ପଣ୍ଡୁ ଓଷା
ପଣ୍ଡୁଓଷା ମାର୍ଗଶିର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ ।[୧] ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ଡୁପୂର୍ଣ୍ଣିମା କୁହାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତର ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ହେତୁ ସର୍ବତ୍ର ଫିକାଧଳା ବା ପାଣ୍ଡୁର ବର୍ଣ୍ଣ ଦିଶୁଥାଏ । ଏଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା କୁହାଯାଏ । ବଡ଼ ଓଷା ପରି ଏହି ବ୍ରତକୁ ଗଜ ବସାଇ ପାଳନ କରାଯାଏ । ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜାଙ୍କୁ ପୂଜା ବା ଉପାସନା କରନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ପୁତ୍ର ସନ୍ତାନ କାମନା । ଏହି ବ୍ରତ ପାଳନରେ ନିର୍ଦ୍ଧିଷ୍ଟ ବିଧି ରହି ଅଛି । ଏଥିପାଇଁ ଗୃହ ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ଚିତା ଓ ମୁରୁଜ ତହିଁ ପରେ ପକାଯାଏ । ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆ ପୂର୍ଣ୍ଣଧାନ ଆଣି ଢିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ । ପଣ୍ଡୁଓଷା ଏକ ନିଷ୍ଠାର ବ୍ରତ । ନାରୀଜାତି ବିଶେଷ କରି ମା’ମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।[୨]
ପଣ୍ଡୁ ଓଷା | |
---|---|
ପାଳନକାରୀ | ଓଡ଼ିଆ ନାରୀ |
ପ୍ରକାର | ଧାର୍ମିକ |
ବିଶେଷତା | ଯମଙ୍କ ପୂଜାର୍ଚ୍ଚନା |
ପର୍ବ ପାଳନ | ଓଷା, ଉପବାସ, ପୂଜା |
ତାରିଖ | ମାର୍ଗଶିର ପୂର୍ଣ୍ଣିମା |
୨୦୨୪ ତାରିଖ | |
ସମ୍ପର୍କିତ | ଦତ୍ତାତ୍ରେୟ ଜୟନ୍ତୀ |
ଲୋକଗୀତରେ ଅଛି: ""ଅଇଲା ପଣ୍ଡୁ ମଲେ ମଶା/ଫାଟୁଆ ଦେଲେ ମୁରୁକି ହସା ॥ କୁହୁଡ଼ି ହେଉଛି ମଶାଙ୍କର ଯମ । ଅନ୍ୟପକ୍ଷରେ ଗୋଡ଼ଫଟା ରୋଗ ଶୀତକୁ ଆରମ୍ଭ ହୁଏ ।
ଆଧାର
ସମ୍ପାଦନା- ↑ Sanagala, Naveen. "Pandu Osha". Hindupad. Retrieved 9 December 2014.
- ↑ ମହାନ୍ତି, ବିପିନବିହାରୀ. "ମାର୍ଗଶୀର ପୂର୍ଣ୍ଣିମା- ପଣ୍ଡୁ ଓଷା" (PDF). ପର୍ଯ୍ୟବେକ୍ଷକ. Archived from the original (PDF) on 5 March 2016. Retrieved 9 December 2014.