ଲିପ୍ସା ମିଶ୍ର

ଭାରତୀୟ ଓଡ଼ିଆ ଅଭିନେତ୍ରୀ

‌ଲିପ୍ସା ମିଶ୍ର‌ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ତରଙ୍ଗ ଟିଭିରେ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ଅଭିନୟ ଆରମ୍ଭ କରିଥିଲେ ।[୧] ୨୦୧୫ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨]

ଲିପ୍ସା ମିଶ୍ର
ଜନ୍ମ (1992-07-15) ୧୫ ଜୁଲାଇ ୧୯୯୨ (ବୟସ ୩୧)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ଲିପ୍ସା ମିଶ୍ର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ପଢ଼ୁଥିଲେ । ଏହା ପରେ ସେ ବିଜେବି କଲେଜରେ ଓଡ଼ିଆ ସ୍ନାତକରେ ପଢ଼ୁଥିଲେ ଏବଂ ସେଠାରେ ସେ ଓଡ଼ିଆ ବିଭାଗରେ ସର୍ବାଧିକ ନମ୍ବର ରଖି ୨୦୧୨ରେ ସ୍ନାତକ ହାସଲ କରିଥିଲେ । ତା' ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପଢ଼ୁଥିଲେ ।[୩] ଲିପ୍ସା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରଥିଲେ ।[୩]

ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ଲିସ୍ପା ତରଙ୍ଗ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ‌ବିଗ୍ ବ୍ରେକ୍‌ରେ ଭାଗ ନେଇ ବିଜୟୀନି ହୋଇଥିଲେ[୪][୫] ଏବଂ ଧାରାବାହିକ ‌କିଛି ଲୁହ ପିଇଯାଏ ଓଠ‌ରେ ନାୟିକା ଖୁସି ଭୂମିକାରେ ଅଭିନୟ କରିଥିଲେ ।[୧][୨]

ଏହି ଧାରାବାହିକଟି ସରିବା ପରେ ସେ ୨୦୧୫ରେ ମାୟା ଚଳଚ୍ଚିତ୍ର ଜରିଆରେ ଲିପ୍ସା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସ‌ହ ଅନୁ ଚୌଧୁରୀ ଏବଂ ସୁନୀଲ କୁମାର ଅଭିନୟ କରିଥିଲେ ।

୨୦୧୫ରେ ଲିପ୍ସାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ପିଲାଟା ବିଗିଡ଼ିଗଲା । ଏହି ଚଳଚ୍ଚିତ୍ରଟି ଗୋଟିଏ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ । ଏହି ଚଳଚ୍ଚିତ୍ରରେ ଲିପ୍ସାଙ୍କ ସ‌ହ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଅଭିନୟ କରିଥିଲେ ।[୭]

୨୦୧୬ରେ ପୁପିନ୍ଦର ସିଂହଙ୍କ ସ‌ହ ଲିପ୍ସାଙ୍କର ଗୋଟିଏ ଚଳଚ୍ଚିତ୍ର ଆସିଥିଲା ସମୟ ବଡ଼ ବଳବାନ । ଏହି ଚଳଚ୍ଚିତ୍ରରେ ଅନୁଭା ସୌର୍ଯ୍ୟା ମଧ୍ୟ ଅଭିନୟ କରିଥିଲେ ।[୮]

୨୦୧୬ରେ ଲିପ୍ସା କ୍ରିଷ୍ଣା ବେଉରାଙ୍କ ସ‌ହ ଏକ ହିନ୍ଦୀ ଗୀତ ‌ଚେହେରା ତେରା‌ରେ ଅଭିନୟ କରିଥିଲେ । ଏହି ଗୀତରେ କ୍ରିଷ୍ଣା କଣ୍ଠଦାନ କରିଥିଲେ ଏବଂ ଅଭିନୟ ମଧ୍ୟ କରିଥିଲେ । ଜି ମ୍ୟୁଜିକଦ୍ୱାରା ଏହି ଗୀତଟି ନିର୍ମିତ ହୋଇଥିଲା ।[୯]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୫ ମାୟା ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
ପିଲାଟା ବିଗିଡ଼ିଗଲା ବସନ୍ତ ସାହୁ ମିଠି
୨୦୧୬ ସମୟ ବଡ଼ ବଳବାନ

ଅଭିନୀତ ଧାରାବାହିକ ସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
କିଛି ଲୁହ ପିଇ ଯାଏ ଓଠ ତରଙ୍ଗ ଟିଭି ଖୁସି/ଶ୍ରେୟା
ତୋ ଅଗଣାର ତୁଳସୀ ମୁଁ ସାର୍ଥକ ଟିଭି ତୁଳସୀ/ମା' ବନ୍ଦାବତୀ

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.
  2. ୨.୦ ୨.୧ "ଆତ୍ମାରେ ଆସିବେ ଲିପ୍ସା". ସମ୍ବାଦ. 30 October 2016. Retrieved 16 March 2017.
  3. ୩.୦ ୩.୧ "LIPSA MISHRA ORIYA ACTRESS IN AMBIKA KHUDINKA HANDISALA". Incredible Orissa. 7 February 2015. Retrieved 16 March 2017.
  4. "Odia Actress Lipsa Mishra's Active Career Journey". E News ଓଡ଼ିଆ. 14 September 2016. Retrieved 16 March 2017.
  5. "ନୂଆମୁହଁଙ୍କ ନ‌ଜର". ସମାଜ. 13 May 2017. Retrieved 19 May 2018.
  6. "ଅଗଣାରେ ବାନ୍ଧି ହୋଇ ଯାଇଛନ୍ତି ଲିପ୍‌ସା". ସମ୍ବାଦ. 13 September 2016. Retrieved 16 March 2017.
  7. "Pilata Bigidigala Movie Review by ENews Team". ENews ଓଡ଼ିଆ. Retrieved 16 March 2017.
  8. "Samaya Bada Balaban". Odia Movie Database. Retrieved 16 March 2017.
  9. "ଓଡ଼ିଆ କଣ୍ଠଶିଳ୍ପୀଙ୍କ ହିନ୍ଦୀ ଆଲବମ୍". କନ‌କ ନ୍ୟୁଜ. 9 May 2016. Retrieved 16 March 2017.

ବାହାର ଆଧାର ସମ୍ପାଦନ କରନ୍ତୁ