ଦୀପ୍ତିରେଖା ପାଢ଼ୀ
ଦୀପ୍ତିରେଖା ପାଢ଼ୀ ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା । ସେ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍ରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଥିଲେ ।[୧] ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ରାଜକନ୍ୟା ଧାରାବାହିକରେ ନୟିକା ପୂର୍ବି ଭାବରେ ଅଭିନୟ କରିଥିଲେ ।[୨] ଦୀପ୍ତି ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଭଜନ ଓ ଆଲବମ ଆଦିରେ ଗୀତ ଗାଇଛନ୍ତି ।[୨]
ଦୀପ୍ତିରେଖା ପାଢ଼ୀ | |
---|---|
ଜନ୍ମ | ୧୭ ଅକ୍ଟୋବର |
ବୃତ୍ତି(ସମୂହ) | (ଓଡ଼ିଆ) ଅଭିନେତ୍ରୀ ପ୍ରଚ୍ଛଦପଟ ଗାୟିକା |
ସକ୍ରିୟ ବର୍ଷ | ୨୦୦୯ରୁ-ଏବେଯାଏଁ |
ପୁରସ୍କାର | ଓଡ଼ିଆ ଫିଲ୍ମଫେୟାର- ୨୦୧୭ ତରଙ୍ଗ ସିନେ ଆୱାର୍ଡ଼ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଦୀପ୍ତିରେଖା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଅଛନ୍ତି । ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ ।[୩] ସେ ରାଜଧାନୀ କଳା ସଂସଦରେ ପ୍ରଥମେ ଗୀତ ଶିଖିଥିଲେ ।[୪]
ଅଭିନୟ ଜୀବନ
ସମ୍ପାଦନାଦୀପ୍ତି ସାତ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଛୋଟବେଳେ ବିଦ୍ୟାଳୟରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାମାନଙ୍କରେ ଭାଗ ନେଉଥିଲେ । ୨୦୦୯ରେ ଦୀପ୍ତି ତାଙ୍କ କାକାଙ୍କ ସହ ପ୍ରେମ ଆନନ୍ଦଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରେମାନନ୍ଦ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍ରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ ଏବଂ ନୂଆ ପ୍ରେମିକା ଆଲବମ୍ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।[୧] ପରେ ପରେ ଦୀପ୍ତି ଭାଇନା, କ'ଣ କଲା ସେର ଚଲା କରିବା ଠିଆ ପାଲା ଭଳି ଗୀତ ଗାଇଥିଲେ ।[୫] ତାଙ୍କର ଅନ୍ୟ କିଛି ଗୀତ ହେଲା: ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା, ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରର ଗୀତ । ବେବି, ଅଭୟ, ରୋମିଓ ଜୁଲିଏଟ, ହିରୋ ନଂ ୱାନ୍ ଭଳି ଚଳଚ୍ଚିତ୍ରରେ ସେ ଗୀତ ଗାଇଥିଲେ ।[୬]
ଇ ଟିଭି ଓଡ଼ିଆରେରେ ପ୍ରସାରିତ ଧାରାବାହିକ ରାଜକନ୍ୟାର ପୂର୍ବ ନାୟିକା ଛାଡ଼ିଦେବା ପରେ ଦୀପ୍ତିଙ୍କୁ ମଳୟ ମଲ୍ଲିକଙ୍କ ତରଫରୁ ସୁଯୋଗ ଦିଆଯାଇଥିଲା ।[୪] ଏହି ଧାରାବାହିକରେ ସେ ନାୟିକା ପୂର୍ବି ଭାବରେ ଅଭିନୟ କରୁଥିଲେ ।[୨]
ଅଭିନୀତ ଧାରାବାହିକ
ସମ୍ପାଦନା- ରାଜକନ୍ୟା- ଇ ଟିଭି ଓଡ଼ିଆ
ପ୍ରଚ୍ଛଦପଟ ଗାୟିକା
ସମ୍ପାଦନା- ଲଭ୍ ଡଟ୍ କମ୍
- ଚାନ୍ଦ ନା ତମେ ତାରା- ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା
- ଭାଇନା, କ'ଣ କଲା ସେ- ଚାଲ କରିବା ଠିଆ ପାଲା
- ବେବି- ତୁ ମୋ ହୃଦୟର ଭାଷା
- ତୁ ମୋ ଲଭ୍ ଷ୍ଟୋରୀ- ଟିକେ ଟିକେ ଅଚିହ୍ନା ତୁ ଟିକେ ଟିକେ ଚିହ୍ନା
- ଅଭୟ- ଗଜଲ୍ ଗଜଲ୍
- ରୋମିଓ ଜୁଲିଏଟ- ବେଳ ବେଳେ ଭଲ ଲାଗେ
- ବଜରଙ୍ଗୀ- ହାଏ ତୋ ପ୍ରେମ
- ହିରୋ ନଂ ୱାନ୍- ଡାର୍ଲିଂ ଡାର୍ଲିଂ
- ପ୍ରେମ୍ କୁମାର[୭]
ପୁରସ୍କାର
ସମ୍ପାଦନା- ଓଡ଼ିଆ ଫିଲ୍ମଫେୟାର ପୁରସ୍କାର- ୨୦୧୭
- ତରଙ୍ଗ ସିନେ ଆୱାର୍ଡ଼- ୨୦୧୭
ଆଧାର
ସମ୍ପାଦନା- ↑ ୧.୦ ୧.୧ "Breakfast Odisha with Dipti Rekha Padhi (Odia singer and actress)". Prameya News7. 29 November 2016. Retrieved 9 March 2017.
- ↑ ୨.୦ ୨.୧ ୨.୨ "ସିନେ ଗାୟିକା ଦୀପ୍ତି" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link) - ↑ "Dipti Rekha Padhi". Archived from the original on 12 March 2017. Retrieved 9 March 2017.
- ↑ ୪.୦ ୪.୧ "ପ୍ରଭୁ ଶ୍ରୀ ଜଗନ୍ନାଥ ମୋର ସବୁକିଛି". ଧରିତ୍ରୀ ଛୁଟିଦିନ. 3 July 2022. p. ୫. Archived from the original on 3 July 2022. Retrieved 3 July 2022.
- ↑ "Chal Kariba Thia Pala Song Video From Bhaina Kana Kala Se Movie". IncredibleOrissa.com. 17 September 2016. Retrieved 18 March 2017.
- ↑ "ଦୀପ୍ତିଙ୍କ ଦକ୍ଷତା". ସମାଜ. 17 September 2017. Retrieved 17 September 2017.[permanent dead link]
- ↑ "ଗୀତର ମହକ" (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.
{{cite news}}
: CS1 maint: unrecognized language (link)