ମୁଁ ପରଦେଶୀ ଚଢ଼େଇ

୨୦୨୦ର ଓଡ଼ିଆ କଥାଚିତ୍ର

ମୁଁ ପରଦେଶୀ ଚଢ଼େଇ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ । ସନ୍ତୋଷ ନାରାୟଣ ଦାସ ଓ ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ମୁଁ ପରଦେଶୀ ଚଢ଼େଇ
ନିର୍ଦ୍ଦେଶକକେ. ମୂରଲୀ କ୍ରିଷ୍ଣା
ପ୍ରଯୋଜକଆଦିକନ୍ଦ ସାହୁ
ସଂଳାପସନ୍ତୋଷ ନାରାୟଣ ଦାସ
ଦେବୀଦତ୍ତ ମହାନ୍ତି
କଳାକାରଅର୍ଦ୍ଧେନ୍ଦୁ ସାହୁ
ଅନୁଭା ସୌର୍ଯ୍ୟା
ମିହିର ଦାସ
ପୁଷ୍ପା ପଣ୍ଡା
ପୃଥ୍ୱୀରାଜ ନାୟକ
ପିଣ୍ଟୁ ନନ୍ଦ
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ସାହୁ ଏବଂ ଅନୁଭା ସୌର୍ଯ୍ୟା ।[୨] ମିହିର ଦାସ, ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ପିଣ୍ଟୁ ନନ୍ଦ ଭଳି ଅଭିନେତାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ତପୁ ନାୟକ ଏବଂ ନିଜାମ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏହି କଥାଚିତ୍ରଟି ଶୀର୍ଷକ ଲୋକପ୍ରିୟା ଓଡ଼ିଆ ଗୀତ ମୁଁ ପରଦେଶୀ ଚଢ଼େଇ ଉପରେ ଆଧାରିତ, ତେଣୁ ଏହି ଗୀତଟିକୁ ପୁଣିଥରେ ପୁରୁଣା ଗାୟକ ଉଦିତ ନାରାୟଣଙ୍କଦ୍ୱାରା ଗାନ କରାଯାଇଥିଲା । ଶାନ୍, ହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ ଭଳି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଦିଲ୍ ତଡ଼ପ୍ ତଡ଼ପ୍"ତପୁ ନାୟକଶାନ୍, ଅସୀମା ପଣ୍ଡା 
2."ମନ ତୁ ଫେରିଆ"ତପୁ ନାୟକହ୍ୟୁମାନ ସାଗର 
3."ସବ୍‌ନାମୀ ଓଠ କୁ"ତପୁ ନାୟକସ୍ୱୟମ୍ ପ୍ରଭାସ ପାଢ଼ୀ, ଦୀପ୍ତିରେଖା ପାଢ଼ୀ 
4."ତୋଫା ଚାନ୍ଦିନୀରେ"ତପୁ ନାୟକହ୍ୟୁମାନ ସାଗର, ଅସୀମା ପଣ୍ଡା 
5."ମୁଁ ପରଦେଶୀ ଚଢ଼େଇ"ନିଜାମଉଦିତ ନାରାୟଣ 

ଆଧାର ସମ୍ପାଦନା

  1. "ଆଜି ମୁକ୍ତିଲାଭ କରୁଛି 'ମୁଁ ପରଦେଶୀ ଚଢ଼େଇ' - Sambad". Dailyhunt (in ଇଂରାଜୀ). ସମ୍ବାଦ. Retrieved 13 January 2020.
  2. ୨.୦ ୨.୧ ୨.୨ "ଜାନୁଆରି୧୦ରେ ପରଦାକୁ ଆସିବ 'ମୁଁ ପରଦେଶୀ ଚଢ଼େଇ' | Sambad". sambad.in. ସମ୍ବାଦ. 12 December 2019. Retrieved 13 January 2020.
  3. "ମୁଁ ପରଦେଶୀ ଚଢ଼େଇ - Dharitri". Dailyhunt (in ଇଂରାଜୀ). ଧରିତ୍ରୀ. 2 January 2020. Retrieved 13 January 2020.
  4. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  5. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  6. "ଅସୀତା ଯାହା ଚାହୁଁଥିଲେ". ଧରିତ୍ରୀ. 26 November 2020. Archived from the original on 20 January 2021. Retrieved 20 January 2021.

ବାହାର ଆଧାର ସମ୍ପାଦନା