ହୁକିଟୋଲା

ଦ୍ଵୀପ ଓ ବନ୍ଦର
(ହୁକୁଟୋଲାରୁ ଲେଉଟି ଆସିଛି)

ହୁକିଟୋଲା (ହୁକୁଟୋଲା ଭାବେ ମଧ୍ୟ ପରିଚିତ) ବଙ୍ଗୋପସାଗରର ଏକ ଦ୍ୱୀପ । ଏହା ରାଜ୍ୟସରକାରଙ୍କଦ୍ୱାରା ମାନ୍ୟତାପ୍ରାପ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳ ।[୧] ଇଂରେଜ ଶାସନ ସମୟରେ ହୁକିଟୋଲାର ଫଲ୍‌ସ ପଏଣ୍ଟ ବନ୍ଦର ରୂପେ ବ୍ୟବହାର କରାଯାଉଥିଲା । ୧୮୮୫ ମସିହା ସେପ୍ଟେମ୍ବର ୨୨ ତାରିଖରେ ଏକ ବିଧ୍ୱଂସୀ ଝଡ଼ରେ ବନ୍ଦରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା । ଅନ୍ୟଏକ କାରଣ ସମୁଦ୍ରର ସ୍ଥିତି ପରିବର୍ତ୍ତନ ଏବଂ ନଦୀବାହିତ ବାଲି ଓ ପଟୁମାଟିଦ୍ୱାରା ବନ୍ଦରଟି ଦ୍ରୁତଗତିରେ ପୋତିହେବା ଯୋଗୁଁ ଏହା ବନ୍ଦର ନିମନ୍ତେ ଅନୁପଯୁକ୍ତ ହୋଇପଡ଼ିଲା ଏବଂ ୧୯୨୪ ମସିହା ଅକ୍ଟୋବର ୨୨ ତାରିଖରେ ଏହାକୁ ବନ୍ଦ କରି ଦିଆଗଲା । କେବଳ ସେଠାରେ ଥିବା କୋଠାବାଡ଼ିର ରକ୍ଷଣାବେକ୍ଷଣ ନିମନ୍ତେ ଜଣେ ଜଗୁଆଳ ରହିଲା । ଦ୍ରୁତ ମୃତ୍ତିକା କ୍ଷୟଯୋଗୁଁ, ଏହାର ଲୁଣା ଜଙ୍ଗଲକୁ ସଂରକ୍ଷିତ ଘୋଷିତ କରାଯାଇଛି । ଜନ ବୀମସ ତାଙ୍କ ସ୍ମୃତିକଥାରେ ହୁକିଟୋଲା ନିର୍ମାଣ କାର୍ଯ୍ୟ ୧୮୬୬-୬୭ ମସିହାରୁ ଆରମ୍ଭ ହୋଇଥିବା ବର୍ଣ୍ଣନା କରିଛନ୍ତି । ୧୮୭୫-୭୬ ବେଳକୁ ଓଡ଼ିଶାରେ ଏକ ବନ୍ଦର ସ୍ଥାପନର ଆବଶ୍ୟକତା ଅନୁଭୂତ ହୋଇଥିଲା । ରେଭେନ୍ସା ସାହେବ (କମିଶନର), ୱାକର (ବାରିକ ମିସ୍ତ୍ରୀବିଭାଗର ଅଧୀକ୍ଷଣ ଯନ୍ତ୍ରୀ) ଏବଂ ମାକ୍‌ଫର୍ସନ (କଲେକ୍ଟର) ପ୍ରଭୃତି ବର୍ତ୍ତମାନର ଫଲ୍‌ସ ପଏଣ୍ଟ ପର୍ଯ୍ୟନ୍ତ ଯାଇ ଏଥିଲାଗି ଗୋଟିଏ ସ୍ଥାନ ବାଛିଥିଲେ ।

ହୁକୁଟୋଲା
ହୁକିଟୋଲା ବନ୍ଦରରେ ଥିବା କିଛି ଡଙ୍ଗା
Location
Countryଭାରତ
Locationବଙ୍ଗୋପସାଗର
Details
Opened୧୮୬୬-୬୭

