ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲୋକେ ସୌର ମାସକୁ ମାନନ୍ତି। ଅନ୍ୟ ଆଡ଼େ ଚାନ୍ଦ୍ରମାନ ମାସ ମନା ଯାଏ। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ହୁଏ। ସୌର ପାଞ୍ଜି ଅନୁସାରେ ପଣା (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ।

ଚାନ୍ଦ୍ରମାସସମ୍ପାଦନ କରନ୍ତୁ

ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦ୍ରମାସ ନାମରେ ଅଭିହିତ । ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ । ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ । ମୂଖ୍ୟ ଚାନ୍ଦ୍ରମାସ ଅମାବାସ୍ୟା ପରଦିନ (ଶୁକ୍ଳ ପ୍ରତିପଦ ଅର୍ଥାତ୍‌ ନୂତନ ଚନ୍ଦ୍ରକଳା ଦର୍ଶନ ଠାରୁ)ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ । ୧୨ଟି ଚାନ୍ଦ୍ରମାସ ହେଲା: ବୈଶାଖ, ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ ଫାଲ୍‌ଗୁନ ଓ ଚୈତ୍ର । ଚାନ୍ଦ୍ରମାସ କେବେ କେବେ ୨୭, ୨୮, ୨୯ ଓ ୩୦ ଦିନ ହୁଏ । ୧୨ଟି ଚାନ୍ଦ୍ରମାସର ପରିମାଣ ୩୫୪ ଦିନ ।

ବୈଶାଖସମ୍ପାଦନ କରନ୍ତୁ

ଶାଳିବାହନ ଶକାବ୍ଦର ପ୍ରଥମ ମାସ । ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣାସଂକ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମତରେ ଏହା ୪ଟି ଧର୍ମ ମାସ (କାର୍ତ୍ତିକ, ମାଘ, ବୈଶାଖ, ଆଷାଢ଼) ମଧ୍ୟରୁ ଏକ ମାସ ।

ଜ୍ୟୈଷ୍ଠସମ୍ପାଦନ କରନ୍ତୁ

ଜ୍ୟେଷ୍ଠା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ବୈଶାଖର ପରବର୍ତ୍ତୀ ମାସ । ଦ୍ୱିତୀୟ ମାସ

ଆଷାଢ଼ସମ୍ପାଦନ କରନ୍ତୁ

ଆଷାଢ଼ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ତୃତୀୟ ମାସ।

ଶ୍ରାବଣସମ୍ପାଦନ କରନ୍ତୁ

ଶ୍ରବଣା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାନ ମାସ । ଆଷାଢ଼ର ପରବର୍ତ୍ତୀ ଚାନ୍ଦ୍ର ମାସ । ଚତୁର୍ଥ ମାସ।

ଭାଦ୍ରବସମ୍ପାଦନ କରନ୍ତୁ

ଭାଦ୍ର ପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସ । ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ମାସ। ପଞ୍ଚମ ମାସ।

ଆଶ୍ୱିନସମ୍ପାଦନ କରନ୍ତୁ

ଅଶ୍ୱିନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସ । ଷଷ୍ଠ ମାସ।

କାର୍ତ୍ତିକସମ୍ପାଦନ କରନ୍ତୁ

ଏହି ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ଥାଆନ୍ତି । ସପ୍ତମ ଚାନ୍ଦ୍ରମାନ ମାସ| ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହି ମାସରେ ଆମିଷ ବର୍ଜିତ।

ମାର୍ଗଶୀରସମ୍ପାଦନ କରନ୍ତୁ

ମୃଗଶିରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡୁଥିବା ମାସ । ଅଷ୍ଟମ ମାସ।

ପୌଷ (ପୁଷ)ସମ୍ପାଦନ କରନ୍ତୁ

ପୁଷ୍ୟା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ମାର୍ଗଶୀରର ପରବର୍ତ୍ତୀ ଓ ମାଘର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ । ନବମ ମାସ । ଶୁଭ କାର୍ଯ୍ୟ ଭଙ୍ଗ ହୁଏ । ଏହି ମାସରେ ମାରିଥିବା ଲୋକ ଭୂତ ହେଇ ତାଙ୍କ ସମ୍ପର୍କୀୟଙ୍କୁ ଡରାନ୍ତି ।

ମାଘସମ୍ପାଦନ କରନ୍ତୁ

ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣୀମାବିଶିଷ୍ଟ ଚାନ୍ଦ୍ରମାସ । ଏହା ସୌର ମକରମାସ ସଙ୍ଗେ ସମାନ । ଏହି ମାସ ହିନ୍ଦୁମାନଙ୍କର ଗୋଟିଏ ଧର୍ମମାସ । ଏହା ଶୀତଋତୁର ଶେଷ ମାସ । ଦଶମ ମାସ।

ଫାଲ୍ଗୁନସମ୍ପାଦନ କରନ୍ତୁ

ଫାଲ୍ଗୁନୀ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ମାଘର ପରବର୍ତ୍ତୀ ଚାନ୍ଦ୍ରମାସ । ଏକାଦଶ ମାସ।

ଚୈତ୍ରସମ୍ପାଦନ କରନ୍ତୁ

ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ମାସ । ଏହା ଫାଲ୍‌ଗୁନର ପରବର୍ତ୍ତୀ ଚାନ୍ଦ୍ରମାସ। ଏହା ଦ୍ୱାଦଶ ଓ ଶେଷ ମାସ ।

