ରଣଜିତ ପଟ୍ଟନାୟକ
ରଣଜିତ ପଟ୍ଟନାୟକ (୨୦ ମାର୍ଚ୍ଚ ୧୯୫୭ - ୧୦ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲେ ।[୧][୨][୩] ନାଟକ ବ୍ୟତୀତ ସେ କବିତା ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଲେଖନି ଚାଳନା କରିଥିଲେ । ନାଟକ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଓ ଗୀତ ରଚନା ମଧ୍ୟ କରିଥିଲେ। ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଥିଲେ। ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ସେ କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଣଜିତ ପଟ୍ଟନାୟକ | |
---|---|
ଜନ୍ମ | ରାଜାସମ୍ବର, ପଦ୍ମପୁର, ବରଗଡ଼ | ୨୦ ମାର୍ଚ୍ଚ ୧୯୫୭
ମୃତ୍ୟୁ | ୧୦ ଅଗଷ୍ଟ ୨୦୨୨ | (ବୟସ ୬୫)
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଫିଲ (ଇତିହାସ) |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ |
ବୈବାହିକ-ସାଥୀ | ଦିପ୍ତୀ |
ସନ୍ତାନ | ନିରବ |
ପିତାମାତା(s) | ଜଗନ୍ନାଥ ପଟ୍ଟନାୟକ, ହେମଲତା ପଟ୍ଟନାୟକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାରଣଜିତ ୧୯୫୭ ମସିହାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳସ୍ଥ ରାଜାସମ୍ବରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତାଙ୍କ ନାମ ହେମଲତା ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକ । ସେ ଝାରସୁଗୁଡ଼ା ଓ ରାଉରକେଲାରୁ ନିଜ ଶିକ୍ଷାଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ କରିଥିଲେ ।[୪] ୧୯୮୦ ମସିହାରେ ସେ କାନାର ବ୍ୟାଙ୍କରେ ଚାକିରୀ ଆରମ୍ଭ କରି ୨୦୧୭ରେ ସେଠାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀଙ୍କ ନାମ ଦିପ୍ତୀ ଓ ପୁଅର ନାମ ନିରବ ।
୨୦୨୨ ମସିହା ଅଗଷ୍ଟ ୧୦ ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ପରଲୋକ ଘଟିଥିଲା । [୫]
ନାଟକ ଜୀବନ
ସମ୍ପାଦନାରଚିତ ନାଟକ
ସମ୍ପାଦନାତାଙ୍କଦ୍ୱାରା ରଚିତ ପ୍ରକାଶିତ ଓ ଅପ୍ରକାଶିତ ନାଟକ ଗୁଡ଼ିକ ମଧ୍ୟରୁ କିଛି:
- ଚଉକୀ
- ଗୁଣିଆ ଝାଡ଼େଲୋ ଡାହାଣୀ
- ଟିଟୋ
- ଗୋଇଠା ବାବା
- ମନ ତୋହର ନିଜ ଗୁରୁ
- ହୁଏଂସାଙ୍କ ଭାରତ ପରିଭ୍ରମଣ
- ବଧିର ଇଶ୍ୱର
- ଗାଁ
- ହାରାକିରି
- ନୟନ ପିତୁଳା
- ଶାମୁକା
- ସମାଧି
- ନ ଅଙ୍କ
- ଅନ୍ୟ ଏକ ଶ୍ମଶାନ ସନ୍ଧାନରେ
- ତଥାପି ପ୍ରତିକ୍ଷା
ନିର୍ଦ୍ଦେଶିତ ନାଟକ
ସମ୍ପାଦନାସେ ୩୨ଟିରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସେଥିମଧ୍ୟରୁ କିଛି:
- ପଳାତକ
- ଗୁଣ୍ଡା
- ଧୃତରାଷ୍ଟ୍ରର ଆଖି
- ମୋର ବା ଦୋଷ କଣ
- ଅନେଶତ ପବନ
- କସ୍ତୁରୀ
- ଆଠକାନ୍ଥର ଅମରାବତୀ
- ବାଘ ଶିକାର
ଅଭିନୀତ ନାଟକ
ସମ୍ପାଦନାସେ ଅଭିନୟ କରିଥିବା ୨୫ଟିରୁ ଅଧିକ ନାଟକ ମଧ୍ୟରୁ କିଛି:
- ନଳସ୍ୟ ଦମୟନ୍ତୀ
- ପରିଶୋଧ
- କାଳପୁରୁଷ
- ସନ୍ୟାସୀ
- ମୁଁ ସଇତାନ କହୁଛି
- ମହାନଦୀରେ ବନ୍ୟା
- ଧୂଳିଘରୁ ଆକାଶଆଡ଼କୁ
- ଆମଘରର ହାଲଚାଲ
ଅନ୍ୟାନ୍ୟ ରଚନାବଳୀ
ସମ୍ପାଦନା- ଓଡ଼ିଆ ନାଟକର ସମଗ୍ର କୃତ୍ତି ସଂପ୍ରତି
- ଅକବିର କବିତା
- ଫେସବୁକ କବିତା
- ଗଳ୍ପମଞ୍ଚ
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ (ଗାଁ ନାଟକ ପାଇଁ )
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୩[୬]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- କାର୍ତ୍ତିକ ପତି ସମ୍ମାନ, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
ମୃତ୍ୟୁ
ସମ୍ପାଦନାରଣଜିତ ପଟ୍ଟନାୟକ ୨୦୨୨ ମସିହାର ଅଗଷ୍ଟ ୧୦ ତାରିଖରେ ମୃତ୍ୟବରଣ କରିଥିଲେ ।[୪]
ଆଧାର
ସମ୍ପାଦନା- ↑ Chaman Ahuja (2012). Contemporary Theatre of India: An Overview. National Book Trust, India. ISBN 978-81-237-6491-7.
- ↑ Ananda Lal (2009). Theatres of India: A Concise Companion. Oxford University Press. ISBN 978-0-19-569917-3.
- ↑ Orissa General Knowledge. Bright Publications. pp. 93–. ISBN 978-81-7199-574-5.
- ↑ ୪.୦ ୪.୧ "ନାଟ୍ୟକାର ରଣଜିତ୍ ପଟ୍ଟନାୟକଙ୍କ ପରଲୋକ". Sambad. 11 August 2022. Archived from the original on 13 August 2022. Retrieved 13 August 2022.
- ↑ "ପରଲୋକରେ ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ". www.etvbharat.com. etv bharat. Archived from the original on 10 August 2022. Retrieved 10 August 2022.
- ↑ "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ୨୫/୦୪/୨୦୨୧ ପୃଷ୍ଠା ୬. ଧରିତ୍ରୀ. 25 April 2021. Retrieved 26 April 2021.