ତମନ୍ନା ବ୍ୟାସ
ତମନ୍ନା ବ୍ୟାସ (ଜନ୍ମ: ୧୪ ନଭେମ୍ବର ୧୯୯୬) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ସେ ମୁଖ୍ୟତଃ ତମନ୍ନା ନାମରେ ଓଡ଼ିଆ କଥାଚିତ୍ର ଜଗତରେ ଜଣା । ତମନ୍ନା ୨୦୧୬ ମସିହାରେ ଅଭିନେତା ପପୁ ପମ ପମଙ୍କର ବିବାଦ ଉପରେ ନିର୍ମିତ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହି କଥାଚିତ୍ରଟିର ମୁକ୍ତିଲାଭ କରିବା ପୂର୍ବରୁ ତମନ୍ନା ପପୁ ପମ ପମଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଜୋକର୍ରେ ଅଭିନୟ କରିଥିଲେ । ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭ ହୋଇପାରି ନ ଥିଲା । ୨୦୧୮ ମସିହାରେ ମୁମ୍ବାଇରେ ଅନୁଷ୍ଠିତ ସେଣ୍ଟ୍ରଲ ମିସ୍ ଡିଭା ପ୍ରତିଯୋଗୀତାରେ ଲୋକମାନଙ୍କର ପସନ୍ଦରେ ଲୋକପ୍ରିୟ ମଡେଲ ପୁରସ୍କାର ପାଇଥିଲେ ।[୩]
ତମନ୍ନା ବ୍ୟାସ | |
---|---|
![]() ତମନ୍ନା ବ୍ୟାସ | |
ଜନ୍ମ ଓ ଜନ୍ମସ୍ଥାନ | ତମନ୍ନା ବ୍ୟାସ ୧୪ ନଭେମ୍ବର ୧୯୯୬ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୬ରୁ-ଏବେଯାଏଁ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ତମନ୍ନା ମୁଖତଃ ବ୍ରହ୍ମପୁରରେ ବାସ କରନ୍ତି । ସେ ଯୁକ୍ତ ତିନିର ଛାତ୍ରୀ । ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକଲୋଚନକୁ ଆସିଥିଲେ ।[୪] ଅଧୁନା ତମନ୍ନା ସାମ୍ବାଦିକତା ପଢ଼ୁଛନ୍ତି ।[୫]
ଅଭିନୟ ଜୀବନସମ୍ପାଦନ କରନ୍ତୁ
ତମନ୍ନା ସାର୍ଥକ ଟିଭିରେ ପ୍ରସାରତି କାର୍ଯ୍ୟକ୍ରମ ମୁଁ ବି ହିରୋଇନ ହେବିର ୨ୟ ସଂସ୍କରଣରେ ୨ୟ ସ୍ଥାନରେ ରହିଥିଲେ ଏବଂ ୨୦୧୫ର ରଜ କୁଇନ୍ କାର୍ଯ୍ୟକ୍ରମରେ ୩ୟ ସ୍ଥାନରେ ରହିଥିଲେ । ଏହି ସମୟରେ ସେ ଓଡ଼ିଶାରେ ପରିଚିତ ହୋଇଥିଲେ ।[୪]
ତମନ୍ନା ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଭାଇନା, କ'ଣ କଲା ସେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ଏହାପୂର୍ବରୁ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପପୁ ପମ ପମଙ୍କ ସହ ସୁଟିଂ କରିଥିଲେ, ମାତ୍ର ସେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିପାରିନଥିଲା । ଏହାପରେ ୨୦୧୭ରେ ସେ ନିଝୁମ ରାତିର ସାଥୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୭]
୨୦୧୮ ମସିହାରେ ତମନ୍ନା ତେଲୁଗୁ କଥାଚିତ୍ର ଜଗତରେ 'ଶତ୍ରୁ' ନାମକ ଏକ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୮] ତମନ୍ନାଙ୍କର ଦୁଇଟି ଓଡ଼ିଆ କଥାଚିତ୍ର ଲୁଚେଇ ଦେ ମୋତେ ଛାତି ଭିତରେ ଏବଂ ବ୍ଲାକ୍ମେଲ୍[୯][୧୦][୧୧] ମୁକ୍ତିଲାଭ ଅପେକ୍ଷାରେ ଅଛି ।[୧୨]
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୬ | ଭାଇନା, କ'ଣ କଲା ସେ | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୭ | ନିଝୁମ ରାତିର ସାଥୀ | ||
୨୦୧୮ | ବ୍ଲାକ୍ମେଲ୍ | ||
ପ୍ରେମ୍ କୁମାର | |||
ଲୁଚେଇ ଦେ ମୋତେ ଛାତି ଭିତରେ | ମୁକ୍ତିଲାଭ ଅପେକ୍ଷାରେ | ||
ଶତ୍ରୁ | ପ୍ରଥମ ତେଲୁଗୁ ଚଳଚ୍ଚିତ୍ର (ସୁଟିଂ ଚାଲିଛି) |
ୱେବ୍ ସିରିଜ୍ସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୨୦ | ଚୁମ୍ବକ | ତରଙ୍ଗ ପ୍ଲସ୍ରେ ପ୍ରଥମ ୱେବ୍ ସିରିଜ୍ |
ଆଧାରସମ୍ପାଦନ କରନ୍ତୁ
- ↑ "Tamanna Odia Actress Interview About First Break In Ollywood". Incredible Orissa. 23 September 2016. Retrieved 5 February 2018.
- ↑ "ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.
- ↑ "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018.
- ↑ ୪.୦ ୪.୧ ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.
- ↑ "ତମ୍ନାଙ୍କ ଖୁସି". ସମାଜ (ରବିବାର) (in Odia). ଓଡ଼ିଶା. 9 September 2018. p. 8. Archived from the original on 9 September 2018. Retrieved 9 September 2018.CS1 maint: unrecognized language (link)
- ↑ "ଏହି ଟପ୍ ହିରୋଙ୍କ ସାଥ୍ ପାଇନାହାନ୍ତି ତମନ୍ନା!". sambad.in. 24 April 2018. Retrieved 6 June 2018.
- ↑ "ସବୁଥିରେ ନୂଆ ପାର୍ଟନର ମିଳୁଛନ୍ତି ଏହି ଓଲିଉଡ ନାୟିକାଙ୍କୁ". sambad.in. 20 January 2018. Retrieved 1 February 2018.
- ↑ "ତେଲୁଗୁ ସିନେମାରେ ଓଲିଉଡ଼୍ର ଲୋକପ୍ରିୟ ନାୟିକା ତମନ୍ନା ! ଜାଣନ୍ତୁ ଏ ବିଷୟରେ ସେ କ'ଣ କହୁଛନ୍ତି?". sambad.in. 7 September 2017. Retrieved 8 September 2017.
- ↑ "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
- ↑ "ଡବଲ ଅବତାର". ଧରିତ୍ରୀ. Retrieved 5 February 2018.
- ↑ "'ବ୍ଲାକମେଲ୍'ରେ ତମନ୍ନା". sambad.in. 8 November 2017. Retrieved 5 February 2018.
- ↑ "ଏହି ଓଲିଉଡ଼ ନାୟିକାଙ୍କ ପାଇଁ ଏହା ଭଲ ବର୍ଷ ହୋଇପାରେ !". sambad.in. 2 January 2018. Retrieved 1 February 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ତମନ୍ନା ବ୍ୟାସ (ଇଣ୍ଟରନେଟ ମୁଭି ଡାଟାବେସରେ)