhagavata Purana|Śrīmad-Bhāgavatam (1972–77) ISBN 84-86883-07-5 (Vols.)
  • Chaitanya Charitamrita|Caitanya-caritāmṛta (1974) ISBN 0-912776-50-1 (Vols.)
  • Rupa Goswami|The Nectar of Instruction (1975) ISBN 0-912776-85-4

ଶ୍ରୀଲ ପ୍ରଭୁପାଦଙ୍କ ଜୀବନକାଳ ମଧ୍ୟରେ ପ୍ରକାଶିତ ଅନ୍ୟାନ୍ୟ ବହିମାନଙ୍କର ଏକ ଅସମ୍ପୂର୍ଣ୍ଣ ତାଲିକା:

  • Easy Journey to Other Planets (1970)
  • Kṛṣṇa Consciousness: The Topmost Yoga System (1970)
  • Beyond Birth and Death (1972)
  • The Perfection of Yoga (1972)
  • Kṛṣṇa, the Reservoir of Pleasure (1972)
  • On the Way to Kṛṣṇa (1973)
  • Rāja-vidyā: The King of Knowledge (1973)
  • Elevation to Kṛṣṇa Consciousness (1973)
  • Kṛṣṇa Consciousness: The Matchless Gift (1974)
  • Perfect Questions, Perfect Answers (1977)
  • Teachings of Maharshi Kapila, the Son of Devahūtī

ପ୍ରଭୁପାଦଙ୍କ ମରଣୋତ୍ତର ପ୍ରକାଶିତ ବହି

ସମ୍ପାଦନା
  • Light of the Bhāgavata (1978)
  • Teachings of Queen କୁନ୍ତୀ (1978) ISBN 0-89213-102-0
  • Life comes from life (1978) ISBN 0-89213-100-4
  • Search for liberation (1981)
  • Chant and be happy (1982) ISBN 0-89213-118-7
  • Coming back : the science of reincarnation (1982) ISBN 0-89213-114-4
  • Dialectic spiritualism (1985)
  • Path of perfection (1989) ISBN 0-89213-103-9
  • Narada Bhakti Sutra (1991) ISBN 0-89213-273-6
  • Mukunda-mālā-stotra (1989) ISBN 0-89213-275-2
  • The Hare Krsna challenge (1990)
  • A second chance (1991)
  • The journey of self discovery (1991)
  • Laws of nature : an infallible justice (1991) ISBN 0-89213-272-8
  • Renunciation Through Wisdom (1992)
  • Quest for Enlightenment (1993)
  • The Nectar of Book Distribution (1993)
  • The Path of Yoga (1995)
  • Message of Godhead (1996?)
  • Civilization and Transcendence (1998) ISBN 0-89213-298-1
  • Dharma: The Way of Transcendence (1998)
  • Srila Prabhupada Slokas (1998)
  • Beyond Illusion and Doubt (1999)
  • Introduction to Bhagavad-gītā (2005)
  • A Shower of Divine Compassion (2008)
  • Collected Lectures on Bhagavad-gita As It Is (7 volumes)
  • Collected Lectures on Srimad-Bhagavatam (11 volumes)
  • Collected Teachings of A.C.Bhaktivedanta Swami (7 volumes)
  • Conversations with Srila Prabhupada (37 volumes)
  • Srila Prabhupada Siksamrta (3 volumes)
  • Srila Prabhupada's Letters (5 volumes)
  • The Pioneer Years: Back to Godhead, 1944–1960
  • The Jaladuta Diary
  • The Spiritual Master and the Disciple
  • The Beginning-The 1966 New York Journal
  • Sri Namamrta-The Nectar of the Holy Name
  • Srila Prabhupada's original League of Devotees 'Srimad Bhagwatam' reprint

ବଙ୍ଗଳା ଭାଷାରେ ଲିଖିତ ବହି

ସମ୍ପାଦନା
  • Geetār-gan
  • Vairāgya-vidyā
  • Buddhi-yoga
  • Bhakti-ratna-boli
  1. Melton, John Gordon. Hare Krishna. www.britannica.com. Archived from the original on 16 June 2008. Retrieved 9 April 2015. {{cite encyclopedia}}: |work= ignored (help)
  2. Satsvarupa dasa Goswami (1968). Prabhupada: Messenger of The Supreme Lord. India: Bhaktivedanta Book Trust Publications. pp. vi. ISBN 978-8189574307.
  3. ୩.୦ ୩.୧ ୩.୨ ୩.୩ Bryant, E.; Ekstrand, M. (2004). The Hare Krishna Movement: The Postcharismatic Fate of a Religious Transplant. Columbia University Press. pp. 350–377. ISBN 978-0-231-50843-8. Archived from the original on 22 April 2023. Retrieved 24 February 2023.
  4. ୪.୦ ୪.୧ Rochford, E.B. (2007). Hare Krishna Transformed. New and Alternative Religions. New York University Press. p. 126. ISBN 978-0-8147-7688-9. Archived from the original on 1 March 2023. Retrieved 1 March 2023.
  5. Scheck, Frank (2017-06-21). "'Hare Krishna! The Mantra, the Movement and the Swami Who Started It All': Film Review". The Hollywood Reporter. Archived from the original on 1 March 2023. Retrieved 1 March 2023.
  6. Jones, Constance (2007). Encyclopedia of Hinduism. New York: Infobase Publishing. pp. 77–78. ISBN 0-8160-5458-4.
  7. "An Overview of the Life of A.C. Bhaktivedanta Swami Prabhupada - See more at: gaudiyahistory.com/an-overview-of-the-life-of-a-c-bhaktivedanta-swami-prabhupada/#sthash.ZOteZ0Dm.dpuf". Archived from the original on 11 September 2015. Retrieved 30 August 2015.
  8. "A. C. Bhaktivedanta Swami Prabhupada". thefamouspeople.com. Retrieved 24 August 2015.
  9. Knapp, Stephen. "His Divine Grace A. C. Bhaktivedanta Swami Prabhupada". Retrieved 30 August 2015.
  10. "Biography of Srila Prabhupada". krishna.com. Retrieved 24 August 2015.[permanent dead link]
  11. "Founder-Acharya". iskcon.org. Archived from the original on 24 October 2018. Retrieved 24 August 2015.
  12. "About ISKCON". Retrieved 15 August 2015.[permanent dead link]
  13. ୧୩.୦ ୧୩.୧ "Prabhupada". Archived from the original on 29 August 2015. Retrieved 30 August 2015.
  14. Cole & Dwayer 2007, p. 25
  15. "About Bhaktivedanta Book Trust". www.Krishna.com. Archived from the original on 2008-05-30. Retrieved 2008-05-30. (self published source)
  16. Shinn & Bromley 1987, p. 124 now a tourist attraction. "New Vrindavan in West Virginia, on the other hand, is a close-knit community, has a strong sense of common purpose."
  17. Bryant, E.; Ekstrand, M. (2004). The Hare Krishna Movement: The Postcharismatic Fate of a Religious Transplant. Columbia University Press. pp. 113–125. ISBN 978-0-231-50843-8. Archived from the original on 22 April 2023. Retrieved 24 February 2023.

ଅଧିକ ତଥ୍ୟ

ସମ୍ପାଦନା