କୁମ୍ଭେଶ୍ୱର ମନ୍ଦିର
କୁମ୍ଭେଶ୍ୱର ମନ୍ଦିର (ନେପାଳୀ: कुम्भेश्वर मन्दिर) ପଟନ ଦରବାର ଛକର (Patan Durbar Square) ୨୦୦ ମିଟର ଉତ୍ତରକୁ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଚଉଦ’ଶ ଶତାବ୍ଦୀରେ (ପ୍ରାୟ ୧୩୯୨) ରାଜା ଜୟସ୍ଥିତି ମଲ୍ଲ ନିର୍ମାଣ କରେଇଥିବା ଏହି ମନ୍ଦିର ପଟନର (Patan|) ସବୁଠାରୁ ପୁରୁଣା ମନ୍ଦିର । ଏହା ଦୁଇଟି ୫ ମହଲା ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ, ଅନ୍ୟଟି ଭକ୍ତପୁରର ନ୍ୟାଟାପୋଲା ମନ୍ଦିର । ସୁନ୍ଦର ଅନୁପାତ ଓ କାଷ୍ଠକଳା ସମ୍ପନ୍ନ ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଯେହେତୁ ନନ୍ଦୀ ପ୍ରତିମୂର୍ତ୍ତି ମନ୍ଦିରକୁ ମୁଖ କରି ରହିଛି ।[୧]
କୁମ୍ଭେଶ୍ୱର ମନ୍ଦିର | |
---|---|
कुम्भेश्वर मन्दिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Lalitpur |
ଦେବାଦେବୀ | Shiva |
Festivals | Janai Purnima, Shivaratri, Teej, Bala Chaturdashi etc. |
Location | |
ସ୍ଥାନ | Kathmandu |
State | Bagmati |
Country | Nepal |
ଭୌଗଳିକ ଅବସ୍ଥିତି | 27°40′36″N 85°19′33″E / 27.67667°N 85.32583°E |
Architecture | |
Type | Pagoda |
King Jayasthiti Malla | |
Completed | 1392 |
Specifications | |
Temple(s) | 3 |
Monument(s) | 5 |
An article related to |
---|
Practices
|
ମନ୍ଦିର ପରିସର
ସମ୍ପାଦନାକୁମ୍ଭେଶ୍ୱର ମନ୍ଦିର ପରିସରରେ ଥିବା ଏକାଧିକ ମନ୍ଦିରମାନଙ୍କ ନାମ ଯଥାକ୍ରମେ ବଗଲାମୁଖୀ ମନ୍ଦିର ଓ ଉଲମାନ୍ତ ଭୈରବ ମନ୍ଦିର ସହିତ ଦୁଇଟି ଛୋଟ ପୁଷ୍କରିଣୀ ଅଛି । ଏକ ଲୋକପ୍ରିୟ ମତ ଅନୁସାରେ ଏହି ପୋଖରୀକୁ କାଠମାଣ୍ଡୁଠାରୁ ୪୩ କିମି ଦୂରରେ ଥିବା ଗୋସେଇଁ କୁଣ୍ଡରୁ ଜଳ ଆସୁଛି । ତେଣୁ ଜନୈ ପୂର୍ଣିମା ଭଳି ଶୁଭ ଦିନରେ ଏଠାରେ ସ୍ନାନ କଲେ ଗୋସେଇଁ କୁଣ୍ଡରେ (Gosainkunda) ସ୍ନାନ କରିବା ସହ ସମାନ ମାନ୍ୟତା ଦିଆଯାଏ ।[୨]
କୁମ୍ଭେଶ୍ୱର ମନ୍ଦିର ସମ୍ମୁଖରେ ଶିବଙ୍କ ବାହନ ନନ୍ଦୀ ଆଣ୍ଠେଇ ରହିଛି । ସୁଉଚ୍ଚ ଛାତ ସ୍ତର ପାଞ୍ଚ ମହଲା ଉପରେ ପଡ଼ିବା ଭଳି ମନେହୁଏ ।
