ରାଜ ପରିବାରଦ୍ୱାରା ପରିଚାଳିତ , ଶ୍ରୀ ହରି ବଳଦେବଜୀଉ ମନ୍ଦିର , ବାରିପଦା 
ମୟୁରଭଞ୍ଜ ସାନ୍ତାଳ ଲୋକ ନୃତ୍ୟ ।

ମୟୁରଭଞ୍ଜ ରାଜ୍ୟ , ଭାରତରେ ଇଂରାଜୀ ଶାସନ କାଳରେ ଏକ ଗଡଜାତ ପ୍ରଦେଶ ଥିଲା । ଏହାର ରାଜକୀୟ ଚିହ୍ନ ହେଲା ଦୁଇଟି ମୟୁର । ଏପରି ଲୋକାକଥା ରହିଛି ଯେ ଭଞ୍ଜ ପରିବାରର ପୁର୍ବ ପୁରୁଷ ମୟୁର ଚକ୍ଷୁରୁ ଆବିର୍ଭାବ ହୋଇଥିଲେ ।[୧] 

ଏହି ରାଇଜଟିରେ ରହିଛି ବିସ୍ତୃତ ପର୍ବତମାଳା ଯାହାକି ସାନ୍ତାଳୀ ଓ କିଶାନ ଜାତିର ଲୋକମାନଙ୍କ ନିବାସସ୍ଥଳୀ ।[୨] ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟ ଅନ୍ତରଭୁକ୍ତ । ବାରିପଦା ଥିଲା ମୟୁରଭଞ୍ଜର ତତ୍କାଳୀନ ରାଜଧାନୀ । ଦାସପୂର ମଧ୍ୟ ଏକ ପ୍ରମୁଖ ଟାଉନ। ମୟୁରଭଞ୍ଜର ଅଧିକ ଅଞ୍ଚଳ ଜଙ୍ଗଲଦ୍ୱାରା ବ୍ୟାପିତ ।

Historyସମ୍ପାଦନ କରନ୍ତୁ

ପ୍ରାଚୀନ ଐତିହ୍ୟ ସମ୍ପାଦନ କରନ୍ତୁ

   ପୂର୍ବତନ ରାଇଜ ଖିଜ୍ଜିଙ୍ଗ ମଣ୍ଡଳ ୯ମ  ଖ୍ରୀଷ୍ଟାବ୍ଦ ଠାରୁ ଏକ ଅବିଭାଜିତ ରାଜ୍ୟ ଥିଲା। ଖିଜ୍ଜିଙ୍ଗ ମଣ୍ଡଳ ନାମକରଣ ଏହାର ରାଜଧାନୀ ଖେଜ୍ଜିଙ୍ଗ କୋଟ (ବର୍ତ୍ତମାନ ଖିଚିଂ) ଉପରେ ଆଧାରିତ  । ପୂର୍ବତନ ଶାସକ ମାନଙ୍କ  ଦ୍ୱାରା ପ୍ରଦାନ କରା ଯାଇଥିବା ତାମ୍ରଲିପି ଖୋଦନରୁ ଯାହା ଜଣାପଡେ ଯେ ଖେଜ୍ଜିଙ୍ଗ ମଣ୍ଡଳ ଏକ ବୃହତ ରାଜ୍ୟ ଥିଲା, ବର୍ତ୍ତମାନର ମୟୁରଭଞ୍ଜ, କେନ୍ଦୁଝର ସହ ଝାଡ଼ଖଣ୍ଡର ସିଂହଭୁମି, ପଶ୍ଚିମ ବଙ୍ଗର ମିଦନାପୂର ମଧ୍ୟ ଏହାର ପରିସରଭୁକ୍ତ ଥିଲା । ମୋଗଲ ସାମ୍ରାଜ୍ୟ ସମୟରେ ଭଞ୍ଜ ସାମ୍ରାଜ୍ୟ ମୟୁରଭଞ୍ଜରୁ ବଙ୍ଗୋପ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିବାର ବର୍ଣ୍ଣିତ । ସେ ସମୟରେ ମୟୁରଭଞ୍ଜର ରାଜଧାନୀ ହରିପୁରକୁ ସ୍ଥାନାନ୍ତରିତ ହୋଇଥିଲା । ସେ ସମୟର ପ୍ରାସାଦ ମାନଙ୍କର ଭଗ୍ନ ଅବଶେଷ ସବୁ ହରିପୁରଠାରେ ଦେଖିବାକୁ ମିଳିପାରିବ, ଯାହାକି ବାରିପଦା ଠାରୁ ୧୬ କି.ମି ଦୁରରେ ଅବସ୍ଥିତ, ଏ ସବୁ ଭିତରୁ ରସିକାରାୟ ମନ୍ଦିର ଏବଂ ଦରବାର କକ୍ଷ ପ୍ରସିଦ୍ଧ ।