ନାମକରଣ ସମ୍ପାଦନା

ପ୍ରଥମେ ଏହି ଜାଗାଟିର କୌଣସି ନାମ ନଥିଲା । ମାକ୍‌ଫର୍ସନଙ୍କ ପ୍ରସ୍ତାବ ଅନୁସାରେ ଇଞ୍ଜିନିୟର୍‌ଙ୍କ ନାମ (ହୁକିୱାକର) ଅନୁସାରେ ସ୍ଥାନର ନାମ ରଖାଗଲା ହୁକିଟୋଲା । ଐତିହାସିକ "ହଣ୍ଟର" ନାମର ପ୍ରକୃତ କାରଣ ସମ୍ପର୍କରେ ଜାଣିନଥିବାରୁ ଏହାର ଏକ ବିଚିତ୍ର ବ୍ୟାଖ୍ୟା କରିଛନ୍ତି । ତାଙ୍କ ମତରେ ‘ହୁକି’ ଅର୍ଥ ‘ହୁଙ୍କା’ ଏବଂ ‘ଟୋଲା’ ଅର୍ଥ ହେଉଛି ତୋଳା ବା ଓଜନର ଏକ ପରିମାଣ ।

ହୁକିଟୋଲା ଗୋଦାମ ଘର ସମ୍ପାଦନା

ଏହା ଫଲ୍‌ସ ପଏଣ୍ଟ ବନ୍ଦରର ଗୋଦାମ ଘର ରୂପରେ ବ୍ୟବହୃତ ହେଉଥିଲା ।[୨][୩] [୪] କ୍ୟାପ୍ଟେନ୍ ହ୍ୟାରିସ୍‌ଙ୍କ ଇଚ୍ଛା ଅନୁସାରେ ଜମ୍ବୁ ଦ୍ୱୀପରେ ଇଂରେଜଙ୍କଦ୍ୱାରା ନିର୍ମିତ ହୋଇଥିଲା । ଏହା ଏକ ବାତ୍ୟା ପ୍ରତିରୋଧୀ ଗୋଦାମରେ ଚାଉଳ ରଖାଯାଉଥିଲା । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୧୫୦ଫୁଟ୍ ଓ ୭୫ଫୁଟ୍ । ଛାତର କ୍ଷେତ୍ରଫଳ ୧୧,୨୫୦ ବର୍ଗଫୁଟ୍ । ଏଥିରେ ୧୧ଟି ବଡ଼ ଓ ୯ଟି ଛୋଟ କୋଠରୀ ଅଛି ।[୫] ଭୂମିଠାରୁ ଛାତ ପର୍ଯ୍ୟନ୍ତ ଉଚ୍ଚତା ୩୦ଫୁଟ । ସେଠାରେ ଘରର ଛାତ ଏଭଳିଭାବରେ ତିଆରି ହୋଇଛି ଯେ, ଛାତରୁ ବର୍ଷାପାଣି ଗଡ଼ିଯାଇ କୋଠାଦୁଇପଟରେ ଥିବା ଦୁଇଟି କୂପରେ ସଞ୍ଚିତ ହୋଇ ପାନୀୟଜଳ ରୂପରେ ବ୍ୟବହୃତ ହୁଏ । ମଧୁର ଜଳ ମିଳିବାର ସମସ୍ୟା ରହିଥିବାରୁ ଏହି ବ୍ୟବସ୍ଥା କରାଯାଇଛି । ୨୦୧୩ ମସିହା ବେଳକୁ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ରୂପେ ବ୍ୟବହାର କରାଗଲା ।[୬]

ଆଧାର ସମ୍ପାଦନା

  1. "ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା". ଧରିତ୍ରୀ. Retrieved 28 November 2016.
  2. Srinivasan, R.; K. Subba Rao, P. S. Kapileshwar (September 1982). "Studies on the morphological changes in the mahanadi estuary and hukitola barrier island with the aid of photo interpretation techniques". Journal of the Indian Society of Photo-Interpretation and Remote Sensing. 10 (2): 39–44. doi:10.1007/BF02990612.
  3. Rahman, M. Habibur (1 January 2007). Legal Regime of Marine Environment in the Bay of Bengal. Atlantic Publishers & Dist. p. 74. ISBN 9788126907595.
  4. Senapati, Ashis (26 October 2013). "HUKITOLA BUILDING: A SYMBOL OF PAST MARITIME HISTORY IN NEGLECT". Uday India. Retrieved 12 February 2014.
  5. ପରିଡ଼ା, ସୁଶ୍ରୀକାନ୍ତ. "ଐତିହାସିକ ସ୍ମାରକସୌଧ ହୁକିଟୋଲା". ସମୟ. Archived from the original on 1 April 2017. Retrieved 31 March 2017.
  6. Senapati, Ashis (3 December 2013). "Makeover plans for Hukitola". Indiatimes. Retrieved 12 February 2014.

ଅଧିକ ତଥ୍ୟ ସମ୍ପାଦନା