ଗାଗାରିନ ମିଶ୍ର

ଓଡ଼ିଆ ସିନେମାଟୋଗ୍ରାଫର

ଗାଗାରିନ ମିଶ୍ର ଜଣେ ଓଡ଼ିଆ ସିନେମାଟୋଗ୍ରାଫର ଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତ ସମେତ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରିଥିଲେ ।[୨] ସେ ନ୍ୟାସ୍‌ନାଲ୍ ଜିଓଗ୍ରାଫି ପାଇଁ ମଧ୍ୟ ଜଣେ କ୍ୟାମେରାମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ ।[୧] ୨୦୧୩ ମସିହାରେ ତାଙ୍କୁ ଓଡ଼ିଆ କଥାଚିତ୍ର ନଈ ସେପାରୀ କନକ ଗୋରୀ ପାଇଁ ୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ ପୁରସ୍କାର ମିଳିଥିଲା । ସେ ବେତାବ, ଚାନ୍ଦିନୀ, ତେଜାବ, ଚାଲବାଜ, ପ୍ୟାର କି ଜିତ୍, ଜାଲୱା, ରାମ-ଅବତାର ଭଳି ଅନେକଗୁଡ଼ିଏ ପ୍ରସିଦ୍ଧ ହିନ୍ଦୀ କଥାଚିତ୍ରରେ କାମ କରିଥିଲେ ।[୩]

ଗାଗାରିନ ମିଶ୍ର
ମୃତ୍ୟୁ୮ ସେପ୍ଟେମ୍ବର ୨୦୨୦(୨୦୨୦-୦୯-୦୮)
ମୃତ୍ୟୁର କାରଣହୃଦଘାତ
ବୃତ୍ତିସିନେମାଟୋଗ୍ରାଫର
ସମ୍ପର୍କୀୟଦେବେନ ମିଶ୍ର[୧]
ପୁରସ୍କାର୨୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସେ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ରଙ୍କ ଭାଇ ।[୨] ଗାଗାରିନ ୮ ସେପ୍ଟେମ୍ବର ୨୦୨୦ରେ ୬୭ ବର୍ଷ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ।[୧]

କାର୍ଯ୍ୟ କରିଥିବା କଥାଚିତ୍ରର ତାଲିକା ସମ୍ପାଦନା

  • ଫୁଲ ଚନ୍ଦନ (ଓଡ଼ିଆ)
  • ନଈ ସେପାରୀ କନକ ଗୋରୀ (ଓଡ଼ିଆ)
  • ବେତାବ (ହିନ୍ଦୀ)
  • ଚାନ୍ଦିନୀ (ହିନ୍ଦୀ)
  • ତେଜାବ (ହିନ୍ଦୀ)
  • ଚାଲବାଜ (ହିନ୍ଦୀ)
  • ପ୍ୟାର କି ଜିତ୍ (ହିନ୍ଦୀ)
  • ଜାଲୱା (ହିନ୍ଦୀ)
  • ରାମ-ଅବତାର (ହିନ୍ଦୀ)

ପୁରସ୍କାର ସମ୍ପାଦନା

  • ୨୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ନଈ ସେପାରୀ କନକ ଗୋରୀ (୨୦୧୩)

ମୃତ୍ୟୁ ସମ୍ପାଦନା

୨୦୨୦ ମସିହାର ସେପ୍ଟେମ୍ବର ମାସ ୮ ତାରିଖରେ ଗାଗାରିନ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ହୃଦ୍‌ଘାତରେ ଆକ୍ରାନ୍ତ ଥିଲେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Odia cinematographer, known for his work in National Geographic channel, passes away - OrissaPOST". Odisha News, Odisha Latest news, Odisha Daily - OrissaPOST. 9 September 2020. Archived from the original on 9 September 2020. Retrieved 9 September 2020.
  2. ୨.୦ ୨.୧ "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ". 9 September 2020. Archived from the original on 9 September 2020. Retrieved 9 September 2020.
  3. "Noted Odia cinematographer Gagarin Mishra no more | Sambad English". Sambad English. sambadenglish.com. 9 September 2020. Retrieved 9 September 2020.
  4. "National Geographic Cameraman From Odisha Gagarin Mishra Passes Away". ODISHA BYTES. 9 September 2020. Retrieved 9 September 2020.

ବାହାର ଆଧାର ସମ୍ପାଦନା