ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବି.ପି.ଇଉ.ଟି.), ରାଉରକେଲା ସହରରେ ଅବସ୍ଥିତ ଏକ ବୈଷୟିକ ଶିକ୍ଷା ବିଶ୍ୱବିଦ୍ୟାଳୟ । ଓଡ଼ିଶା ବିଧାନ ସଭାରେ ଗୃହିତ ବି.ପି.ୟୁ.ଟି ଅଧିନିୟମ-୨୦୦୨ (ନଭେମ୍ବର ୨୦୦୨)ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହା ପୂର୍ବରୁ ଓଡ଼ିଶାରେ ଥିବା ବିଭିନ୍ନ ବୈଷୟିକ ମହାବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିଲା, ତେଣୁ ପରୀକ୍ଷା ପରିଚାଳନା ତଥା ସାଧାରଣ ଶିକ୍ଷା କ୍ଷେତ୍ରରେ କିଛି ବୈଷମ୍ୟତା ଅନୁଭବ କରାଯାଉଥିଲା। ଏହି ଅସୁବିଧାକୁ ଦୂର କରିବାକୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟ ଅଧୀନକୁ ସାରା ଓଡ଼ିଶାର ଯାନ୍ତ୍ରିକ (ଇଞ୍ଜିନିୟରିଂ), ସ୍ଥାପତ୍ୟ (ଆର୍କିଟେକ୍ଚର), ପ୍ରବନ୍ଧ (ମାନେଜମେଣ୍ଟ), ଫାର୍ମସି ଓ କମ୍ପ୍ୟୁଟର ପ୍ରୟୋଗ (ଏମ.ସି.ଏ.) ମହାବିଦ୍ୟାଳୟଗୁଡ଼ିକ ଅଣାଯାଇଥିଲା । ଆଜି ଏହି ବିଶ୍ୱବିଦ୍ୟାଳୟରେ ୧୫୬ଟି ମହାବିଦ୍ୟାଳୟ, ଉଭୟ ଅଧିନସ୍ଥ/ଘଟକ ଓ ଅନୁବନ୍ଧିତ, ଅଛନ୍ତି ଏବଂ ଏଠାରେ ପାଖାପାଖି ୧,୨୦,୦୦୦ ଛାତ୍ର ଅଧ୍ୟୟନ କରନ୍ତି ।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (BPUT), ରାଉରକେଲା, ଓଡ଼ିଶା | |
---|---|
![]() | |
ଲକ୍ଷ୍ୟ | ଯୋଗଃ କର୍ମସୁ କୌଶଳମ ([Yoga Karmasu Kaushālam] Error: {{Lang}}: text has italic markup (help)) |
ଲକ୍ଷ୍ୟ (ଇଂରାଜୀରେ) | Excellence in Action is Yoga |
ପ୍ରତିଷ୍ଠା | ୨୧ ନଭେମ୍ବର ୨୦୦୨ |
ପ୍ରକାର | ସାର୍ବଜନିକ |
କୁଳାଧିପତି | ଏସ. ସି. ଜମିର |
କୁଳପତି | ପ୍ରଫେସର ଡ. ଶ୍ୟାମସୁନ୍ଦର ପଟ୍ଟନାୟକ |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୩,୬୦୪ (୨୦୧୦) |
ଛାତ୍ର ଛାତ୍ରୀ ସଂଖ୍ୟା | ୨୭,୪୭୬ (୨୦୧୦) |
ତଳସ୍ନାତକ | ୨୧,୬୦୩ (୨୦୧୦) |
ସ୍ନାତକୋତ୍ତର | ୩,୬୭୦ (୨୦୧୦) |
ଗବେଷକ ଛାତ୍ର | ୯୦ |
ଅବସ୍ଥାନ | ଛେଣ୍ଡ କଲୋନି, ରାଉରକେଲା, ଓଡ଼ିଶା, ଭାରତ 22°14′08″N 84°49′36″E / 22.23564°N 84.826598°E |
ପରିସର | ନଗର |
ଛାତ୍ର ସଙ୍ଘ | BSA BSU AOBSA |
Colours | ନାଲି, କଳା, ଧଳା |
ଅନୁବନ୍ଧନ | ଇଉ.ଜି.ସି., ଅଖିଳ ଭାରତୀୟ ବୈଷୟିକ ଶିକ୍ଷା କାଉନସିଲ |
ୱେବସାଇଟ | www.bput.ac.in www.bput.org |
ବି.ପି.ୟୁ.ଟି ଅଧୀନରେ ଥିବା ରାଜ୍ୟ ସରକାରଙ୍କ ସରକାରୀ ମହାବିଦ୍ୟାଳୟ ଗୁଡ଼ିକ ଏହାର ଘଟକ (constituent) ବିଦ୍ୟାଳୟ ଓ ବାକି ସମସ୍ତ ଘରୋଇ ମହାବିଦ୍ୟାଳୟ ଗୁଡ଼ିକ ଅନୁବନ୍ଧିତ (affiliated) ବିଦ୍ୟାଳୟ ଭାବେ କାର୍ଯ୍ୟ କରିଥାନ୍ତି ।
ପରିଚାଳନା ବିଭାଗସମ୍ପାଦନ କରନ୍ତୁ
ଅବସ୍ଥିତିସମ୍ପାଦନ କରନ୍ତୁ
ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକସମ୍ପାଦନ କରନ୍ତୁ
ପାଠ୍ୟକ୍ରମସମ୍ପାଦନ କରନ୍ତୁ
ଅଧିକ ଦେଖନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |