ରୁଦ୍ର ପାଣିଗ୍ରାହୀ

ଓଡ଼ିଆ ଅଭିନେତା

ରୁଦ୍ର ପାଣିଗ୍ରାହୀ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୧] ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ ମସିହାରେ ସେ ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨] ରୁଦ୍ର ୨୦୧୭ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଜୀନାର ଜୀବନସାଥୀରେ ଭାଗନେଇଥିଲେ ଏବଂ ଜୀନାଙ୍କୁ ବିବାହ କରିଥିଲେ ।[୩]

ରୁଦ୍ର ପାଣିଗ୍ରାହୀ
Born
ରୁଦ୍ର ପାଣିଗ୍ରାହୀ

Occupation(ଓଡ଼ିଆ) ଅଭିନେତା
Years active୨୦୧୧ରୁ-ଏବେଯାଏଁ
Spouseଜିନା ସାମଲ (୨୦୧୭-ଏବେଯାଏଁ)

ଅଭିନୟ ଜୀବନ ସମ୍ପାଦନା

ରୁଦ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନେ ରହିବ ଏ ପ୍ରେମ କାହାଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪] ଏହି କଥାଚିତ୍ରଟିରେ ରୁଦ୍ରଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ରୂପାଲି । ଏହପରେ ସେ ୨୦୧୪ରେ ଗଳ୍ପ ନୁହେଁ ଅଳ୍ପ ଦିନର, ୨୦୧୫ରେ ଆପନା ହାଥ ଜଗନ୍ନାଥ, ୨୦୧୬ରେ ଝିଅଟା ବିଗିଡ଼ିଗଲା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ ପ୍ରେମୀ ଦିୱାନା ମୁକ୍ତିଲାଭ କରିଥିଲା ।[୪]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମନେ ରହିବ ଏ ପ୍ରେମ କାହାଣୀ ରାଜା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୩ ପ୍ରେମିକା
୨୦୧୪ ଆପନା ହାତ ଜଗନ୍ନାଥ ବିଜୟ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୮ ପ୍ରେମୀ ଦିୱାନା [୫]

ରାଜନୈତିକ ଜୀବନ ସମ୍ପାଦନା

୨୦୨୩ ମସିହାର ମାର୍ଚ୍ଚ ମାସରେ ରୁଦ୍ର ଓ ତାଙ୍କ ପତ୍ନୀ ଜୀନା ସାମଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୬][୪]

ଆଧାର ସମ୍ପାଦନା

  1. "Mahurat of Mote Ishq Helare was a gala affair". The Times of India. 2019-06-18. ISSN 0971-8257. Retrieved 2023-10-07.
  2. "ରୁଦ୍ର ଏବେ ପ୍ରେମୀ ଦିଓ୍ୱାନା!". sambad.in. 17 March 2018. Archived from the original on 21 March 2018. Retrieved 21 March 2018.
  3. "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.[permanent dead link]
  4. ୪.୦ ୪.୧ ୪.୨ "ବିଜେପିରେ ଯୋଗ ଦେଲେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ଜିନା ସାମଲ ଓ ସ୍ୱାମୀ ଅଭିନେତା ରୁଦ୍ର". Sambad (in ଆମେରିକୀୟ ଇଂରାଜୀ). 2023-03-11. Archived from the original on 2023-10-07. Retrieved 2023-10-07.
  5. Patree, Annapurna (2020-03-12). "ପ୍ରେମରେ ପଡ଼ିଛନ୍ତି ରୁଦ୍ର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2023-10-07. Retrieved 2023-10-07.
  6. News7, Prameya (2023-03-11). "ବିଜେପିରେ ମିଶିଲେ ଓଲିଉଡ୍ ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ବାମୀ ରୁଦ୍ର ପାଣିଗ୍ରାହୀ". Prameya News7. Archived from the original on 2023-10-07. Retrieved 2023-10-07.{{cite web}}: CS1 maint: numeric names: authors list (link)

ବାହାର ଆଧାର ସମ୍ପାଦନା