ବିଭୁ କିଶୋର
ଭୁବନେଶ୍ୱରଠାରେ ଜନ୍ମିତ ବିଭୁ କିଶୋର, ଜଣେ ପ୍ରଚ୍ଛଦପଟ୍ଟ ଗାୟକ ଓ ସଙ୍ଗୀତକାର ।[୧] କୌଣସି ଧରାବନ୍ଧା ସଙ୍ଗୀତ ଶିକ୍ଷାଲାଭ କରିନଥିବା ବିଭୁ କିଶୋର, ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଗାୟକ । ସେ କ୍ୟାପିଟାଲ ହାଇ ସ୍କୁଲ ତଥା ବିଜେବି କଲେଜରେ ପାଠ ପଢ଼ିଥିଲେ । ୧୯୮୯ ମସିହାରେ ବିଜେବି କଲେଜରେ ପାଠ ପଢ଼ିବା ସମୟରେ, ସେ କଲେଜର ଡ୍ରାମାଟିକ ସେକ୍ରେଟାରୀ ମଧ୍ୟ ରହିଥିଲେ । ୧୯୯୧ ମସିହାରେ ପ୍ରଥମ ଥର ପାଇଁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଏକ ଯାତ୍ରା ପାଇଁ ତାଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ। ପ୍ରଥମ ଆଲବମ୍ ଗୀତ ଶ୍ରୀକାନ୍ତ ଗୌତମଙ୍କ ’କଟକବାଣୀ’ରୁ ଆରମ୍ଭ ହୋଇଥିଲା। ୧୯୯୭ ମସିହାରେ ସୁନା ସଂସାର ଚଳଚ୍ଚିତ୍ରରୁ, ସେ ସିନେମାରେ କଣ୍ଠଦାନ କରିଆସୁଛନ୍ତି । ବିଭୁ କିଶୋର,ସରକାରୀ ଚାକିରି କରିଥିଲେ ମଧ୍ୟ, ସେଥିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି, ନିଜକୁ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମର୍ପଣ କରିଛନ୍ତି ।
ବିଭୁ କିଶୋର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତାପସ କୁମାର ଦାସ ୨୫ ଜୁଲାଇ |
ଜାତୀୟତା | ![]() |
ଶିକ୍ଷା | ସ୍ନାତକ (ଗଣିତ) |
ଶିକ୍ଷାନୁଷ୍ଠାନ | ବିଜେବି କଲେଜ, କ୍ୟାପିଟାଲ ହାଇ ସ୍କୁଲ(୧୯୮୪) |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର |
ୱେବସାଇଟ | ବିଭୁକିଶୋର.କମ |
ସ୍ୱର୍ଗତ ଅକ୍ଷୟ ମହାନ୍ତି ଓ କିଶୋର କୁମାରଙ୍କୁ ବିଭୁ କିଶୋର ନିଜର ଆଦର୍ଶ ମାନିଛନ୍ତି ।[୨]
ସମ୍ମାନସମ୍ପାଦନ କରନ୍ତୁ
- ଚିନ୍ତା ଓ ଚେତନା ସମ୍ମାନ
- ଶରଧାବାଲି ସମ୍ମାନ
- ସୁରତରଙ୍ଗ ସମ୍ମାନ
- ଚଳଚ୍ଚିତ୍ର ଜଗତ ସମ୍ମାନ
- ଚିତ୍ରଲିପି ସମ୍ମାନ
- ବାଣୀଚିତ୍ର ସମ୍ମାନ[୩]
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ବିଭୁ କିଶୋର (ଇଣ୍ଟରନେଟ ମୁଭି ଡାଟାବେସରେ)