ଶକ୍ତି
ଶକ୍ତି ଶବ୍ଦର ଅର୍ଥ ବିସ୍ତୃତ ।
- ସାଧାରଣତଃ ଶକ୍ତି ହେଉଛି ମାନବ, ପ୍ରାଣୀ ବା କୌଣସି ଭୌତିକ ବସ୍ତୁର କାର୍ଯ୍ୟ କରିବାର ଅଥବା ପରିବର୍ତ୍ତନ କରିବାର କ୍ଷମତା ।
- ଏହା କୌଣସି ବ୍ୟକ୍ତିର କରିବାର ବା କହିବାର କ୍ଷମତାକୁ ବୁଝାଇପାରେ ।
- ବିଜ୍ଞାନରେ ଏହା କୌଣସି ଭୌତିକ ପ୍ରଣାଳୀର ପରିବର୍ତ୍ତନ କରିବାର କ୍ଷମତାକୁ ବୁଝାଇଥାଏ ।
- ଅର୍ଥନୀତିରେ ବଜାରର ଏକ ଅଂଶକୁ ଶକ୍ତି କୁହାଯାଇପାରେ ।
ବିଜ୍ଞାନରେ ଶକ୍ତି
ସମ୍ପାଦନାକାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ ।
ମୂଳତଃ ଶକ୍ତି ଦୁଇ ପ୍ରକାରର ହୋଇଥାଏ ।
ଶକ୍ତି ସଂରକ୍ଷଣ
ସମ୍ପାଦନାଶକ୍ତିର ସୃଷ୍ଟି କିମ୍ବା ବିନାଶ ନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରିପାରେ ।[୧] କୌଣସି ଆବଦ୍ଧ ତନ୍ତ୍ରରେ ଥିବା ଶକ୍ତି ସବୁବେଳେ ସମାନ ।[୧] ଏହି ନିୟମକୁ ଶକ୍ତି ସଂରକ୍ଷଣର ନିୟମ କୁହାଯାଏ ।
ଶକ୍ତି ସଂରକ୍ଷଣ ନିୟମର ଦୃଷ୍ଟାନ୍ତ
ସମ୍ପାଦନାଦୃଷ୍ଟାନ୍ତଟି ଏହିପରି:
- କୌଣସି ବସ୍ତୁର ଶକ୍ତିକୁ ମପାଯାଉ ।
- ଶକ୍ତି ପରିବର୍ତ୍ତନ ଘଟି ସ୍ଥିତିଜରୁ ଗତିଜ ଓ ପୁନର୍ବାର ଗତିଜରୁ ସ୍ଥିତିଜ ହେଉ ।
- ଶେଷରେ ବସ୍ତୁର ଶକ୍ତିକୁ ପୁଣି ମପାଯାଉ ।
ଆରମ୍ଭ ଓ ଶେଷ ସମୟର ମାପ ସର୍ବଦା ସମାନ ରହିବ ।
ବସ୍ତୁ ଓ ଶକ୍ତିର ସଂରକ୍ଷଣ
ସମ୍ପାଦନାଏବେ ଜଣା ପଡ଼ିଲାଣି ଯେ ଆଣବିକ ବିଖଣ୍ଡନ ଓ ସମ୍ମିଶ୍ରଣଦ୍ୱାରା ବସ୍ତୁକୁ ଶକ୍ତିରେ ଏବଂ ଶକ୍ତିକୁ ବସ୍ତୁରେ ପରିବର୍ତ୍ତନ କରିହେବ । ଅତଏବ ଶକ୍ତି ସଂରକ୍ଷଣର ନିୟମ ପରିବର୍ତ୍ତିତ ହୋଇ ବସ୍ତୁ ଓ ଶକ୍ତି ସଂରକ୍ଷଣର ନିୟମରେ ପରିଣତ ହେଲା । ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ ପ୍ରଥମେ ଏହାର ଗାଣିତିକ ସୂତ୍ର ପ୍ରଦାନ କରିଥିଲେ: E = mc2 ।
ଶକ୍ତିର ପ୍ରକାର
ସମ୍ପାଦନାବୈଜ୍ଞାନିକମାନେ ଅନେକ ପ୍ରକାରର ଶକ୍ତିକୁ ଚିହ୍ନଟ କରି ଦେଖି ସାରିଲେଣି ଯେ ସେମାନେ ପରସ୍ପର ପରିବର୍ତ୍ତନଶୀଳ । ଉଦାହରଣ ସ୍ୱରୂପ:
- ଆଲୋକ ଶକ୍ତି
- ଶବ୍ଦ ଶକ୍ତି
- ପୁନର୍ନବୀକରଣୀୟ ଶକ୍ତି
- ସୌର ଶକ୍ତି
- ଆଣବିକ ଶକ୍ତି
- ସ୍ଥିତିସ୍ଥାପକ ଶକ୍ତି
- ମାଧ୍ୟାକର୍ଷଣ ଜନିତ ସ୍ଥିତିଜ ଶକ୍ତି
- ଗତିଜ ଶକ୍ତି
- ଅନ୍ଧକାର ଶକ୍ତି
- ହାମିଲ୍ଟୋନିଆନ୍ ଶକ୍ତି
- ଆଭ୍ୟନ୍ତରୀଣ ଶକ୍ତି
ଶକ୍ତିର ମାପ
ସମ୍ପାଦନାଶକ୍ତିକୁ ମପା ଯାଇପାରେ । ଅର୍ଥାତ୍, କୌଣସି ବସ୍ତୁର ଶକ୍ତିକୁ ସଂଖ୍ୟାରେ ତଉଲା ଯାଇପାରିବ ।
ଅନ୍ୟାନ୍ୟ ମାପ ପରି, ଶକ୍ତିର ମଧ୍ୟ ଏକକ ଅଛି । ଶକ୍ତି ମାପର ଏକକ ମାପ ପାଇଁ ଅତି ଗୁରୁତ୍ୱପୂର୍ଣ ।
ଶକ୍ତି ମାପର କେତେକ ଏକକ
ସମ୍ପାଦନାଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍ସ୍ ପ୍ରେସ୍କଟ୍ ଜୁଲ୍ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି.2 ସେ.−2.
ବିଦ୍ୟୁତ୍ ଶକ୍ତିର ଏକକ ହେଉଛି କିଲୋୱାଟ୍-ଘଣ୍ଟା । ଏକ କିଲୋୱାଟ୍-ଘଣ୍ଟା ହେଉଛି ୩୬,୦୦,୦୦୦ ଜୁଲ୍ (୩୬୦୦କିଲୋଜୁଲ୍ ବା ୩.୬ ମେଗାଜୁଲ୍) ।
ବ୍ରହ୍ମାଣ୍ଡରେ ଶକ୍ତି
ଆଧାର
ସମ୍ପାଦନା- ↑ ୧.୦ ୧.୧ Woolley, Steve. Edexcel IGCSE Physics Revision Guide. Pearson Education. p. 49. ISBN 9780435046736.