ଆଦରର Dsasanka,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ । |
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! ---Srikant Kedia ୧୮:୩୬, ୧୨ ଅକ୍ଟୋବର ୨୦୧୨ (UTC)
ଭାରି ଜୋରସୋରରେ କାମ ଚାଲିଛି, ଟିକେ ମସଲା ମୁଢ଼ି ଖିଆ ହେଇଯାଉ!ସମ୍ପାଦନ କରନ୍ତୁ
କଣ ଶଶାଙ୍କ ଭାଇ, ଭାରି ଜୋରସୋରରେ ଲେଖା ଲେଖି ଚାଲିଛି? କାମ ସାଙ୍ଗେ ସାଙ୍ଗେ ଟିକେ ମଉଜ ବି ହଉ, ପାଗ ଦେଇଛି, ମସଲା ମୁଢ଼ି ଟିକେ ପାଟିରେ ପକାଅ! କୁଡୁ କୁଡୁ କରୁଥ ଆଉ ଲେଖାଲେଖି ଚଳେଇଥ, କିଛି ଅସୁବିଧା ହେଲେ "ଚାଟସଭା" ରେ ଯାଇ ପଚାରିପାରିବ । ;-)
ଶୁଭକାମନା ସହ ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୨୮, ୧୫ ଅକ୍ଟୋବର ୨୦୧୨ (UTC) |
A barnstar for you!ସମ୍ପାଦନ କରନ୍ତୁ
The Writer's Barnstar | |
ଶଶାଙ୍କ ଭାଇ. ଏ ଅଳ୍ପ ଦିନମଧ୍ୟରେ ଆପଣଙ୍କ ଲେଖିଥିବା ସମସ୍ତ ଧାର୍ମିକ ପ୍ରସଙ୍ଗ ଗୁଡିକ ବହୁତ ସରସ ସୁନ୍ଦର ହେଇଛି । ମୋ ତରଫର ଏ ଛୋଟ * :) Aditya Mahar (ମୋ ଆଲୋଚନା) ୧୨:୦୦, ୨୬ ମଇ ୨୦୧୩ (UTC) |
ଜ୍ଞାନ ଭାଇ ଟିକେ ଦିନେ ଦୁଇଦିନ ଅପେକ୍ଷା କରନ୍ତୁ, କବି ପୀତାମ୍ବରଙ୍କ ବିଷୟରେ ସବିଶେଷ ତଥ୍ୟ ସହିତ ଆଧାର ଦିଆଯିବ ।--Dsasanka (ମୋ ଆଲୋଚନା) ୧୫:୨୪, ୧୭ ଜାନୁଆରୀ ୨୦୧୪ (UTC)
- ଠିକ ଅଛି ଭାଇ ଯଦି ଗୋଟେ ପ୍ରସଙ୍ଗ ଲେଖୁଥାନ୍ତି ତେବେ ସେଥିରେ {ତିଆରି ଚାଲିଛି} ଛାଞ୍ଚଟିକୁ ଦେଇଦିଅନ୍ତୁ ଯାହା ଫଳରେ ତାକୁ ଆଉ କେହି ବଦଳେଇବେ ନାହିଁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୮, ୧୭ ଜାନୁଆରୀ ୨୦୧୪ (UTC)
ଜ୍ଞାନଭାଇ, ଠିକ୍କଥା କହିଛ । ସେଥିପ୍ରତି ମୁଁ ଧ୍ୟାନ ଦେଇନି, ଏହା ବ୍ୟତୀତ ବହୁତକଥା ଭୁଲିଯାଏ ।--Dsasanka (ମୋ ଆଲୋଚନା) ୧୫:୪୦, ୧୯ ଜାନୁଆରୀ ୨୦୧୪ (UTC)
ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଆଦରର Dsasanka,
ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ । |
--ଆଦିତ୍ୟ ମହାର (ମୋ ଆଲୋଚନା) ୧୫:୩୨, ୨୫ ଜାନୁଆରୀ ୨୦୧୪ (UTC)
- ହଁ କେବଳ ଭୁବନେଶ୍ଵରରେ ଯୋଗ ଦେଇପାରିବି । ରହିବା ପାଇଁ ମାଉସୀଙ୍କ ଘର ଅଛି ।--Dsasanka (ମୋ ଆଲୋଚନା) ୧୮:୦୫, ୨୫ ଜାନୁଆରୀ ୨୦୧୪ (UTC)
- ସବୁଆଡେ ଜନ୍ମଦିନ ପାଳନ ହେବ । ନାଲ୍କୋ ଉଇକିଟୁଙ୍ଗି ପ୍ରତି ଏମିତି ବୈମାତୃକ ମନୋଭାବ କାହିଁକି ?--Dsasanka (ମୋ ଆଲୋଚନା) ୧୮:୧୦, ୨୫ ଜାନୁଆରୀ ୨୦୧୪ (UTC)
