ଗରଦପୁର
ଗରଦପୁର(Garadpur) ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଏକ ଗାଁ ଓ ପଞ୍ଚାୟତ ସମିତି ।
ଗରଦପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କେନ୍ଦ୍ରପଡା (ଲୋକ ସଭା ନିର୍ବାଚନ ମଣ୍ଡଳୀ) |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ପାଟକୁରା |
Area | |
• ସମୁଦାୟ | 3,634 km2 (1,403 sq mi) |
Population (୨୦୧୦) | |
• Total | ୧୫୦୦ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୧୫୩ |
Area code | +୦୬୭୨୭ |
ଯାନବାହାନ ପଞ୍ଚୀକରଣ | OD-29 |
ଭୌଗଳିକ ଅବସ୍ଥିତି ଓ ଜଳବାୟୁ
ସମ୍ପାଦନାଏହି ଗ୍ରାମଟି କଟକସହରଠାରୁ ପ୍ରାୟ ୬୮କି.ମି. ଦୂରରେ ଏବଂ କେନ୍ଦ୍ରାପଡ଼ାସହରଠାରୁ ପ୍ରାୟ ୧୨କି.ମି. ଦୂରରେ ଅବସ୍ଥିତ । ଗରଦପୁର ହେଉଛି ଏକ ଗାଁ ଏବଂ ପଞ୍ଚାୟତସମିତି[୧] ଯେଉଁଥିରେ କଳାବୁଦା,ତଳକୁସୁମା,ବନ୍ତଳା,ପାଖଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ । ଗ୍ରାମଟି ଉପକୂଳବର୍ତୀ ଅଞ୍ଚଳରେ ଥିବାରୁ ମଧ୍ୟମ ଧରଣର ଜଳବାୟୁ ଅନୁଭୁତ ହୁଏ ।
ଦେବଦେବୀ ଓ ମନ୍ଦିର
ସମ୍ପାଦନାଗାଁର ମଧ୍ୟ ଭାଗରେ ଏକ ଶିବ ମନ୍ଦିର ଅଛି ଯାହା କି ଗ୍ରାମର ଏକ ମୁଖ୍ୟ ମନ୍ଦିର ଏବଂ ଆରାଧନା ସ୍ଥଳ । ଏହା ବ୍ୟତିତ ଏଠାରେ ଜଗନ୍ନାଥ ମନ୍ଦିର ମନ୍ଦିରଟିଏ ମଧ୍ୟ ଅଛି ।
ପର୍ବ ପର୍ବାଣି
ସମ୍ପାଦନାଏହି ଗ୍ରାମରେ ପ୍ରାୟତଃ ସବୁ ପର୍ବ ପର୍ବାଣି ପାଳନ କରାଯାଏ । ଦଶହରା, ରଥଯାତ୍ରା ମୁଖ୍ୟ ପର୍ବ । ଏହି ପର୍ବ ଗୁଡିକରେ ଗାଁକୁ ବହୁ ଦୂରରୁ ଲୋକମାନେ ଆସନ୍ତି ଏବଂ ଗ୍ରାମର ଲୋକମାନଙ୍କ ସହ ମିଶି ପାଳନ କରନ୍ତି । ଏହାଛଡା ଗ୍ରାମରେ ଜାଗର ଓଷା, କାର୍ତିକ ପୁର୍ଣିମା ଏବଂ ଅନ୍ୟାନ୍ୟ ସମସ୍ତ ପର୍ବ ପାଳନ କରାଯାଏ ।
ସୁବିଧା ସୁଯୋଗ
ସମ୍ପାଦନାଏହି ଗ୍ରାମରେ ପ୍ରାଥମିକ, ମାଧ୍ୟମିକ ସହ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ବ୍ୟବସ୍ଥା ଅଛି । ଚିକିତ୍ସାଳୟ, ଡାକ ଓ ତାରର ମଧ୍ୟ ସୁବିଧା ଅଛି । ଗ୍ରାମର ଯୁବକ ସଂଘ ଅଛି । ଗ୍ରାମରେ ପକ୍କା ରାସ୍ତା ଅଛି ।