ଅନୁଭା ସୌର୍ଯ୍ୟା

ଓଡ଼ିଆ ଅଭିନେତ୍ରୀ

ଅନୁଭା ସୌର୍ଯ୍ୟା (ଜନ୍ମ: ୧୬ ଜୁଲାଇ ୧୯୯୨, ଖୋର୍ଦ୍ଧା) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କର ଝିଅ । ଅନୁଭା ୨୦୧୧ ମସିହାରେ ହରିହର ଦାସଙ୍କ ସ‌ହ ଓଡ଼ିଆ କଥାଚିତ୍ର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧] ଅନୁଭା ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅଧିନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ଅନେକ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛନ୍ତି ।[୨]

ଅନୁଭା ସୌର୍ଯ୍ୟା
ଜନ୍ମ
ଅନୁଭା ସୌର୍ଯ୍ୟା

(1992-07-16) ୧୬ ଜୁଲାଇ ୧୯୯୨ (ବୟସ ୩୧)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ
ପିତାମାତା(s)ଲ‌ଲାଟେନ୍ଦୁ ନାରାୟଣ ଷଡ଼ଙ୍ଗୀ (ବାପା)
ପୁଷ୍ପା ପଣ୍ଡା (ମାଆ)

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ଅନୁଭା ସୌର୍ଯ୍ୟା ୧୯୯୨ ମସିହା ଜୁଲାଇ ୧୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଲ‌ଲାଟେନ୍ଦୁ ନାରାୟଣ ଷଡ଼ଙ୍ଗୀ ଜଣେ ଇଞ୍ଜିନିୟର ଏବଂ ମାଆ ପୁଷ୍ପା ପଣ୍ଡା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ଅନୁଭାଙ୍କର ଗ୍ରାମ ଖୋର୍ଦ୍ଧାଜିଲ୍ଲାର ଏକ ପାହାଡ଼ପାଖ ରଣାପୁର ଗ୍ରାମରେ । ସେ ଚନ୍ଦ୍ରଶେଖରପୁରର ଡି.ଏ.ଭି ସ୍କୁଲରୁ ବିଦ୍ୟାଳୟ ଶିକ୍ଷାଗ୍ରହଣ କରିଥିଲେ ଏବଂ ପରେ ସେ ସିଲିକନ ବୈଷୟିକ ମହାବିଦ୍ୟାଳୟରୁ ଇଞ୍ଜିନିୟରିଂ କରିଛନ୍ତି ।

ଅଭିନୟ ଜୀବନ ସମ୍ପାଦନା

ଅନୁଭା ଜଣେ ଓଡ଼ିଶୀ ନର୍ତ୍ତକୀ । ସେ ଓଡ଼ିଶୀ ନୃତ୍ୟଗୁରୁ ଗଙ୍ଗାଧର ପ୍ରଧାନଙ୍କ ଅଧିନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଛୋଟବେଳୁ ସେ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ । ସେ ଛୋଟବେଳେ ଓଡ଼ିଆ ଗୀତ ମାଟି ଘୋଡ଼ା ଏବଂ ଆଖିର ଜନ୍ମରେ ଅଭିନୟ କରିଥିଲେ । ସେ କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୧ ମସିହାରେ ଇଞ୍ଜିନିୟରିଂ କରୁଥିବା ବେଳେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ମୁଁ ପ୍ରେମୀ ମୁଁ ପାଗଳରେ ସେ ଅଭିନୟ କରିବାର ପ୍ରଥମ ସୁଯୋଗ ପାଇଥିଲେ ।[୩] ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ଫାଇନାଲରେ ପ‌ହଞ୍ଚିଥିବା ହରିହର ଦାସ ମଧ୍ୟ ଅନୁଭାଙ୍କ ସ‌ହ ସେହି ଚଳଚ୍ଚିତ୍ରରେ ପ୍ରଥମ କରି ନାୟକ ଭାବରେ ଅଭିନୟ କରିଥିଲେ ।[୪] ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର କୌନ୍ କିତ୍‌ନେ ପାନିମେରେ ରାଜକୁମାରୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଏହି ଚଳଚ୍ଚିତ୍ରରେ ମୁକ୍ତିଲାଭ ପରେ ସେ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ୫ ବର୍ଷ ଯାଏଁ କୌଣସି ଚଳଚ୍ଚିତ୍ରରେ ଅଭିନୟ କରିନଥିଲେ । ୨୦୧୬ ମସିହାରେ ଅନୁଭାଙ୍କ ଅଭିନୀତ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୪] ଅଭିନେତା ପୁପିନ୍ଦର ଏବଂ ଲିପ୍ସା ମିଶ୍ରଙ୍କ ଅନୁଭା ସମୟ ବଡ଼ ବଳବାନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୫][୬] ଅଭିନେତା ବାବୁଶାନ୍ ଏବଂ ଅନୁ ଚୌଧୁରୀଙ୍କ ସ‌ହ ଅନୁଭାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ସୁଇଟ୍ ହାର୍ଟ ୨୦୧୬ରେ ମୁକ୍ତିଲାଭ କରିଥିଲା । ଅସୀତ ପତିଙ୍କ ପ୍ରଯୋଜିତ କଥାଚିତ୍ର ରିଭେଞ୍ଜରେ ଅନୁଭା ନାୟକ ଅଭିଶେକ ରଥଙ୍କ ଅଭିନୟ କରିଥିଲେ ।[୭][୮]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମୁଁ ପ୍ରେମୀ ମୁଁ ପାଗଳ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ କୌନ୍ କିତ୍‌ନେ ପାନିମେ ରାଜକୁମାରୀ ପ୍ରଥମ ହିନ୍ଦୀ କଥାଚିତ୍ର
୨୦୧୬ ସମୟ ବଡ଼ ବଳବାନ
ସୁଇଟ୍ ହାର୍ଟ
ରିଭେଞ୍ଜ
ବଜରଙ୍ଗୀ [୯]
୨୦୧୮ ସାଥୀ ତୁ ଫେରିଆ
୨୦୨୦ ମୁଁ ପରଦେଶୀ ଚଢ଼େଇ

