ଭାଇନା, କ'ଣ କଲା ସେ

୨୦୧୬ର ଓଡ଼ିଆ କଥାଚିତ୍ର

ଭାଇନା, କ'ଣ କଲା ସେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା ।[୨] ଏଥିରେ ହାସ୍ୟ ଅଭିନେତା ବାଳକୃଷ୍ଣ, ପପୁ ପମ ପମଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୩] ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ଏକ୍ସକ୍ୟୁଜ ମି କ'ଣ କଲା ସେ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକ‌କୁ ବଦଳାଇ ଭାଇନା, କ'ଣ କଲା ସେ କରାଯାଇଥିଲା ।[୪]

ଭାଇନା, କ'ଣ କଲା ସେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଉତ୍ତମ ମହାନ୍ତି
କୁନା ତ୍ରିପାଠୀ
ଚନ୍ଦନ କର
ବାଳକୃଷ୍ଣ ନାୟକ
ତମନ୍ନା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକରଞ୍ଜନ ଖଟେଇ
ବିତରକତରଙ୍ଗ ସିନେ ପ୍ରଡ଼କ୍ସନ[୧]
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାଳକୃଷ୍ଣ ନାୟକ ଏବଂ ତମନ୍ନା ।[୫][୬] କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

କଳାକାରଟିଏ ଅଭିନୟ ଦୁନିଆର ଶୀର୍ଷକୁ ଛୁଇଁବା ପାଇଁ କେଉଁଭଳି ସଂଘର୍ଷ କରେ ଏବଂ ଶୀର୍ଷରେ ପ‌ହଞ୍ଚିବା ପାଇଁ ପରେ କିପରି ବିବାଦରେ ଛନ୍ଦି ହେଇଯାଉଛି । ସେହି ବିଷୟରେ ନିର୍ମାଣ ହୋଇଛି ଏକ ଚଳଚ୍ଚିତ୍ରଟି ।[୯]

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ ଓ ଦେବୀଦତ୍ତ ମହାନ୍ତି ପ୍ରମୁଖ ଗୀତିକାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, ଦୀପ୍ତିରେଖା ପାଢ଼ୀ ଏବଂ ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତଗାୟକସମୟ
1."ଏକ୍ସକ୍ୟୁଜ ମି କ'ଣ କଲା ସେ"  
2."ଆ କରିବା ଠିଆ ପାଲା"ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ[୧୦] 
3."ABCDEFGHI ତୁ ମୋ ବୟଫ୍ରେଣ୍ଡ"  
4."ଚାଲ କରିବା ଠିଆ ପାଲା"  

ମନ୍ତବ୍ୟ ସମ୍ପାଦନ କରନ୍ତୁ

ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ ହେଉଥିବା କଥା ଅନେକ କ‌ହିଥିଲ, ତେଣୁ ଏହାକୁ ପସନ୍ଦ କରି ନ ଥିଲେ । ଏହି ଚଳଚ୍ଚିତ୍ରକୁ ସମାଲୋଚନା କରିବାକୁ ଯାଇ ସେ କ‌ହିଥିଲେ କି, "ଯେଉଁ ଫିଲ୍ମ ୭ଦିନରେ ହୁଏ, ତାକୁ ଫିଲ୍ମ କୁହାଯିବା କଥା ନୁହେଁ ।"[୧୧] ଏପରିକି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ଏହା ବିରୁଦ୍ଧରେ ଅଦାଲତରେ ଆବେଦନ ହୋଇଥିଲା । ଚଳଚ୍ଚିତ୍ରରେ ମାତ୍ରାଧିକ ଅଶ୍ଳୀଳ ଦୃଶ୍ୟ ଓ କାଷ୍ଟିଂ କାଉଚ୍‌ ବିବାଦରେ ଫସିଥିବା ପପୁ ପମ ପମଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଏହା ଆଧାରିତ ହୋଇଥିବାରୁ ପପୁଙ୍କ ବ୍ୟକ୍ତିଗତ ଜୀବନ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରି ଏହାକୁ ମୁକ୍ତିଲାଭ ନ କରିବାକୁ ଅଦାଲତରେ ଆବେଦନ କରିଥିଲେ ସୁଶାନ୍ତ ପଣ୍ଡା । ପରେ ପରେ ପପୁ ପମ ପମ ମଧ୍ୟ ଅଦାଲତରେ ଆବେଦନ କରିଥିଲେ ।[୧୨] ମାତ୍ର ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ପପୁଙ୍କ ଜିବନୀ ଉପରେ ଆଧାରିତ ନୁହେଁ ବୋଲି କ‌ହିଥିଲେ ନାୟକ ବାଳକୃଷ୍ଣ ।[୬]

ଆଧାର ସମ୍ପାଦନ କରନ୍ତୁ

  1. "ପରଦାରେ 'କାଷ୍ଟିଂକାଉଚ୍'". ସମାଜ. 18 September 2016. Retrieved 19 September 2016.
  2. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
  3. "ଓଲିଉଡରେ କାଷ୍ଟିଂକାଉଚ ପଛର ସତ୍ୟକୁ ନେଇ 'ଏକ୍ସକ୍ୟୁଜ ମି କ'ଣ କଲା ସେ' ସିନେମାର ମହୁରତ". Odisha News 360. 4 August 2016. Retrieved 21 August 2016.
  4. ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.
  5. "ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.
  6. ୬.୦ ୬.୧ [kanaknews.com/odia-film-on-papu-pom-pom-kan-kala-se/ "ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ 'କଣ କଲା ସେ'"]. କନ‌କ ନ୍ୟୁଜ. 12 August 2016. Retrieved 18 August 2017. {{cite news}}: Check |url= value (help)
  7. "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
  8. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  9. "କଳାକାରର କାହାଣୀ". ସମାଜ. 4 September 2016. Retrieved 4 September 2016.
  10. "Manoj Mishra, Debashis Starrer Odia Movie 'Tandav' To Release On This Date". Odisha Bytes (in English). Bhubaneswar. 9 March 2021. Archived from the original on 22 December 2021. Retrieved 22 December 2021.{{cite news}}: CS1 maint: unrecognized language (link)
  11. "ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍‌ପମ୍‌". Odisha Reporters. 26 August 2016. Retrieved 16 September 2016.
  12. "ମୁକ୍ତିଲାଭ କରିବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି 'ଭାଇନା, କ'ଣ କଲା ସେ'". ସମ୍ବାଦ. 16 September 2016. Retrieved 4 October 2016.