ମୀମାଂସା

୨୦୧୬ର ଓଡ଼ିଆ କଥାଚିତ୍ର

ମୀମାଂସା ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପ୍ରଦୀପ ଦାଶଙ୍କ ସମନାମବିଶିଷ୍ଟ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଚକ୍ରଧର ସାହୁ ।[୧] ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଲିପି । ତାଙ୍କ ସ‌ହ ହର ରଥ, ମୀନକେତନ, ମନୋଜ ପଟ୍ଟନାୟକ, ସୁରେଶ ବଳ ପ୍ରମୁଖ ଅଭିନୟ କରିଥିଲେ । [୨]

ମୀମାଂସା
ନିର୍ଦ୍ଦେଶକଚକ୍ରଧର ସାହୁ
ପ୍ରଯୋଜକସୌମ୍ୟ ରଞ୍ଜନ ପଟ୍ଟନାୟକ
ସଂଳାପପ୍ରଦୀପ ଦାଶ
ଚିତ୍ରନାଟ୍ୟସୂତନୁ ଗୁପ୍ତା
କଳାକାରଲିପି
ହର ରଥ
ମୀନକେତନ
ମନୋଜ ପଟ୍ଟନାୟକ
ସୁରେଶ ବଳ
ଅଶୋକ ଦାସ
ସଙ୍ଗୀତରତନେସ୍ ଭଗତ୍
ଚିତ୍ରଗ୍ରହଣପ୍ରଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୫ ଅଗଷ୍ଟ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

"ମଣିଷ‌ପଣିଆ, ମାନବିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ହିଁ ଥିଲା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଉପଜୀବ୍ୟ ।" ସାମାନ୍ୟ ଟଙ୍କା କେଇଟା ପାଇଁ ମଣିଷମାନେ କେଉଁଭଳି ଭାବରେ ହଠାତ୍ ବଦଳିଯାଆନ୍ତି ତାହା ଦୃଶ୍ୟାୟନ ହୋଇଥିଲା ଏହି ଚଳଚ୍ଚିତ୍ରରେ ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୋଟିଏ ମସ୍ୟଜୀବିର ନିଖୋଜ ହେବା ଏବଂ ଏହାକୁ ନେଇ ତା'ର ସମ୍ପର୍କୀୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଥାକୁ ନେଇ ନିର୍ମାଣ ହୋଇଥିଲା ଏହି ଚଳଚ୍ଚିତ୍ରଟି ।

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମୁମ୍ବାଇର ସଙ୍ଗୀତ ନିର୍ଦ୍ଦେଶକ ରତନେସ୍ ଭଗତ୍ ।[୪] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ନିଜାମ, ଜିତେନ୍ଦ୍ର ପ୍ରଧାନ ଏବଂ ମୋହିତ ଚକ୍ରବର୍ତ୍ତୀ । ମହାଲକ୍ଷ୍ମୀ ଅୟର୍, ସଂଗ୍ରାମ ମହାନ୍ତି ଏବଂ ଅମନ ତ୍ରୀଖା ପ୍ରମୁଖ କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ଧିମା ଧିମା ପ୍ରେମରେ" 
2."ସବୁ ଦିଶେ ଯୋଡ଼ି ଯୋଡ଼ି ଗୋରୀ ଦିଶେ କାଳି" 
3."ଆରେ ସାଥି ଆ" 
4."ଢେଉ ଫେରେ କୂଳେ" 

ଆଧାରସମ୍ପାଦନ କରନ୍ତୁ

  1. "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.
  2. "ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Retrieved 1 March 2017.
  3. Naik, Deeptiprava (1 August 2016). "Audio of Odia movie Mimansa released". Latest Odisha News. Retrieved 1 March 2017.
  4. "ODIA NEW UPCOMING MOVIE – MIMANSA". ମୋ ଓଡ଼ିଶା. Retrieved 1 March 2017.
  5. "Audio release of new Odia film Mimansa". Odisha Sun Times. 1 August 2016. Retrieved 1 March 2017.

ବାହାର ଆଧାରସମ୍ପାଦନ କରନ୍ତୁ