ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ ମାସିହାରେରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହୋଇଥିଲା ।[୧]

ଭିତରକନିକା ଜାତୀୟ ଉଦ୍ୟାନ
IUCN Category II (National Park)
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
Map showing the location of ଭିତରକନିକା ଜାତୀୟ ଉଦ୍ୟାନ.
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରକେନ୍ଦ୍ରାପଡ଼ା
ଦିଗବାରେଣି20°45′N 87°0′E / 20.750°N 87.000°E / 20.750; 87.000Coordinates: 20°45′N 87°0′E / 20.750°N 87.000°E / 20.750; 87.000
କ୍ଷେତ୍ରଫଳ୬୭୨ ବର୍ଗ କି.ମି.
ସ୍ଥାପିତ୧୯୭୫
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର

ଅବସ୍ଥିତିସମ୍ପାଦନ କରନ୍ତୁ

କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନ ସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର [୨] ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟଦ୍ୱାରା ପରିବେଷ୍ଟିତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

ଜୈବ ବିବିଧତାସମ୍ପାଦନ କରନ୍ତୁ

ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧିସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ଅଜଗର Indian python, କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।

ଗମନାଗମନସମ୍ପାଦନ କରନ୍ତୁ

ଗାଡି ଓ ନୌକାରେ ରାଜନଗରଠାରୁ ଭିତରକନିକା ଯାଇହୁଏ ।

ଆଖପାଖ ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ

ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଦ୍ୱୀପକାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରିରେ ଥିଲା ।

ଚିତ୍ରପଟ୍ଟସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. http://www.orissalinks.com/orissagrowth/topics/tourism-and-shopping-in-orissa/national-parks-and-sanctuaries
  2. ଭିତରକନିକା.ଇନ