ଭଞ୍ଜ ବଂଶର ରାଜପୁତ ମାନେ ହେଉଥିଲେ ଶାସକ  ,[୩] ଲୋକକଥା ଅନୁସାରେ ଭଞ୍ଜ ବଂଶର ସଂସ୍ଥାପକ ଶୀଳ ଭଞ୍ଜ ଅଂଗଡ୍ଡୀଙ୍କ ସମୟ ଠାରୁ ଭଞ୍ଜ ମାନେ ଏହି ଅଂଚଳରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ରାଜୁତି କରିଥିଲେ।[୪] ଭଞ୍ଜ ମାନଙ୍କ ସହ କେନ୍ଦୁଝରର ମୟୁର ରାଜପରିବାର ସହ ଭଲ ସମ୍ପର୍କ ଥିଲା ଓ ସେମାନେ ନିଜ ସାମ୍ରାଜ୍ୟ ଦୁଇଟିକୁ ସଂଯୁକ୍ତ କରି ଏକ ରାଜ୍ୟ ବୋଲି ଘୋଷଣା କରିଥିଲେ ।

ଭଞ୍ଜ ଶାସକମାନେ କଳା, କାରୁକାର୍ଯ୍ୟ ଏବଂ ସଂସ୍କୃତି ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ । ହରି ବଳଦେବଜୀଉ ମନ୍ଦିର, ଖିଚିଂ ମନ୍ଦିର ଏବଂ ଅନ୍ୟ ସ୍ଥାପତ୍ୟ ମାନ ଏହାର ମୁକ ସାକ୍ଷୀ । ରାଜ ପରିବାର ମଧ୍ୟ ଛଉ ନୃତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ଯାହାକି ସାମରୀକ କଳା, ଆଦିବାସୀ ଓ ଶାସ୍ତ୍ରୀୟ କଳାର ସଂମନ୍ୱୟ ଥିଲା ।

ଇଂରେଜ ଶାସନ ସମ୍ପାଦନ କରନ୍ତୁ

୧୮ଶ ଶତାବ୍ଦୀ ସମୟରେ ଏହା ମରାଠା ଶାସନ ଅନ୍ତର୍ଗତ ହୋଇଥିଲା ଓ ଏହାର ବହୁ ବର୍ଷ ବିତିଯିବା ପରେ ୧୮୨୯ରେ ଏହା ବ୍ରିଟିଶ କବଳରେ ଆସିଥିଲା । ଇଂରେଜ ଶାସନ କାଳରେ ମୟୁରଭଞ୍ଜ ରାଜ୍ୟରେ ବହୁତ ଉନ୍ନତ କାର୍ଯ୍ୟ ରାଜପରିବାରଦ୍ୱାରା ନିର୍ବାହିତ ହୋଇଥିଲା । ସେମାନଙ୍କ ରକ୍ଷଣା ବେକ୍ଷଣରେ ମୟୁରଭଞ୍ଜ ଏକ ଉନ୍ନତ ପ୍ରଦେଶ ବୋଲି ଗଣା ଯାଉଥିଲା । ଭଞ୍ଜ ରାଜାମାନଙ୍କ ମହାନ ଦାନରେ ସେ କାଳରେ ଓଡ଼ିଶା ପ୍ରଦେଶର ପ୍ରଥମ ମେଡିକାଲ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟ ର ପ୍ରତିଷ୍ଠା ହୋଇଥିଲା କଟକ ସହରରେ । ବର୍ତ୍ତମାନର ମୟୁରଭଞ୍ଜ ରାଜପ୍ରାସାଦ ମହାରାଣୀ ସୁମିତ୍ରା ଦେବୀ ଭଞ୍ଜ ଦେଓଙ୍କ ଦ୍ୱାରା ୧୮୦୪ରେ ନିର୍ମିତ ହୋଇଥିଲା।[୫]

