ବିଷ୍ଣୁ

ହିନ୍ଦୁ ଦେବତା

ବିଷ୍ଣୁ (ଦେବନାଗରୀ : विष्णु) ହିନ୍ଦୁଧର୍ମରେ ବୈଷ୍ଣବ ମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି। [୧]

ବିଷ୍ଣୁ
ଗଙ୍ଗବଂଶ କାଳର ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ବିଷ୍ଣୁଙ୍କ ପିତ୍ତଳ ମୂର୍ତ୍ତି
ସଂସ୍କୃତ ଅନୁବାଦ viṣṇu
ଉପାଧି ଦେବ (ତ୍ରିମୂର୍ତ୍ତି)
ବାସସ୍ଥାନ ବଇକୁଣ୍ଠ, କ୍ଷୀର ସାଗର
ମନ୍ତ୍ର ଓଁ ନମୋ ନାରାୟଣ, ଓଁ ନମୋ ଭଗବତେ ବାସୁଦେବାୟ
ଅସ୍ତ୍ର ସୁଦର୍ଶନ ଚକ୍ର ଓ କଉମୋଦକୀ
ସାଥି ଲକ୍ଷ୍ମୀ, ବସୁଧା
ବାହନ ଗରୁଡ଼

ବିଷ୍ଣୁ ସହସ୍ରନାମ[୨] ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।

ପୁରାଣ ଅନୁସାରେ, ବିଷ୍ଣୁ ହେଉଛନ୍ତି ଚତୁର୍ଭୁଜ, ଶଙ୍ଖ, ଚକ୍ର (ସୁଦର୍ଶନ ଚକ୍ର), ଗଦା ପଦ୍ମଧାରୀ। ଶ୍ରୀମଦ୍ଭଗବଦଗୀତାରେ ସେ ହେଉଛନ୍ତି ବିଶ୍ୱରୂପଧାରୀ, ଯାହା ମାନବ କଳ୍ପନାର ବାହାରେ, ଇନ୍ଦ୍ରିୟାତୀତ ଓ ଅବର୍ଣ୍ଣନୀୟ। [୩]

ପ୍ରାୟ ସମସ୍ତ ହିନ୍ଦୁ ମତାନୁସାରେ ଦଶ ଅବତାରଧାରୀ ବିଷ୍ଣୁଙ୍କୁ ତାଙ୍କର ମୂଳ ରୂପରେ କିମ୍ବା ତାଙ୍କର ମୁଖ୍ୟ ଅବତାର ରାମ ଅଥବା କୃଷ୍ଣ ରୂପରେ ପୂଜା କରାଯାଏ। [୪]

ପୁରାଣଭାରତୀ ଅନୁସାରେ ବିଷ୍ଣୁଙ୍କର ଦଶଟି ଅବତାର ରହିଛି। ନଅଟି ଅବତାର ସେ ନେଇ ସାରିଛନ୍ତି ଓ ଭବିଷ୍ୟତରେ ଆଉ ଗୋଟିଏ ଅବତାର ନେବେ। କଳି ଯୁଗରେ ଏହି ଅବତାରଙ୍କର ନାମ ହେବ କଳ୍କୀ । ଭଗବତ ଗୀତା ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ। [୫] ଦୁଷ୍ଟ ଶକ୍ତିର ମୂଳପୋଛ, ସାଧୁମାନଙ୍କର ସୁରକ୍ଷା ତଥା ପତିତମାନଙ୍କର ଉଦ୍ଧାର।

ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମାନେ ହେଉଛନ୍ତି ଯଥାକ୍ରମେ ସୃଷ୍ଟି, ପାଳନ ଓ ସଂହାରର ଦେବତା। [୬][୭] ଏହି ତିନି ଦେବଙ୍କୁ ହିନ୍ଦୁମାନେ ତ୍ରିଦେବ ଓ [୮] ତ୍ରିନାଥ ବୋଲି ମଧ୍ୟ କହିଥାନ୍ତି।[୯] ଭାଗବତ ପୁରାଣ ଓ ବୈଷ୍ଣବମାନଙ୍କ ଦୃଷ୍ଟିକୋଣରୁ ଏଇ ତିନି ଦେବଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଭକ୍ତ ବତ୍ସଳ। [୧୦]

