ଭାଦ୍ରବ
ଭାଦ୍ରପଦ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଭାଦ୍ରବ ବା ଭୋଦୁଅ ମାସ କୁହାଯାଏ । ଭାଦ୍ରବ ଶ୍ରାବଣର ପରବର୍ତ୍ତୀ ଓ ଆଶ୍ୱିନର ପୂର୍ବବର୍ତ୍ତୀ ମାସ । ଭାଦ୍ରବ ଶରତ ଋତୁର ପ୍ରଥମ ମାସ ।
ପର୍ବପର୍ବାଣୀସମ୍ପାଦନ କରନ୍ତୁ
- ପ୍ରତ୍ୟେକ ରବିବାର: ଖୁଦୁରୁକୁଣି ଓଷା
- ପ୍ରତ୍ୟେକ ବୁଧବାର : ବୁଧେଇ ଓଷା
- କୃଷ୍ଣ ଅଷ୍ଟମୀ: ଜନ୍ମାଷ୍ଟମୀ
- କୃଷ୍ଣ ଏକାଦଶୀ: କାଳୀୟଦଳନ ଏକାଦଶୀ
- ଅମାବାସ୍ୟା: ସପ୍ତପୁରୀ ଅମାବାସ୍ୟା
- ଶୁକ୍ଳ ତୃତୀୟା:ବାଲି ତୃତୀୟା
- ଶୁକ୍ଳ ଚତୁର୍ଥୀ: ଗଣେଶ ପୂଜା
- ଶୁକ୍ଳ ପଞ୍ଚମୀ: ଋଷି ପଞ୍ଚମୀ, ନୂଆଖାଇ
- ଶୁକ୍ଳ ଷଷ୍ଠୀ: ଷଠି ଓଷା
- ଶୁକ୍ଳ ସପ୍ତମୀ: କୁକ୍କୁଟୀ ବ୍ରତ
- ଶୁକ୍ଳ ଅଷ୍ଟମୀ: ରାଧାଷ୍ଟମୀ
- ଶୁକ୍ଳ ଚତୁର୍ଦ୍ଦଶୀ: ଅନନ୍ତ ବ୍ରତ
- ପୂର୍ଣ୍ଣିମା: ଇନ୍ଦୁ ପୂର୍ଣ୍ଣିମା, ଭୋଦେଇ ଓଷା