ଚୁମ୍‌କି ସେ' ତ ପାଣିରେ ବୁଡ଼ିବ ନାହିଁକି

୨୦୨୨ ଓଡ଼ିଆ କଥାଚିତ୍ର

ଚୁମ୍‌କି ସେ' ତ ପାଣିରେ ବୁଡ଼ିବ ନାହିଁକି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉପହାର ଭଦ୍ରା । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗିରିଶ ମହାନ୍ତି । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚୁମ୍‌କି ସେ' ତ ପାଣିରେ ବୁଡ଼ିବ ନାହିଁକି
ନିର୍ଦ୍ଦେଶକଗିରିଶ ମହାନ୍ତି
ପ୍ରଯୋଜକଉପହାର ଭଦ୍ରା
ସଂଳାପଭରଦ୍ୱାଜ ପଣ୍ଡା
ଚିତ୍ରନାଟ୍ୟଭରଦ୍ୱାଜ ପଣ୍ଡା
କାହାଣୀଭରଦ୍ୱାଜ ପଣ୍ଡା
କଳାକାରଶ୍ରେୟାନ
ଉପାସନା
ପ୍ରଦ୍ୟୁମ୍ନ ଲେଙ୍କା
ପୁଷ୍ପା ପଣ୍ଡା
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରେୟାନ ନାୟକ ଓ ଉପାସନା ମହାନ୍ତି ।[୧] ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର, ଚୌଧୁରୀ ବିକାଶ ଦାସ, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, ତପି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ, ଭୂମିକା ଦାଶ ଓ ଅନୁଭ ସୌର୍ଯ୍ୟା ଏହି କଥାଚିତ୍ରଟିରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ୨୦୨୨ ମସିହାର ସେପ୍ଟେମ୍ବର ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟି ଓଡ଼ିଶାରେ ୩୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ଭରଦ୍ୱାଜ ପଣ୍ଡା, ସନ୍ତୋଷ ପଣ୍ଡା, ବିଭୂତି ଭୂଷଣ ଗଡ଼ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ହ୍ୟୁମାନ ସାଗର, କୁମାର ସାନୁ, ସ୍ୱୟମ ପାଢ଼ୀ, ମଣ୍ଟୁ ଛୁରୀଆ, ପପୁ ପମ ପମ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିରେଖା ପାଢ଼ୀ, ଅର୍ପିତା ଚୌଧୁରୀ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨][୫]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଚୁମ୍‌କି ସେ' ତ ପାଣିରେ ବୁଡ଼ିବ ନାହିଁକି"ବିଭୂତି ଭୂଷଣ ଗଡ଼ନାୟକସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀ 
2."ଜୀବନ ତୁ"ଭରଦ୍ୱାଜ ପଣ୍ଡାହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
3."ତୁ ତୁ ତାରା"ଭରଦ୍ୱାଜ ପଣ୍ଡାଉଦିତ ନାରାୟଣ, ଅସୀମା ପଣ୍ଡା 
4."ଭୁତୁଣୀ ଲୈଲା"ସୁରେଶ ପଣ୍ଡାପପୁ ପମ ପମ, ଦୀପ୍ତିରେଖା ପାଢ଼ୀ 
5."ସୁନା ଇଲିଶି"ଭରଦ୍ୱାଜ ପଣ୍ଡାକୁମାର ସାନୁ, ଅନ୍ତରା ଚକ୍ରବର୍ତ୍ତୀ 
6."ଲୋକା ଧଣ୍ଡ"ସୁରେଶ ପଣ୍ଡାମଣ୍ଟୁ ଛୁରୀଆ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର ସମ୍ପାଦନା

  1. ପଣ୍ଡା, ସୂର୍ଯ୍ୟନାରାୟଣ (21 September 2022). "ଚୁମ୍‌କି କ୍ରେଜ୍‌ ! ଚୁମ୍‌କି-ସାଗରଙ୍କ ପାଇଁ ରାସ୍ତାରେ ପ୍ରବଳ ଭିଡ଼, ଢେମସା-ଢୋଲକିରେ ଦୁଲୁକିଲା ବଜାର". OTV News. Archived from the original on 12 December 2022. Retrieved 12 December 2022.
  2. ୨.୦ ୨.୧ "ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଚୁମ୍‍କି'". ସମ୍ବାଦ. ଭୁବନେଶ୍ୱର: sambad.in. 17 September 2022. Archived from the original on 12 December 2022. Retrieved 12 December 2022.
  3. "ପରଦାରେ ଧମାଲ ମଚାଉଛି ଓଡ଼ିଆ ଚଳଚ୍ଚିତ୍ର ଚୁମ୍‌କି-ସେତ ପାଣିରେ ବୁଡିବ ନାହିଁକି". ETV Bharat News. Archived from the original on 2022-12-12. Retrieved 2022-12-12.
  4. "ଚୁମ୍‌କିର ଚମକ ଉପାସନା". ସମ୍ବାଦ (ରବିବାର). 4 September 2022. p. 9. Archived from the original on 12 December 2022. Retrieved 12 December 2022.
  5. "୬ ଗୀତକୁ ୧୦ ଷ୍ଟାର୍ ସିଙ୍ଗର୍". ପ୍ରମେୟ. 7 September 2022. Archived from the original on 12 December 2022. Retrieved 12 December 2022.

ବାହାର ଆଧାର ସମ୍ପାଦନା