ବିଜୟ ପଟ୍ଟନାୟକ

ଓଡ଼ିଆ ଅଭିନେତା

ବିଜୟ ପଟ୍ଟନାୟକ ଜଣେ ଓଡ଼ିଆ ଅଭିନେତା ଥିଲେ, ଯିଏକି ମଞ୍ଚ, ଧାରାବାହିକ ଓ କଥାଚିତ୍ର ଜଗତରେ କାମ କରୁଥିଲେ ।[୧] ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୁରୁଣା ସାର୍ଟିଫିକେଟ୍‌ରେ ତାଙ୍କ ହାତଲେଖା ରହୁଥିଲା । ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ଛାତ୍ର ଥିଲେ ।[୨] ଅଭିନୟ ପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ମାନୀତ କରାଯାଇଥିଲା ।[୩]

ବିଜୟ ପଟ୍ଟନାୟକ
ମୃତ୍ୟୁ
ବୃତ୍ତିଅଭିନେତା (ଓଡ଼ିଆ)

ଅଭିନୟ ଜୀବନ

ସମ୍ପାଦନା

ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାକିରୀ କରିବାବେଳେ ପଟ୍ଟନାୟକ ଅଭିନୟ କରୁଥିଲେ । ଅଭିନୟ ସହିତ ନାଟକର ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ଟେଲି ଫିଲ୍ମ ଓ କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ ସେ କାମ କରିବା ସହିତ କିଛି ସରକାରୀ ବିଜ୍ଞାପନରେ କାମ କରିଥିଲେ । ଅଂଶୁଘାତ ଉପରେ ତାଙ୍କ ଅଭିନୀତ ବିଜ୍ଞାପନ ପାଇଁ ସେ ଜଣାଶୁଣା ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୦ ଛବିର ମଣିଷ ଟେଲି ଫିଲ୍ମ
୧୯୯୫ ରଣଭୂମି
୨୦୦୮ ବନ୍ଦେ ଉତ୍କଳ ଜନନୀ ମେଜର୍ ଅଙ୍କଲ୍
୨୦୧୧ ଲୋଫର୍ ନେତା
ଫ୍ୟାମିଲି ନଂ ୧ ପୋଲିସ୍ ଇନ୍ସପେକ୍ଟର୍
୨୦୧୩ ସନ୍ଦେହୀ ପ୍ରିୟତମା
୨୦୧୬ ଲଭ୍ ଷ୍ଟେସନ୍
ଝିଅଟା ବିଗିଡ଼ିଗଲା

ଅଭିନୀତ ଧାରାବାହିକ

ସମ୍ପାଦନା
  • ମଶାଲ
  • ଜୁଆର ଭଟ୍ଟା
  • ସୁନାବୋହୂ

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ[୩]

ମୃତ୍ୟୁ

ସମ୍ପାଦନା

୨୦୨୪ ମସିହାର ମଇ ୨୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୪] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।[୫]

  1. "ଆରପାରିରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ, ୭୮ ବର୍ଷରେ ବୁଜିଲେ ଆଖି". Prameyanews7. 21 May 2024. Archived from the original on 1 June 2024. Retrieved 1 June 2024.
  2. "ପରଲୋକରେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ". Sambad. 21 May 2024. Archived from the original on 1 June 2024. Retrieved 1 June 2024.
  3. ୩.୦ ୩.୧ "ଆରପାରିରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ". Reporters Today. 21 May 2024. Archived from the original on 1 June 2024. Retrieved 1 June 2024.
  4. "ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ". Odisha Bhaskar. 21 May 2024. Archived from the original on 1 June 2024. Retrieved 1 June 2024.
  5. "ଓଡ଼ିଆ ଫିଲ୍ମ ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ". BADA KHABAR. 21 May 2024. Archived from the original on 1 June 2024. Retrieved 1 June 2024.

ବାହାର ଲିଙ୍କ୍

ସମ୍ପାଦନା