କୁମ୍ଭେଶ୍ୱରରୁ ଲଲିତପୁର ନାମକରଣ ରହସ୍ୟ
ସମ୍ପାଦନାପତନ ନାମକରଣ ବିଷୟରେ ଦୁଇଟି କାହାଣୀ ଅଛି । କାଠମାଣ୍ଡୁରୁ କୁଷ୍ଠ ରୋଗଗ୍ରସ୍ତ ଜଣେ କୃଷକ ଏହି ସ୍ଥାନକୁ ଆସିଥିଲେ ତାଙ୍କର ଗାଈମାନଙ୍କୁ ଭଲ ଘାସ ଦେବାକୁ ଯାହା ଏଠାରେ ପ୍ରଚୁର ମିଳୁଥିଲା । ଦିନେ ଠେଙ୍ଗକୁ ଭୂମିରେ ପିଟିଲା ବେଳେ ଗୋଟିଏ ଜଳ ଉତ୍ସ ଦେଖିଲେ । ସେହି ସନ୍ଧ୍ୟାରେ ସେ ଯାଉ ଯାଉ ରାଜା ଆସୁଥିବା ଦେଖିଲେ । କୁଷ୍ଠ ରୋଗୀଙ୍କ ପାଇଁ ସେତେବେଳର ପ୍ରଥା ଅନୁସାରେ ନିଜେ ରାସ୍ତାରୁ ଦୂରକୁ ଯାଇ ରାଜାକୁ ବାଟ ଛାଡ଼ିଦେଲେ । ରାଜା କିନ୍ତୁ ତାଙ୍କ ଦେହରେ ରୋଗର କୌଣସି ଲକ୍ଷଣ ନ ଥିବା ଦେଖି ତାଙ୍କୁ ଲଲିତ ନାମ ଦେଲେ, କାରଣ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କୃଷକଠାରୁ ସମସ୍ତ ବୃତ୍ତାନ୍ତ ଶ୍ରବଣ କରି ସେ ଉକ୍ତ ସ୍ଥାନକୁ ଲଲିତପୁର ନାମକରଣ କରିଥିଲେ । ଅନ୍ୟ ଏକ କାହାଣୀ ଅନୁସାର ଜଣେ ବ୍ୟକ୍ତି ତାର ଏକ କୁମ୍ଭ ହଜେଇ ଦେଇଥିଲା ଓ ପରେ କୁମ୍ଭେଶ୍ୱରରେ ତାହାକୁ ପାଇଲା ।[୩]
କାହାଣୀର ସତ୍ୟତା ଅଜଣା ଥିଲେ ମଧ୍ୟ ତାହା ଆଲୋଚନା ସାପେକ୍ଷ । ହିମାଳୟରୁ ଏକ ଜଳ ଉତ୍ସ ଏଠାକୁ ଆସି ଗୋସେଇଁକୁଣ୍ଡ ହୋଇଛି । ସେଥିଯୋଗୁ ମଧ୍ୟ ଏହାର ନାମକରଣ ହୋଇଥାଇପାରେ ।
ଗ୍ୟାଲେରି
ସମ୍ପାଦନାବଗଳାମୁଖୀ ମନ୍ଦିର ପ୍ରାଙ୍ଗଣରେ ଥିବା ଚିତ୍ର ସମୂହ
-
ପାଗୋଡ଼ା ଶୈଳୀରେନିର୍ମିତ ପାଞ୍ଚ ମହଲା ବିଶିଷ୍ଟ କୁମ୍ଭେଶ୍ୱର ମନ୍ଦିର
-
କୁମ୍ଭେଶ୍ୱର ପୋଖରୀ ସହିତ ସତ୍ତାଳ, ମିଶା ହିଟି, କୋଣ୍ଟି ହିଟି
-
ମୁଖ୍ୟ ପ୍ରବେଶ ଦ୍ୱାର ସତ୍ତାଳ
-
ମୁଖ୍ୟ ପ୍ରବେଶ ଦ୍ୱାର ସତ୍ତାଳ
-
ବଗଳାମୁଖୀ ମନ୍ଦିର ପ୍ରାଙ୍ଗଣ
ଆଧାର
ସମ୍ପାଦନା- ↑ "Kumbheshwor Temple, Kathmandu - Patan". Radha.name. Retrieved 2016-12-31.
- ↑ Water Conduits in the Kathmandu Valley (2 vols.) by Raimund O.A. Becker-Ritterspach, ISBN 9788121506908, Published by Munshiram Manoharlal Publishers Pvt. Ltd., New Delhi, India, 1995
- ↑ "Kumbeshwar Temple Complex in Patan City". Thelongestwayhome.com. 2016-06-20. Retrieved 2016-12-31.