ଦୂରଦର୍ଶନ ସମ୍ପାଦନା

ଅନୁଭା ସାର୍ଥକ ଟିଭିଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରଜ କୁଇନ୍‌ର ୨୦୧୬ ସଂସ୍କରଣରେ ଜଣେ ଉପଦେଷ୍ଟା ଭାବରେ ଜିନା ସାମଲ, ପ୍ରିୟା ଚୌଧୁରୀ ଏବଂ ପ୍ରକୃତି ମିଶ୍ର ସ‌ହ କାର୍ଯ୍ୟ କରିଥିଲେ ।

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

  • ୨୦୧୧- ତରଙ୍ଗ ସିନେ ଆୱାର୍ଡ଼ - ଶ୍ରେଷ୍ଠ ନବାଗତା (ମୁଁ ପ୍ରେମୀ ମୁଁ ପାଗଳ)
  • ୨୦୧୧- ଚିତ୍ରଲିପି ସମ୍ମାନ- ଶ୍ରେଷ୍ଠ ନବାଗତା
  • ୨୦୧୧- ସିନେମା ସଂସାର- ଶ୍ରେଷ୍ଠ ନବାଗତା
  • ୨୦୧୧- ବାଣୀଚିତ୍ର- ଶ୍ରେଷ୍ଠ ନବାଗତା
  • ୨୦୧୩- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ- ଯୁବ ପ୍ରେରଣ ସମ୍ମାନ

ଆଧାର ସମ୍ପାଦନା

  1. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
  2. "New Face to Ollywood- Anubha Sourya Biography". E News ଓଡ଼ିଆ. 6 Septemberr 2016. Retrieved 29 March 2017. {{cite news}}: Check date values in: |date= (help)
  3. "ନିର୍ଦ୍ଦେଶକମାନେ ରିପିଟ୍‌ କରିନାହାନ୍ତି ଏଇ ଓଲିଉଡ ନାୟିକାଙ୍କୁ". sambad.in. 2 September 2017. Archived from the original on 11 September 2017. Retrieved 8 September 2017.
  4. ୪.୦ ୪.୧ "ପାଞ୍ଚବର୍ଷ ପରେ ତିନିଟି ସିନେମାରେ ନଜର ଆସିଛନ୍ତି ଅନୁଭା". ସମ୍ବାଦ. 18 December 2016. Retrieved 1 August 2017.
  5. "Samaya Bada Balaban". Odia Movie Database. Archived from the original on 12 March 2017. Retrieved 1 August 2017.
  6. "ରିଲିଜ୍ ହେଲା 'ସମୟ ବଡ଼ ବଳବାନ'". ସମ୍ବାଦ. 4 March 2016. Retrieved 1 August 2017.
  7. "Anubha Sourya- Established A Career in Odia Film Industry". E News ଓଡ଼ିଆ. 19 December 2016. Retrieved 28 March 2017.
  8. "ଅଭିଷେକଙ୍କ ରିଭେଞ୍ଜ". ସମାଜ (in ଓଡ଼ିଆ). ଭୁବନେଶ୍ୱର. 17 July 2017. p. 8. Archived from the original on 17 July 2016. Retrieved 23 July 2016.{{cite news}}: CS1 maint: unrecognized language (link)
  9. "ଅମ୍ଳାନଙ୍କ ନୂଆ ଅବତାର". ସାମଜ. 29 October 2017. Retrieved 29 October 2017.[permanent dead link]

ଅଧିକ ତ‌ଥ୍ୟ ସମ୍ପାଦନା