ମୟୁରଭଞ୍ଜ ରାଜ୍ୟ ରେଳପଥର ଆରମ୍ଭ ସେ କାଳୀନ ମହାରାଜା ଶ୍ରୀ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କଦ୍ୱାରା ଆରମ୍ଭ ହୋଇଥିଲା । ରୁପସା ଠାରୁ ବାରିପଦା ପର୍ଯ୍ୟନ୍ତ ୫୨କି.ମିର ରାସ୍ତା ୨୦ ଜାନୁଆରି , ୧୯୦୫ରେ କରାଯାଇଥିଲା ।[୬]

ଶାସକ ସମ୍ପାଦନ କରନ୍ତୁ

The ମୟୁରଭଞ୍ଜର ଶାସକମାନେ 'ରାଜା' ବୋଲି କୁହାଉଥିଲେ, ୧୯ଶ ଶତାବ୍ଦୀ ମଧ୍ୟ ଭାଗରୁ ସେମାନେ 'ମହାରାଜା' ଉପାଧି ରେ  ମଣ୍ଡିତ ହୋଇଥିଲେ।[୭] ସେ କାଳରେ ମୟୁରଭଞ୍ଜର ଶାସକ ମାନେ ୯ ତୋପ ସଲାମରେ ସମ୍ମାନିତ ହେଉଥିଲେ।[୮]

ପୂର୍ବ ଶାସକମାନେ ସମ୍ପାଦନ କରନ୍ତୁ

  • ୧୬୮୮ - ୧୭୧୧ସବେସର୍ବା ଭଞ୍ଜ ଦେଓ 
  • ୧୭୧୧ - ୧୭୨୮ ବିକ୍ରମାଦିତ୍ୟ ଭଞ୍ଜ ଦେଓ
  • ୧୭୨୫ - ୧୭୫୦ ରହୁନାଥ ଭଞ୍ଜ ଦେଓ
  • ୧୫୭୦ - ୧୭୬୧ ଚକ୍ରଧର ଭଞ୍ଜ ଦେଓ
  • ୧୭୬୧ - ୧୭୯୬ ଦାମୋଦର ଭଞ୍ଜ ଦେଓ 
  • ୧୭୯୬ - ୧୮୧୧ ସୁମିତ୍ରା ଦେବୀ 
  • ୧୮୧୧ -   ୮୨୨ ତ୍ରିବିକ୍ରମ ଭଞ୍ଜ ଦେଓ 
  • ୧୮୧୧ - ୧୮୧୩ ରାଣୀ  ଯମୁନା ଦେବୀ 
  • ୧୮୨୨ - ୧୮..  ଯଦୁନାଥ ଭଞ୍ଜ ଦେଓ

ରାଜା ମାନାଙ୍କ ସୂଚୀସମ୍ପାଦନ କରନ୍ତୁ

  • ୧୮.. - ୧୮୬୩ ଜାଦୁନାଥ ଭାଞ୍ଜ ଦେଓ 
  • ୧୮୬୩ - ୧୮୬୮ ଶ୍ରୀନାଥ ଭଞ୍ଜ ଦେଓ   (ମୃତ୍ୟୁ । ୧୮୬୭)
  • ୧୮୬୮ - ୨୯ ମଇ ୧୮୮୨ କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓ  (ଜନ୍ମ ୧୮୪୮ - ମୃତ୍ୟୁ. ୧୮୮୨)
  • ୨୯ ମଇ ୧୮୮୨ - ୧୯୧୦ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ 

ମାହାରାଜା ମାନାଙ୍କ ସୂଚୀସମ୍ପାଦନ କରନ୍ତୁ

  • ୧୯୧୦ - ୨୨ ଫେବୃଆରୀ ୧୯୧୨ ରାମଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ଫେବୃଆରୀ  ୧୯୧୨ - ୨୧ ଅପ୍ରିଲ ୧୯୨୮ ପୂର୍ଣଚନ୍ଦ୍ର ଭଞ୍ଜ ଦେଓ 
  • ୨୨ ବେବୃଆରୀ ୧୯୧୨ - ୨୧ ଅପ୍ରିଲ ୧୯୨୮
  • ୨୧ ଅପ୍ରିଲ - ୧୫ ଅପ୍ରିଲ ୧୯୪୭ ପ୍ରତାପଚନ୍ଦ୍ର ଭଞ୍ଜ ଦେଓ

ଆଧାର ସମ୍ପାଦନ କରନ୍ତୁ