ମାଘ ପୂର୍ଣ୍ଣମୀ, ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀଏଠାକୁ ଲେଉଟାଇ ଆଣିଥାନ୍ତି

ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ । କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ଶୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ । ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପା ପୋଛା କରି ଏବଂ ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ । ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି । ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ । ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ନିକ୍ଷେପ କରିଥାଆନ୍ତି । ଲୋକମାନଙ୍କର ବିଶ୍ୱାସ ରହିଛି ଯେ; ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏନାହିଁ । ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଅାଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।

ମାଘ ପୂର୍ଣ୍ଣମୀର ଏହି ଅଗ୍ନ୍ୟୁତ୍ସବ ଏକ କୃଷିଭିତ୍ତିକ ପର୍ବ । କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ଲଙ୍ଗଳ ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦାଆ ଆଦି କମାର ଶାଳରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଏ । ତେଣୁ କମାର ଶାଳର ଅଗ୍ନି କମାରର ଇଷ୍ଟ ଦେବତା । ମାଘ ପୂର୍ଣ୍ଣମୀ ପରେ ଅଗ୍ନ୍ୟୁତ୍ସବ ପାଳି ଅଗ୍ନି ଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରରର ଚାଳ ଛପର କାର୍ଯ୍ୟ କରିଥାଆନ୍ତି । କଥାରେ ଅଛି-'ଘର ପୋଡ଼ିଠାରୁ ବିପତ୍ତି ନାହିଁ ।’ ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନି ଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳିତ ହୋଇଥାଏ ।[୧]

ଅଞ୍ଚଳ ଭେଦରେ ପାଳନସମ୍ପାଦନ କରନ୍ତୁ

ଓଡ଼ିଶାସମ୍ପାଦନ କରନ୍ତୁ

ପୁରୀସମ୍ପାଦନ କରନ୍ତୁ

ପୁରୀ ଜିଲ୍ଲାରେ ବ୍ରାହ୍ମଣ ଶାସନମାନଙ୍କରେ ଠାକୁର ଝୁଲଣରେ ପଟୁଆର କରି ଯିବାବେଳେ ପ୍ରତି ଘରସାମନାରେ ରହି ଦୁଆରି ଭୋଗ ଖାଇଥାନ୍ତି । ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ଓ ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ଆଗରୁ ପୋତି ଥାନ୍ତି । ଦିଅଁ ବିଜେ କଲାବେଳେ ସେହି ହୁଳାରେ ନିଆଁ ଲଗାଇ ଦିଆଯାଏ । ଦିଅଁ ଗାଁମୁଣ୍ଡରେ ପହଞ୍ଚିଲା ବେଳକୁ ଗ୍ରାମବାସୀଙ୍କ ଦେଇ ସଂଗୃହିତ ଏକ ବଡ଼ କୁଟାଗଦାରେ ନିଆଁ ଲଗାଯାଇଥାଏ । ଏହି ନିଆଁକୁ ଅଗି ବା ଅଇଘରା କୁହାଯାଏ । ଦିଅଁ ଏହି ଅଗି ଚାରିପଟେ ବୁଲି ସେଠାରେ ଭୋଗ ଖାଇ ନିଜ ମନ୍ଦିରକୁ ବାହାରନ୍ତି ।

କଟକସମ୍ପାଦନ କରନ୍ତୁ

କଟକ ଜିଲ୍ଲାରେ ଏହି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' କୁହାଯାଇଥାଏ ।[୨]

ବାଲେଶ୍ୱରସମ୍ପାଦନ କରନ୍ତୁ

ବାଲେଶ୍ୱର ଜିଲ୍ଲାରେ ଅଗିଜଳା ଉତ୍ସବକୁ 'ମେଣ୍ଢାଘର ପୋଡ଼ି' କୁହାଯାଇଥାଏ ।

ପଶ୍ଚିମବଙ୍ଗସମ୍ପାଦନ କରନ୍ତୁ

ପଶ୍ଚିମବଙ୍ଗରେ ଦୋଳ ପୂର୍ଣ୍ଣିମା ଆଗ ଦିନ ରାତିରେ ଏହି ପରି ଏକ ଅଗ୍ନିଉତ୍ସବ ହୋଇଥାଏ ।

ତାମିଲନାଡୁସମ୍ପାଦନ କରନ୍ତୁ

ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଅଗ୍ନିଉତ୍ସବ ହୋଇନଥିଲେ ମଧ୍ୟ ଲୋକେ କଉତୁକରେ ପରସ୍ପର ଭିତରେ ଯୁଦ୍ଧ କରିଥାନ୍ତି ।]

ମହାରାଷ୍ଟ୍ରସମ୍ପାଦନ କରନ୍ତୁ

ମହାରାଷ୍ଟ୍ରରେ ନାନାଦି ଯୁଦ୍ଧରେ ନିହତ ବୀରମାନଙ୍କ ବଂଶଧର ମାନେ ହାତରେ ଖଣ୍ଡାଧରି ନିଆଁ ଚାରିପଟେ ବୁଲି ନାଚନ୍ତି ଓ ଏହି ନିଆଁରେ ଗରମ କରାଯାଇଥିବା ପାଣିରେ ଗାଧାନ୍ତି ।

ପଶ୍ଚିମ ଭାରତସମ୍ପାଦନ କରନ୍ତୁ

ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗରେ ଗବଗଛଟିଏ ପୋତାଯାଇ ତହିଁ ଉପରେ କୁଟା, ଚିରାକନା ଓ ଘଷି ଆଦି ଜମା କରାଯାଇ ଅଗି ଜଳା ହୁଏ ଓ ଲୋକେ ରାତିଯାକ ଅଶ୍ଳୀଳ ଗୀତ ଗାଇ ନାଚନ୍ତି ।[୩]

ଟୀକାସମ୍ପାଦନ କରନ୍ତୁ

  1. "ମାଘ ପୂର୍ଣ୍ଣମୀ-ଅଗ୍ନ୍ୟୁତ୍ସବ". ଶୃତି. 2 February 2015. |access-date= requires |url= (help)
  2. Das, Pradip Kumar (2008). "The Hindu : Other States / Orissa News : Cuttack braces for twin celebrations". hindu.com. Retrieved 4 March 2013. This is also called ‘Mendha Kudia Podi’.
  3. Ray Choudhury, Ranjan Bilas. Amrutabazar patrika. 6 Feb 1923

ଆଧାରସମ୍ପାଦନ କରନ୍ତୁ