ଅମିୟ ରଞ୍ଜନ ପଟ୍ଟନାୟକ

ଓଡ଼ିଆ କଥାଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ

ଅମିୟ ରଞ୍ଜନ ପଟ୍ଟନାୟକ (୧୯୫୫ - ୧୯ ଅକ୍ଟୋବର ୨୦୧୮) ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ବ୍ୟବସାୟୀ ଥିଲେ । ପ୍ରଥମ କରି ୮୦ ଦଶକରେ ସେ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ । ତାଙ୍କ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ୧୯୮୪ ମସିହାରେ ନିର୍ମିତ ହାକିମ ବାବୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୧] ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ରାଜ୍ୟ ଏବଂ ଜାତୀୟ ପୁରସ୍କାର ମିଳିଥିଲା । ୧୯୮୫ରେ ସେ ଓଡ଼ିଆ ଚଳଚ୍ଚିତ୍ର ମମତା ମାଗେ ମୂଲରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ମିତ ଆଉ କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା ପୁଅ ମୋର କଳା ଠାକୁର, ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ରାଜାରାଣୀ ଏବଂ ତୁଳସୀ ଅପା ଆଦି ।[୨] ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ତୁଳସୀ ଅପା ଥିଲା ତାଙ୍କର ଶେଷ ଚଳଚ୍ଚିତ୍ର ପଟ୍ଟନାୟକ ୩୦ ବର୍ଷ ଧରି ଚଳଚ୍ଚିତ୍ର ନିର୍ମାଣରେ ସକ୍ରିୟ ଥିଲେ ।[୩] ସେ ପରୀ ମହଲପରଦେଶୀ ବାବୁ ଚଳଚ୍ଚିତ୍ରର କାହାଣୀ ମଧ୍ୟ ରଚନା କରିଥିଲେ ।[୪] ସେ ଥିଲେ ନିରଞ୍ଜନ ପଟ୍ଟନାୟକସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଇ ।[୫] ତୁଳସୀ ଅପା ଚଳଚ୍ଚିତ୍ର ଲାଗି ସେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଗୋଟିଏ ମନର କୋଟିଏ ସ୍ୱପ୍ନ ନାମରେ ଏକ ଦୂରଦର୍ଶନ ଧାରାବାହିକ ନିର୍ମାଣ କରିଥିଲେ ।[୬] ଜଣେ ମଞ୍ଚକାର ଭାବେ ସେ ରିଜିଓନାଲ ଇଞ୍ଜିନିୟରିଂ କଲେଜ, ରାଉରକେଲାରେ ଛାତ୍ରାବସ୍ଥାରେ "ଟେକନୋଆର୍ଟସ" ନାମକ ଏକ ମଞ୍ଚଦଳ ଗଠନ କରିଥିଲେ । ସେଠାରେ ସେ ପୃଥକ ପୃଥିବୀ, ବ୍ୟାଭିଚାର ଆଦି ନାଟକ ନିର୍ମାଣ କରିଥିଲେ । ବ୍ୟାଭିଚାର ନିମନ୍ତେ ତାଙ୍କୁ ଲୋକ କଳା ମହୋତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ସେ ପ୍ରଥମ କରି ଓଡ଼ିଆ ମଞ୍ଚରେ ପ୍ରଥମ କରି ସ୍ଲୋ ମୋସନ ବୈଷୟିକ କଳା ଆରମ୍ଭ କରିଥିଲେ ।[୧]

ଅମିୟ ରଞ୍ଜନ ପଟ୍ଟନାୟକ
Occupation(s)ପ୍ରଯୋଜକ, ନିର୍ଦ୍ଦେଶକ, ବ୍ୟବସାୟୀ
Years active୧୯୮୪-୨୦୧୮
Spouseସୀମା ପଟ୍ଟନାୟକ
Childrenଅନୁପମ ପଟ୍ଟନାୟକ

୧୯ ଅକ୍ଟୋବର ୨୦୧୮ରେ ଦିଲ୍ଲୀଠାରେ ଅଗ୍ନାଶୟ କର୍କଟ ରୋଗରେ[୧] ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।[୭]

ଓଡ଼ିଆ କଥାଚିତ୍ରରେ ଅବଦାନ ସମ୍ପାଦନା

ଓଡ଼ିଆ ମଞ୍ଚନାଟକରେ ଅବଦାନ ସମ୍ପାଦନା

  • ବ୍ୟଭିଚାର
  • ଏକଲବ୍ୟ
  • ପଳାତକ
  • ବାରବଧୂ
  • ନିଶିପଦ୍ମ
  • ମୃଗନାଭି
  • ରୁଧୀରକାବ୍ୟ
  • ନର୍କରେ ଚହଳ[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Odia filmmaker Amiya Patnaik passes away at 63". The New Indian Express. 19 October 2018. Retrieved 20 October 2018.
  2. "ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ - SamajaLive.in". SamajaLive.in. 19 October 2018. Retrieved 20 October 2018.
  3. "ପରଲୋକରେ ଫିଲ୍ମନିର୍ମାତା ଅମୀୟ ପଟ୍ଟନାୟକ". Eenadu English Portal (in Bengali). 19 October 2018. Retrieved 20 October 2018.[permanent dead link]
  4. "ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ ! | Kanak News". Kanak News. 19 October 2018. Retrieved 20 October 2018.
  5. "ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ପରଲୋକ". khabarodisha.com. 19 October 2018. Retrieved 20 October 2018.
  6. Bureau, Odisha Sun Times. "Veteran Odia filmmaker Amiya Patnaik passes away | OdishaSunTimes.com". odishasuntimes.com. No. 19 October 2018. Retrieved 20 October 2018.
  7. Singhdeo, Saswat (19 October 2018). "Noted Odia film producer & director Amiya Patnaik passes away". odishatv.in. Retrieved 20 October 2018.[permanent dead link]
  8. "ଅମିୟଙ୍କ ସୃଷ୍ଟି ସମ୍ଭାର". No. ସମ୍ବାଦ ୨୯/୧୦/୨୦୧୮ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 29 October 2018.[permanent dead link]

ବାହାର ଲିଙ୍କ ସମ୍ପାଦନା