ନବମୀ
ତିଥି
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ଅଷ୍ଟମୀର ପରବର୍ତ୍ତୀ ଓ ଦଶମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ।
- ଚୈତ୍ର ଶୁକ୍ଳ ନବମୀ: ରାମ ନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ।
- ପାରମ୍ପରିକ ରୀତି ମତେ ନବମୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ରଥଯାତ୍ରା ଲାଗି ରଥ କାଠ ଚିରଟ କାର୍ଯ୍ୟର ଶୁଭାରମ୍ବ ହୋଇ ହୋଇଥାଏ ।
- ବୈଶାଖ ଶୁକ୍ଳନବମୀ: ସୀତା ନବମୀ - ସୀତାଜନ୍ମ
- ଭାଦ୍ରବ କୃଷ୍ଣନବମୀ: ନନ୍ଦୋତ୍ସବ - କୃଷ୍ଣ ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ
- ଆଶ୍ୱିନ ଶୁକ୍ଳନବମୀ: ମହାନବମୀ - ଶାରଦୀୟା ଦୁର୍ଗା ପୂଜାର ତୃତୀୟ ବା ଶେଷ ଦିବସ ।
- କାର୍ତ୍ତିକ ଶୁକ୍ଳନବମୀ: ଅଅଁଳା ନବମୀ- ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ
- ମାର୍ଗଶୀର କୃଷ୍ଣନବମୀ: କାଞ୍ଜିଅଅଁଳା ଓଷା
- କାଞ୍ଜିଅଁଳା ଓଷା, ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |