ତୃପ୍ତି ଦାସ
ତୃପ୍ତି ଦାସ, ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ପ୍ରଚ୍ଛଦପଟ୍ଟ ଗାୟିକା ।[୧] ସେ, ସର୍ବାଧିକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ୍ଟ ଗାୟନ କରିଥିବା ଗାୟିକା । ଭଜନ ଓ ଆଧୁନିକ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ଜଣେ ପରିଚିତ ନାମ । ବେତାର, ଦୂରଦର୍ଶନ ଓ ମଞ୍ଚ ସବୁଠାରେ କଣ୍ଠଶିଳ୍ପୀ ତୃପ୍ତି ସକ୍ରିୟ । [୨]
ତୃପ୍ତି ଦାସ | |
---|---|
ଭୁବନେଶ୍ୱରରେ ୨ୟ ଟେଲି ଉତ୍ସବରେ ଶ୍ରେଷ୍ଠ ଗାୟିକା ସମ୍ମାନ ଗ୍ରହଣ କରିବା ଅବସରରେ ତୃପ୍ତି ଦାସ | |
ବୃତ୍ତି | ପ୍ରଚ୍ଛଦପଟ ଗାୟିକା |
ସକ୍ରିୟ ବର୍ଷ | ୧୯୬୦-ଏବେଯାଏଁ |
କର୍ମଜୀବନ ସମ୍ପାଦନ କରନ୍ତୁ
ତୃପ୍ତି, ମାତ୍ର ୫ ବର୍ଷ ବୟସରୁ କଟକର କଳା ବିକାଶ କେନ୍ଦ୍ରରେ ହିନ୍ଦୁସ୍ତାନି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ସେ କ୍ଷିତିଶ ଚନ୍ଦ୍ର ମୈତ୍ର ଓ ବାଳକୃଷ୍ଣ ଦାସଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା କରିଛନ୍ତି । ୮ବର୍ଷ ବୟସରୁ, ସେ ଆକାଶବାଣୀ କଟକର "ଶିଶୁ ସଂସାର" କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିବା ଆରମ୍ଭ କରିଥିଲେ । ୧୯୬୯ ମସିହାରେ, ୧୨ବର୍ଷ ବୟସରେ ସେ ନିଜର ପ୍ରଥମ ଚଳଚ୍ଚିତ୍ର ଅଦିନ ମେଘରେ କଣ୍ଠଦାନ କରିଥିଲେ । ସେ ଏଯାବତ ୬୦ରୁ ଉର୍ଦ୍ଧ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିସାରିଥିବା ତୃପ୍ତି ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ମଧ୍ୟରୁ କନ୍ନଡ଼ ସିନେମା "ପ୍ରେମାଞ୍ଜଳି", ତେଲୁଗୁ ସିନେମା "ସ୍ୱର୍ଣ୍ଣକମଲମ" ଓ ହିନ୍ଦୀ ସିନେମା "ବରଗଦ ଦାଦା" ଅନ୍ୟତମ ।
ତୃପ୍ତି ଦାସ, "ନିତ୍ୟ ତୃପ୍ତି ଦାସ" ନାମକ ଷ୍ଟୁଡିଓ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।
ସଙ୍ଗୀତ ନାଟକ ଏକାଡେମୀ ସମ୍ପାଦନ କରନ୍ତୁ
ବର୍ତ୍ତମାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଅଛନ୍ତି ତୃପ୍ତି ଦାସ |[୩]
ସଙ୍ଗୀତ ଜିବନୀ ସମ୍ପାଦନ କରନ୍ତୁ
ଚଳଚ୍ଚିତ୍ର ଅଦିନ ମେଘର ଗୀତ ବୋଉଲୋ କି କହିବି ନୂଅା ଭାଉଜଙ୍କ କଥା, ଜରିଆରେ ତୃପ୍ତି ଦାସ ନିଜ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ | ତେବେ ପ୍ରଥମେ ଏହି ଗୀତପାଇଁ ଗୀତା ପଟ୍ଟନାୟକଙ୍କ ସ୍ୱରକୁ ବଛାଯାଇଥିଲା| ମାତ୍ର ପରେ ତୃପ୍ତି ଦାସ ଏହି ଗୀତଟିକୁ ଗାଇଛନ୍ତି|୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି| [୪]
ଲୋକପ୍ରିୟ ଗୀତ ସମ୍ପାଦନ କରନ୍ତୁ
- ଯାଯାବର ମନ ମୋର(୧୯୭୫)
- ତୋର ମୋର କଥା ହେବା((୧୯୭୪)
- ଫୁର କିଣା ଉଡିଗଲା ବଣି(୧୯୮୬)
- ବହୁ ଚୋରି
- ହେ ମୋର ଅାଖି ଲୁହ
- ଦରିଅା କୂଳର ଢେଉ
- ବର୍ଷାର ମଜା
ମାନସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ Orissa Review. Home Department, Government of Orissa. 1978.
- ↑ ସମାଜ କଟକ ସଂସ୍କରଣ ୧୮/୧୨/୨୦୧୪ ପୃଷ୍ଠା ୯
- ↑ http://odishasuntimes.com/2015/01/22/trupti-das-named-odisha-sangeet-natak-akademi-president/
- ↑
{{cite book}}
: Empty citation (help) - ↑ http://www.orissadiary.com/ShowEntertainmentNews.asp?id=27621
- ↑ http://www.orissadiary.com/ShowOriyaOrbit.asp?id=55101
- ↑ http://www.newindianexpress.com/states/odisha/Jaydev-Award-for-Sarada-Nayak/2014/11/14/article2522645.ece
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ତୃପ୍ତି ଦାସ