ସୌରମାସସମ୍ପାଦନ କରନ୍ତୁ

ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌର ମାସ । (ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ କୁହାଯାଏ) । ଏହା ସଂକ୍ରାନ୍ତିରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ । ଏହା କେବେ ୨୯, କେବେ ୩୦, କେବେ ୩୧ ଦିନ ଓ କେବେ ୩୨ ଦିନ ବ୍ୟାପି ହୁଏ । ୧୨ଟି ସୌରମାସ ପରିମାଣ ୩୬୫ ଦିନ । ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ ।


୧. ମେଷ

୨. ବୃଷ

୩. ମିଥୁନ

୪. କର୍କଟ

୫. ସିଂହ

୬. କନ୍ୟା

୭. ତୁଳା

୮. ବିଛା

୯. ଧନୁ

୧୦.ମକର

୧୧.କୁମ୍ଭ

୧୨.ମୀନ

ଇଂରାଜି ମାସସମ୍ପାଦନ କରନ୍ତୁ

ଇଂରାଜି ଗଣନା କ୍ରମେ ବର୍ଷକୁ (୩୬୫ଦିନ ବା ୩୬୬ଦିନକୁ) ୧୨ ଭାଗରେ ବିଭକ୍ତ କରାଯାଇଥିବା କାଳ: ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଅପ୍ରେଲ, ମଇ, ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର୍ ଏହିପରି ୧୨ଟି କାଳ ପରିମାଣ ।

ଜାନୁଆରୀସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ପ୍ରଥମ ମାସ । ଏହିମାସ ୩୧ ଦିନିଆ ।

ଫେବୃଆରୀସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଦ୍ୱିତୀୟ ମାସ । ଏହିମାସ ୨୮ ବା ୨୯ ଦିନିଆ ।

ମାର୍ଚ୍ଚ୍ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ତୃତୀୟ ମାସ । ଏହିମାସ ୩୧ ଦିନିଆ ।

ଅପ୍ରେଲ (ଏପ୍ରେଲ୍)ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଚତୁର୍ଥ ମାସ । ଏହିମାସ ୩୦ ଦିନିଆ ।

ମଇ (ମେ)ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ପଞ୍ଚମ ମାସ । ଏହିମାସ ୩୧ ଦିନିଆ ।

ଜୁନ୍ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଷଷ୍ଟ ମାସ । ଏହିମାସ ୩୦ ଦିନିଆ ।

ଜୁଲାଇସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ସପ୍ତମ ମାସ । ଏହିମାସ ୩୧ ଦିନିଆ ।

ଅଗଷ୍ଟସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଅଷ୍ଟମ ମାସ । ଏହିମାସ ୩୧ ଦିନିଆ ।

ସେପ୍ଟେମ୍ବରସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ନବମ ମାସ । ଏହିମାସ ୩୦ ଦିନିଆ ।

ଅକ୍ଟୋବର୍ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଦଶମ ମାସ । ଏହିମାସ ୩୧ ଦିନିଆ ।

ନଭେମ୍ବର୍ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଏକାଦଶ (୧୧ଶ) ମାସ । ଏହିମାସ ୩୦ ଦିନିଆ ।

ଡିସେମ୍ବର୍ସମ୍ପାଦନ କରନ୍ତୁ

ଇଂରାଜୀ ଗଣନାରେ ବର୍ଷର ଶେଷ (ଦ୍ୱାଦଶ) ମାସ । ଏହିମାସ ୩୧ ଦିନିଆ ।

ମଳମାସସମ୍ପାଦନ କରନ୍ତୁ

ସୌରମାନ ବର୍ଷ (୧୨ଟି ସୌରମାସର ପରିମାଣ) ୩୬୫ ଦିନ ୬ ଘଣ୍ଟା, ଚାନ୍ଦ୍ରମାନ ବର୍ଷ (୧୨ଟି ଚାନ୍ଦ୍ରମାସର ପରିମାଣ) ପ୍ରାୟ ପରିମାଣ ୩୫୪ ଦିନ । ଏଣୁ ସୌରମାନ ବର୍ଷ ଅପେକ୍ଷା ଚାନ୍ଦ୍ରମାନ ବର୍ଷ ୧୧ ଦିନ ୬ ଘଣ୍ଟା କମ୍‌ । ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବାପାଇଁ ଚାନ୍ଦ୍ରମାନ ମାସ ଗଣନାରେ ଅଢ଼େଇ ବର୍ଷ ଅନ୍ତରରେ ଗୋଟିଏ ଅଧିକା ମାସ ଗଣାଯାଏ ଓ ସେହି ମାସଟି ଯେଉଁ ଚାନ୍ଦ୍ରମାନ ମାସ ମଧ୍ୟରେ ପଡ଼େ ସେହି ଚାନ୍ଦ୍ରମାନ ମାସର ନାମରେ ଡକାହୁଏ ଯଥା କାର୍ତ୍ତିକମଳ, ବୈଶାଖମଳ ଇତ୍ୟାଦି । ମଳମାସ ଫାଲ୍‌ଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ୱଚିତ୍‌ ମଳମାସ ପଡ଼େ । ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ; କିନ୍ତୁ ମୁସଲମାନମାନେ ଚାନ୍ଦ୍ରମାସ ଅନୁସାରେ ମାସ ଗଣୁଥିବାରୁ ଓ ସେମାନଙ୍କର ମଳମାସଦ୍ୱାରା ଚାନ୍ଦ୍ର ଓ ସୌର ମାସର ସମତା ରକ୍ଷା କରାଯାଉ ନ ଥିବାରୁ ତାଙ୍କର ପର୍ବ ଓ ଉତ୍ସବମାନ (ଯଥା- ଈଦ, ମହରମ୍) ସବୁ ଋତୁରେ ପଡ଼ିଥାଏ ।

ଆଧାରସମ୍ପାଦନ କରନ୍ତୁ