ପୂର୍ଣ୍ଣିମା

(ପୂର୍ଣ୍ଣମୀରୁ ଲେଉଟି ଆସିଛି)

ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି)କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।

ପୂର୍ଣ୍ଣ ଚନ୍ଦ୍ର

ପର୍ବପର୍ବାଣି

ସମ୍ପାଦନା
ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ।
ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ।
ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ।
  • କାର୍ତ୍ତିକ ପୂର୍ଣ୍ଣିମା: କାର୍ତ୍ତିକେଶ୍ୱରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
  • ମାର୍ଗଶିର ପୂର୍ଣ୍ଣିମା: ଶିବ ପାର୍ବତୀଙ୍କ ଉଦ୍ଦେଶ୍ୟରେ ଯମରାଜଙ୍କ କୋପରୁ ରକ୍ଷା ପାଇବା ପାଇଁ ପଣ୍ଡୁ ଓଷା କରାଯାଏ।
  • ପୌଷ ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
  • ମାଘ ପୂର୍ଣ୍ଣିମା: ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା, ଅଇଘରା ପୂର୍ଣ୍ଣିମା, ଅଗିରା ପୂର୍ଣ୍ଣିମା ଓ ଅଇଘରା ନାମରେ ମଧ୍ୟ ଜଣା ।
  • ଫାଲଗୁନ ପୂର୍ଣ୍ଣିମା :ଦୋଳ ମେଲଣ ଉତ୍ସବ ଓ ଫଗୁ ଖେଳ ପାଳନ ହୁଏ।
  • ଚୈତ୍ର ପୂର୍ଣ୍ଣିମା: (ଚଇତିପୁନେଇଁ ଓ ଚୈତ୍ରପୂର୍ଣ୍ଣିମା ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ଗଣପର୍ବ । ବର୍ଷର ପ୍ରଥମ ପାଚିଲା ଆମ୍ବ ଲୋକେ ଏଇ ଦିନ ଖାଇଥାନ୍ତି । ହନୁମାନ ଜୟନ୍ତୀ ପାଳନ[]
  1. Manish Verma (2013). Fasts and Festivals of India. Diamond Pocket Books (P) Ltd. pp. 19–. ISBN 978-81-7182-076-4.

ଅଧିକ ତଥ୍ୟ

ସମ୍ପାଦନା