- ସବୁଆଡେ ଜନ୍ମଦିନ ପାଳନ ହେବ । ନାଲ୍କୋ ଉଇକିଟୁଙ୍ଗି ପ୍ରତି ଏମିତି ବୈମାତୃକ ମନୋଭାବ କାହିଁକି ?--Dsasanka (ମୋ ଆଲୋଚନା) ୦୪:୩୮, ୨୬ ଜାନୁଆରୀ ୨୦୧୪ (UTC)
- ଭାଇ ସବୁଆଡ଼େ ତ ହେଉନି, କେବେ ନାଲକୋରେ ସମସ୍ତେ ମିଶି କରିପାରିବା :-) -- ଅଂଶୁମାନ ତାର ଯୋଡ଼ିବେ? ୦୬:୩୫, ୨୬ ଜାନୁଆରୀ ୨୦୧୪ (UTC)
ନାଲ୍କୋରେ ମିଶିବା ବଡ ଖୁସିର କଥା ହେବ । ଅଧିକରୁ ଅଧିକ ଲୋକ ଉଇକିପିଡିଆ ବିଷୟରେ ଜାଣନ୍ତୁ, ସେଥିପାଇଁ ଏକ କାର୍ଯ୍ୟକ୍ରମ ଏଠାରେ କରାଗଲେ ବହୁତ ଭଲ ହୁଅନ୍ତା । କରଭାଇଙ୍କ ସହିତ ଏବିଷୟରେ କଥା ହେଉଥିଲି, ସେ କହିଲେ ଉତ୍କଳ ଦିବସ ଆମପାଇଁ ଏକ ଶୁଭଦିନ ଅଛି । --Dsasanka (ମୋ ଆଲୋଚନା) ୦୭:୪୯, ୨୬ ଜାନୁଆରୀ ୨୦୧୪ (UTC)
ପ୍ରସଙ୍ଗ ଲେଖା ବାବଦରେସମ୍ପାଦନ କରନ୍ତୁ
ଭାଇ ଆପଣ ପୁରୁଖା ଉଇକିଆଳି ସେଥିପାଇ କହୁଛି ।ଖାଲି ପ୍ରସଙ୍ଗରେ ଛ୍ହବି ଦେଲେ ହେବନି ସେ ବାବଦରେ କିଛି ଲେଖିବା ଆବଷ୍ୟକ ବିନା ଅଧାରରେ ଥିବା ଲେଖା ମଧ୍ୟ୍ ଉଇକିପିଡିଆରେ ରୁହେ ନାହି ଆପଣ ଆରମ୍ଭ କରିଥିବା ହୁକୁଟୋଲା ପ୍ରସଙ୍ଗରେ କିଛି ଅଧିକ ତଥ୍ୟ ଜୋଡନ୍ତୁ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୮:୧୧, ୧୧ ଫେବୃଆରୀ ୨୦୧୪ (UTC)
ତମ ମନଲାଖି ଜିନିଷ (ବାସ୍ତବ ବୋଲି ଭାବିନିଅ)!ସମ୍ପାଦନ କରନ୍ତୁ
ଶଶାଙ୍କ ଭାଇ, ତମର ଏଇ କିଛି ଦିନ ଧରି ଆଲୋଚନାରେ ସକ୍ରିୟ ଭୂମିକା ଦେଖି ମୋର କୋଟିନିଧି । ଏବେ ନାଲକୋନଗରର ବାକି ଭାଇମାନଙ୍କୁ ଟିକେ ଉଭୟ ସମ୍ପାଦନା ଓ ଆଲୋଚନାରେ ଭାଗନେବା ପାଇଁ ଉତ୍ସାହିତ କର । ଖାସ କରି ରଞ୍ଜନ ରଶ୍ମି ଭାଇ, ବଘାର ଭାଇ, ମିଶ୍ର ଭାଇ, ମଲ୍ଲିକ ଭାଇ ସୁଲେ ଭାଇ ଏମାନେ ସମସ୍ତେ କିଛି ସମୟ ପାଇଁ ସକ୍ରିୟ ହୋଇ ପୁଣି ନିଷ୍କ୍ରିୟ ହୋଇଯାଇଛନ୍ତି । ସେମାନଙ୍କୁ ଟିକେ ମଝିରେ ମଝିରେ ଡାକି ଆଲୋଚନା କରୁଥାଅ, ଆଉ ଏକୁଟିଆ କରଭାଇ ଏସବୁ କରି ଧଇଁସଇଁ ହୋଇଯାଉଛନ୍ତି । ଆଉ ତମ ଟିକିଝିଅର ଅଦଉତି ଭିତରେ ତମେ ଏତେ ସମୟ ବାହାର କରି ଲେଖୁଛ ଦେଖି ରାଣ ଖାଉଛି ଖୁସି ପୁରା ଉଜାଣିବହୁଛି । :) ତମ ସାଙ୍ଗେ ୩୦ରେ ଦେଖା..... ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୨୭, ୧୮ ମାର୍ଚ୍ଚ ୨୦୧୪ (UTC) |
ତମକୁ ଝୁରୁଛି ଶଶାଙ୍କ ଭାଇସମ୍ପାଦନ କରନ୍ତୁ
କୁଆଡ଼େ ଗଲ ଭାଇ ଏତେ କାଳ, କହିଥାନ୍ତ ଥରେ ଭଲା ଉଣା ଯଦି ହେଲା କିଛି ଆମ ବେଭାରେ! | |
ଭାଇ କଣ ନିରବି ଗଲ ପୂରା? ତମର ରସିକ ଚାତୁରୀରେ ବିଡ଼ିଆ ପାନ ଭଳି ମହ ମହ ବାସୁଥିବା କଥା ଆଉ ଚଟୁଳ ଆଳାପକୁ ଝୁରୁଛୁ ।
