ପ୍ରିୟା ଚୌଧୁରୀ
ପ୍ରିୟା ଚୌଧୁରୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ପ୍ରିୟଦର୍ଶିନୀ ଚୌଧୁରୀ ।
ପ୍ରିୟା ଚୌଧୁରୀ | |
---|---|
ଜାତୀୟତା | ![]() |
ଜୀବିକା | କଥାଚିତ୍ର ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୮-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
୨୫ ନଭେମ୍ବର ୧୯୮୯ ମସିହାରେ ପ୍ରିୟାଙ୍କର ଜନ୍ମ । ପ୍ରିୟାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର । ପ୍ରିୟାଙ୍କ ବାପା ସରକାରୀ ଚାକିରି କରିଛନ୍ତି । ୨୦୧୩ ମସିହାରେ ହାଇଦ୍ରାବାଦର ସଫଟ୍ଓ୍ବେୟାର୍ ଡେଭଲପରଙ୍କୁ ସେ ବିବାହ କରିଛନ୍ତି ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଗ୍ରାଜୁଏସନ୍ ପାସ୍ କରିଛନ୍ତି । ପ୍ରିୟା ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେକ୍ସପିୟରଙ୍କ ଉପନ୍ୟାସ ପଢ଼ିବାକୁ ତାଙ୍କୁ ବହୁତ ଭଲ ଲାଗେ । କୁର୍ତ୍ତା- ପାଇଜାମା ପୋଷାକ ତାଙ୍କର ପ୍ରଥମ ପସନ୍ଦ । ପ୍ରିୟା "ଏନ୍ଡ଼ି ଟିଭି"ରେ ନିୟୁଜ ରିଡର୍ ତଥା ଏକ "ପ୍ଲେ ସ୍କୁଲ୍" ଖୋଲିବା ତାଙ୍କର ବହୁତ ଇଚ୍ଛା।
ଅଭିନୟ ଜୀବନ:ସମ୍ପାଦନ କରନ୍ତୁ
ପ୍ରିୟା ୨୦୦୮ ମସିହାରେ ଅଭିନୟ ଦୁନିଅକୁ ପ୍ରବେଶ କରିଥିଲେ। "ଡ୍ରିମ୍ ଗାର୍ଲ" ହେଉଛି ପ୍ରିୟାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ।[୩] ଏହି ଚଳଚ୍ଚିତ୍ରରେ ସେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ଏହା ପରେ ପରେ ସେ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତିି ।
ଅଭିନୟ କରିବା ପୂର୍ବରୁ ସେ ଉପସ୍ଥାପିକା ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। "ସଂଗୀତ ସୁରଭି", "ମିତଟିଏ ଗୀତଟିଏ" ଏବଂ "ଆପଣଙ୍କ ପସନ୍ଦ", "ହିପ୍ ହିପ୍ ହୁରେ" ଏବଂ "ପଲିଟିକାଲ୍ ସର୍କସ" ପରି ଅନେକ କାର୍ଯ୍ୟକ୍ରମରେ ଆଙ୍କରିଂ କରିଛନ୍ତି। ଦୂରଦର୍ଶନ ଓଡ଼ିଆରେ ପ୍ରସାରିତ ହୋଇଥିବା "ଶୁଭ ସକାଳ" କାର୍ଯ୍ୟକ୍ରମରେ ସେ ପୁପିନ୍ଦରଙ୍କ ସହ ଆଙ୍କରିଂ କରିଛନ୍ତି । "ଅଲ ଇଣ୍ଡିଆ" ରେଡିଓରେ ମଧ୍ୟ ଉପସ୍ଥାପିକା ଭାବେ କାମ କରିଛନ୍ତି ।