ବିଷ୍ଣୁଙ୍କ ଷୋଡ଼ଶ ନାମ[୧୧]ସମ୍ପାଦନ କରନ୍ତୁ

ବିଭିନ୍ନ ସମୟରେ ବିଷ୍ଣୁଙ୍କୁ ଭିନ୍ନ ଭିନ୍ନ ନାମରେ ସ୍ମରଣ କରାଯାଏ, ସେଗୁଡିକ ହେଲା:

  • ଔଷଧ ସେବନ ବେଳେ : ବିଷ୍ଣୁ
  • ଭୋଜନ ବେଳେ : ଜନାର୍ଦ୍ଦନ
  • ଶୟନ ବେଳେ : ପଦ୍ମନାଭ
  • ବିବାହେ ବେଳେ : ପ୍ରଜାପତି
  • ଯୁଦ୍ଧରେ : ଚକ୍ରଧର
  • ପ୍ରବାସେରେ : ତ୍ରିବିକ୍ରମ
  • ମରଣ ବେଳ। : ନାରାୟଣ
  • ସଙ୍ଗମ ବେଳ। : ଶ୍ରୀଧର
  • ଦୁଃସ୍ଵପ୍ନ ବେଳେ  : ଗୋବିନ୍ଦ
  • ସଙ୍କଟ ବେଳ। : ମଧୁସୂଦନ
  • ବଣରେ : ନରସିଂହ
  • ଅଗ୍ନିରେ : ଜଳଶାୟିନ
  • ଜଳମଧ୍ୟେ: ବରାହ
  • ପର୍ବତରେ : ରଘୁନନ୍ଦନ
  • ଗମନ କାଳେ : ବାମନ
  • ସମସ୍ତ କାଳେ : ମାଧବ

ଆଧାରସମ୍ପାଦନ କରନ୍ତୁ

  1. The Sri Vaishnava Brahmans, K. Rangachari (1931)p. 2
  2. "Sri Vishnu Sahasaranama - Transliteration and Translation of Chanting". Swami-krishnananda.org. Retrieved 2011-11-30. 
  3. Prabhupada, AC Bhaktivedanta. "Bhagavad-gita As It Is Chapter 11 Verse 3". vedabase.net. Retrieved 2008-05-10.  "see the cosmic manifestation"
  4. Matchett, Freda (୨୦୦୦). Krsna, Lord or Avatara? the relationship between Krsna and Visnu: in the context of the Avatara myth as presented by the Harivamsa, the Visnupurana and the Bhagavatapurana. Surrey: Routledge. p. ୨୫୪. ISBN ୦-୭୦୦୭-୧୨୮୧-X.  p. 4
  5. Bhagavad Gita 4.7 "...at that time I descend Myself"
  6. For quotation defining the trimurti see Matchett, Freda. "The Purāṇas", in: Flood (2003), p. 139.
  7. For the Trimurti system having Brahma as the creator, Vishnu as the maintainer or preserver, and Shiva as the transformer or destroyer see: Zimmer (1972) p. 124.
  8. For definition of trimurti as "the unified form" of Brahmā, Viṣṇu and Śiva and use of the phrase "the Hindu triad" see: Apte, p. 485.
  9. For the term "Great Trinity" in relation to the Trimurti see: Jansen, p. 83.
  10. "Srimad Bhagavatam Canto 1 Chapter 2 Verse 23". Vedabase.net. Retrieved 2011-11-30. 
  11. "Vishnu Shodasa Nama Sthrotram". devotionalonly.com. 2012. Retrieved 28 September 2012. Vishnu Shodasa Nama Sthrotram 

ଅଧିକ ତଥ୍ୟସମ୍ପାଦନ କରନ୍ତୁ