ପାର୍ବତୀ ହିନ୍ଦୁ ଦେବୀ ଭାବରେ ପୁଜ୍ୟ।ମହାଦେବ ଶିବଙ୍କ ସ୍ତ୍ରୀ ଓ ମହାଦେବୀ ଭାବରେ ପ୍ରଖ୍ୟାତ । ପାର୍ବତୀଙ୍କ ମାତାଙ୍କ ନାମ ମେନକା । ସେ ହିମାଳୟଙ୍କ ପୁତ୍ରି ଓ ଗଣେଶକାର୍ତ୍ତିକେୟଙ୍କ ମାତା । ଉମା, ଗୌରୀ, ଅମ୍ବିକା, ଭବାନୀ ନାମରେ ମଧ୍ୟ ସେ ପୂଜାପାଇଥାନ୍ତି । ପାର୍ବତୀଙ୍କ ଜନ୍ମ ହୋଇଥିବା ଶୁଣି ଦେବର୍ଷି ନାରଦ ହିମାଳୟଙ୍କ ଘରକୁ ଆସିଥିଲେ । ହିମାଳୟ ପଚାରିବାରୁନାରଦ ହିମାଳୟଙ୍କୁ ପାର୍ବତୀଙ୍କ ବିଷୟରେ କହିଥିଲେ ଯେ,ଆପଣଙ୍କ କନ୍ୟା ସର୍ବ ସୁଲକ୍ଷଣା ଓ ତାଙ୍କର ବିବାହ ଭଗବାନ ଶିବଙ୍କ ସହ ହେବ । କିନ୍ତୁ ମହାଦେବଙ୍କୁ ପତି ରୂପରେ ପାଇବାକୁ ତୁମ ପୁତ୍ରିଙ୍କୁ ଘୋର ତପସ୍ୟା କରିବାକୁ ପଡ଼ିବ।

ପାର୍ବତୀ
ମହାଶକ୍ତି
ସଂସ୍କୃତ ଅନୁବାଦPārvatī(ପାର୍ବତୀ)
ଉପାଧିଦେବୀ
ବାସସ୍ଥାନହିମାଳୟ, କୈଳାସ ପର୍ବତ
ମନ୍ତ୍ରOm Aim Hreem Kleem Chamundai Vicche
ଅସ୍ତ୍ରତ୍ରିଶୁଳ, ଶଙ୍ଖ, ଚକ୍ର,ଗଦା, ପଦ୍ମ(କଇଁ)
ସାଥିଶିବ
ବାହନସିଂହ (କେତେକ ରୂପରେ ବାଘ )

ପୂର୍ବ ଜନ୍ମସମ୍ପାଦନ କରନ୍ତୁ

ପାର୍ବତୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ରୂପରେ ଜନ୍ମ ନେଇଥିଲେଓ ଭଗବାନ ଶଙ୍କରଙ୍କ ପତ୍ନୀ ଥିଲେ।ପିତା ଦକ୍ଷ ପ୍ରଜାପତି ଯଜ୍ଞରେ ଯୋଗ ଦେବା ପାଇଁ ଶଙ୍କରରଙ୍କୁ ନିମନ୍ତ୍ରଣ କରିନଥିଲେ। ନିଜ ପତିଙ୍କ ଅପମାନକୁ ସହି ନ ପାରିବା କାରଣରୁ,ନିଜକୁ ଯଜ୍ଞାଗ୍ନିରେ ଭସ୍ମ କରିଦେଇଥିଲେ।ସେ ସମୟରେ ସତୀ ଭଗବାନ ହରିଙ୍କୁ ଏହି ବର ମାଗିଥିଲେ ଯେ ,ପ୍ରତ୍ୟେକ ଜନ୍ମରେ ମୋର ଶିବଙ୍କ ଚରଣରେ ସେବା କରିବାର ସୁଯୋଗ ରହୁ।ଏହି କାରଣରୁ ସେ ହିମାଳୟଙ୍କ ପୁତ୍ରି ପାର୍ବତୀଙ୍କ ରୂପରେ ପୂନଃର୍ଜନ୍ମ ନେଇଥିଲେ।

ପାର୍ବତୀ ହେଉଛନ୍ତି ଶିବଙ୍କ ଶକ୍ତି।ଶିବ ପରାଶକ୍ତିଦ୍ୱାରା ପ୍ରକାଶିତ ହୁଅନ୍ତି । ଅର୍ଥାତ ଶିବଙ୍କ ଜ୍ୟୋତି ହେଉଛି ପରାଶକ୍ତି ।

ତପସ୍ୟାସମ୍ପାଦନ କରନ୍ତୁ

ଦେବର୍ଷି ନାରଦଙ୍କ କଥାରେ ପ୍ରଭାବିତ ହେଇ ପାର୍ବତୀ ଶଙ୍କରଙ୍କ ପ୍ରତି ଅନୁରାଗ ହେଇଗଲେ ଏବଂ ତପସ୍ୟା କରିବାକୁ ଚାଲିଗଲେ । ଅନେକ ବର୍ଷ ପର୍ଯ୍ୟନ୍ତ କଠୋର ଉପବାସ ଓ ଘୋର ତପସ୍ୟା ପରେ ପାର୍ବତୀଙ୍କୁ ଶୂନ୍ୟବାଣୀ ହେଲା ଯେ, ତୁମର ମନକାମନା ପୂର୍ଣ୍ଣ ହେବ, ତୁମେ ବର୍ତ୍ତମାନ ଏହି ତପସ୍ୟାକୁ ତ୍ୟାଗ କରଏବଂ ତୁମ ପତି ରୂପରେ ଶିବ ଅବଶ୍ୟ ପ୍ରାପ୍ତ ହେବେ ।

ପରୀକ୍ଷାସମ୍ପାଦନ କରନ୍ତୁ

ବିବାହସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