ବିବାହ ପରେ ପ୍ରିୟା କୌଣସି ଫିଲ୍ମରେ ନଜର ଆସି ନ ଥିଲେ ମଧ୍ୟ ରିୟଲିଟି ସୋରେ ତାଙ୍କୁ ଜଜ୍ ହିସାବରେ ଦେଖିବାକୁ ମିଳିଥିଲା । ସାର୍ଥକ ଟିଭିର "ରଜ କୁଇନ୍" ଏବଂ ତରଙ୍ଗ ଟିଭିର "କିଏ ହେବ ମୋ ହିରୋଇନ୍"ରେ ଜଜ୍ ଭାବେ ନଜର ଆସିଥିଲେ ଏହା ବ୍ୟତୀତ ସାର୍ଥକରେ ପ୍ରସାରିତ ହୋଇଥିବା ଭାଗ୍ୟ ବଦଳିବ ପୁଣି ଥରେ ସୋରେ ଆଙ୍କରିଂ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର[୪]ସମ୍ପାଦନ କରନ୍ତୁ
- ଡ୍ରିମ୍ ଗାର୍ଲ (୨୦୦୮)
- ଅଭିମନ୍ୟୁ (୨୦୦୯)
- ମେଘ ସବାରିରେ ଆସିବ ଫେରି (୨୦୧୦)
- ଦିଲ୍ ତୋତେ ଦେଇଚି (୨୦୧୦)
- ଆଲୋ ମୋର କଣ୍ଢେଇ (୨୦୧୦)
- ବାଇଶି ପାହାଚେ ଖେଳିବ ମୀନ (୨୦୧୧)
- ହିରୋ (୨୦୧୧)
- ଚାନ୍ଦିନୀ ଆଇ ମିସ୍ ୟୁ (୨୦୧୧)
- ଦୋସ୍ତି (୨୦୧୧)
- ଗୁଡ୍ ବୟ (୨୦୧୨)
- ପାରିବେନି କେହି ଅଲଗା କରି (୨୦୧୩)
- ରୁମ୍କୁ ଝୁମାନା (୨୦୧୩)
- ମିତ ବସିଛି ମୁଁ ଭୂତ ସାଥିରେ (୨୦୧୩)[୫]
- ଲାଗେ ପ୍ରେମ ନଜର (୨୦୨୨)
ଉପସ୍ଥାପିକାସମ୍ପାଦନ କରନ୍ତୁ
- ଅଲ୍ ଇଣ୍ଡିଅା ରେଡିଓ
- ସଂଗୀତ ସୁରଭି (ଈ ଟିଭି)
- ମିତଟିଏ ଗୀତଟିଏ ( ଈ ଟିଭି)
- ଅାପଣଙ୍କ ପସନ୍ଦ (ଈ ଟିଭି)
- ହିପ୍ ହିପ୍ ହୁରେ (ଓ ଟିଭି)
- ପଲିଟିକାଲ୍ ସର୍କସ (ଓ ଟିଭି)
- ଶୁଭ ସକାଳ (ଡିଡି ଓଡ଼ିଆ)
- ଭାଗ୍ୟ ବଦଳିବ ପୁଣି ଥରେ (ସାର୍ଥକ ଟିଭି)
କାର୍ଯ୍ୟକ୍ରମସମ୍ପାଦନ କରନ୍ତୁ
- ରଜ କୁଇନ୍ ( ସାଥ'କ ଟିଭି - ୨୦୧୬)
- କିଏ ହେବ ମୋ ହିରୋଇନ୍ (ତରଙ୍ଗ - ୨୦୧୪)
ପୁରସ୍କାରସମ୍ପାଦନ କରନ୍ତୁ
- ମେଘ ସବାରିରେ ଅାସିବ ଫେରି (ଶ୍ରେଷ୍ଠ ଅଭିନେତ୍ରୀ)- ଈ-ଟିଭି ଓଡ଼ିଆ ଫିଲ୍ମ୍ ଅାଓ୍ବାର୍ଡସ୍- ୨୦୧୧
ଆଧାରସମ୍ପାଦନ କରନ୍ତୁ
- ↑ https://www.telegraphindia.com/1111127/jsp/odisha/story_14804613.jsp
- ↑ http://sambad.in/entertainment/priyaodia-movies-4631/
- ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
- ↑ http://www.odiainfo.in/2016/04/priya-choudhury-ollywood-actress-full.html
- ↑ http://sambad.in/story/priyareturns-60443/
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ପ୍ରିୟା ଚୌଧୁରୀ (ଇଣ୍ଟରନେଟ ମୁଭି ଡାଟାବେସରେ)