ସହଳେ ଆସ ଫେରି, ଆମେ ମରୁଛୁ ଝୁରି! ଝୁରୁଛି ଏ (ଅଫିସ ଫେରନ୍ତା) ସଞ୍ଜ ଲଗନ, ଝୁରୁଛି ଉଇକି IRC ମେଳଣ! ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୯:୩୧, ୨୯ ଜୁଲାଇ ୨୦୧୪ (UTC) |
- ଆର୍ଥିକ ଓ ଗୃହକାର୍ଯ୍ୟ ଯୋଗୁଁ ଆଜି ମୁଁ ଭୂଲୁଣ୍ଠିତ । ଟିକେ ଅଣ୍ଟା ସଳଖ ହେଲେ, କରଭାଇଙ୍କଠାରୁ ଗୁରୁମନ୍ତ୍ର ନେଇ ପୁଣି ଉଇକିପିଡିଆରେ ଆବିର୍ଭାବ ହେବି ।--Dsasanka (ମୋ ଆଲୋଚନା) ୧୭:୫୫, ୧ ଅଗଷ୍ଟ ୨୦୧୪ (UTC)
- ଏଇ *ଭୁଲୁଣ୍ଠିତ* କେବଳ ଅତିରଞ୍ଜନ ଆଉ ଉଇକି ପ୍ରତି ତମର ଆନ୍ତରିକତାକୁ ଗୃହକାର୍ଯ୍ୟ ଯେ ଉଣା କରିବ ତା' ମୁଁ ବିଶ୍ୱାସ କରୁନି । :) ତମ ବାହୁଡ଼ା ପାଇଁ ବନ୍ଦାପନା ଗୋ ଭାଇ! --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୫୨, ୧ ସେପ୍ଟେମ୍ବର ୨୦୧୪ (UTC)
ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
|
--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! ନିଷ୍ଠାରଞ୍ଜନଦାଶtalk |
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ | |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) |
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)
|
ଚିଲିକା ହ୍ରଦସମ୍ପାଦନ କରନ୍ତୁ
@Dsasanka: ଚିଲିକା ହ୍ରଦ ପ୍ରସଙ୍ଗରେ ବୋଧେ କିଛି ବଦଳ କରିବାକୁ ଯାଇ ଭୁଲରେ ବୋଧେ ଚିଲିକାରେ ବଦଳାଇଛ । ଚିଲିକା ପୃଷ୍ଠାଟି କେବଳ ଚିଲିକା ହ୍ରଦ ପୃଷ୍ଠାକୁ ବାଟ କଢ଼ାଇବା ପାଇଁ । ତେଣୁ ତଳେ ସେଠି ଲେଖିଥିବା ଲେଖାତକ କପି କଲି । ଲେଖାରେ କିଛି ତଥ୍ୟଗତ ତ୍ରୁଟି ସେ ଲେଖାକୁ ଲେଖିଥିବା ମୂଳ ଲେଖକଙ୍କ ଦ୍ୱାରା ରହିଛି ଆଉ ତାକୁ ବଦଳାଇ ଚିଲିକା ହ୍ରଦ ପୃଷ୍ଠାରେ ରଖିପାରିଲେ ଭଲ ହେବ । ତମେ ଲେଖିଥିବା ବିଷୟ ଏବେ ଚିଲିକା ପୃଷ୍ଠାକୁ ଗଲେ ଦିଶିବ ନାହିଁ ହେଲେ ଏ ଲିଙ୍କରୁ ଦେଖିପାରିବ (ଚିଲିକା ପୃଷ୍ଠାର ଇତିହାସ ପୃଷ୍ଠାକୁ ଗଲେ ମଧ୍ୟ ଦେଖିପାରିବ) । ମୋ ମତରେ ଇଂରାଜୀ ଉଇକିପିଡ଼ିଆରେ ଥିବା ତଥ୍ୟ ସହ ତମେ ଆଜି ଲେଖିଥିବା ଲେଖା ତରେ ମେଳ କରି ଇଂରାଜୀ ଉଇକି ଅନୁସାରେ ସଜାଡ଼ି ତାକୁ ଚିଲିକା ହ୍ରଦ ପୃଷ୍ଠାରେ ରଖିଲେ ଭଲ ହେବ । --ସୁଭ (ଆଳାପ) ୧୮:୧୧, ୨୨ ଅକ୍ଟୋବର ୨୦୨୦ (IST)
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଏସିଆ ମାସ ଗଣସମ୍ପାଦନା, ୨୦୨୦ | |
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା । | |
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ । |