ବାବୁ ଆଇ ଲଭ ୟୁ

୨୦୦୫ର ଓଡ଼ିଆ କଥାଚିତ୍ର

ବାବୁ ଆଇ ଲଭ୍ ୟୁ, ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅମୀୟ ରଞ୍ଜନ ପଟ୍ଟନାୟକ ।[୧] ସୋମ୍ୟ ରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ମଳୟ ମିଶ୍ର ଓ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]

ବାବୁ ଆଇ ଲଭ ୟୁ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅଜିତ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅମିୟ ରଞ୍ଜନ ପଟ୍ଟନାୟକ
ସଂଳାପମଳୟ ମିଶ୍ର
ସଞ୍ଜୟ ନାୟକ
ଚିତ୍ରନାଟ୍ୟମଳୟ ମିଶ୍ର
ସଞ୍ଜୟ ନାୟକ
କାହାଣୀସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଅନୁ ଚୌଧୁରୀ
ଚନ୍ଦନ କର
ଅର୍ଚ୍ଚିତା ସାହୁ
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣରଞ୍ଜନ
ଶାମ୍ବା ଶିବା ରାଓ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଚନ୍ଦନ କର, ଅର୍ଚ୍ଚିତା ସାହୁ, ବିଜୟ ମହାନ୍ତି, ରିମୋହନ ପରିଡ଼ା, ଜୟୀରାମ ସାମଲ, ବିଜୁ ବଡ଼ଜେନା, ପ୍ରେମାଞ୍ଜନ ପରିଡ଼ା, କାନ୍ତ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟରେ ସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ସଞ୍ଜୟ ନାୟକ ଓ ମନ୍ମଥ ମିଶର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମ୍ମଦ ଅଜିଜ, କୁମାର ବାପି, ବିଭୁ କିଶୋର, ଇରା ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର ସମ୍ପାଦନ କରନ୍ତୁ

  1. "ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ". Kanak News. kanaknews.com. 19 October 2018. Retrieved 9 September 2020.
  2. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 7 September 2018. Retrieved 7 September 2018.
  3. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  4. "ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 12 September 2018. Retrieved 12 September 2018.{{cite news}}: CS1 maint: unrecognized language (link)
  5. "ବର୍ଷାଙ୍କୁ ମିଳିଛି ଏହି ହିରୋଙ୍କ ସାଥ୍‌ ,କିନ୍ତୁ ଅର୍ଚ୍ଚିତାଙ୍କୁ ମିଳି ନାହିଁ !". sambad.in. 22 April 2018. Retrieved 6 June 2018.
  6. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 1 September 2018. Retrieved 1 September 2018.

ବାହାର ଆଧାର ସମ୍ପାଦନ କରନ୍ତୁ