ଆ'ରେ ସାଥି ଆ
ଆ'ରେ ସାଥି ଆ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମଲ୍ଲିକ ଓ ଅମର ମହାନ୍ତି । ରମଣ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏନ୍. ପାଢ଼ୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଆରେ ସାଥି ଆ | |
---|---|
ନିର୍ଦ୍ଦେଶକ | ଏନ୍. ପାଢ଼ୀ |
ପ୍ରଯୋଜକ | ରାଜେଶ ମଲ୍ଲିକ, ଅମର ମହାନ୍ତି |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଏନ୍. ପାଢ଼ୀ |
କାହାଣୀ | ରମଣ ରଞ୍ଜନ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ନମ୍ରତା ଦାସ |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ରମେଶ ବାବୁ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୋନାଲି ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, ପାୟଲ ବାନାର୍ଜୀ । ମିହିର ଦାସ, ଜର୍ଜ ତିଆଡ଼ି, ସ୍ନିଗ୍ଧା ମହାନ୍ତି, ଇଲୁ ବାନାର୍ଜୀ, ମୀନକେତନ, ଦେବୀ ବାରିକ, ସନ୍ତୋଷ ନାୟକ, ବିଜୁ ବଡ଼ଜେନା, ବିକାଶ ଦାସ, ବେବି ରଥ, ନମ୍ରତା ଦାସ, ଲଭ୍ଲି, ଚୁଙ୍ଗା, ସୁଦୀପ୍ତା, ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ, ଜୀବନ ପଣ୍ଡା, ରାଜଶ୍ରୀ, ଥିନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ସିଦ୍ଧାନ୍ତ ମହାପାତ୍ର
- ସୋନାଲି ମହାପାତ୍ର
- ଦୁଷ୍ମନ୍ତ ପଣ୍ଡା
- ପାୟଲ ବାନାର୍ଜୀ
- ମିହିର ଦାସ
- ଜର୍ଜ ତିଆଡ଼ି
- ସ୍ନିଗ୍ଧା ମହାନ୍ତି
- ଇଲୁ ବାନାର୍ଜୀ
- ମୀନକେତନ
- ଦେବୀ ବାରିକ
- ସନ୍ତୋଷ ନାୟକ
- ବିଜୁ ବଡ଼ଜେନା
- ବିକାଶ ଦାସ
- ବେବି ରଥ
- ନମ୍ରତା ଦାସ
- ଲଭ୍ଲି
- ଚୁଙ୍ଗା
- ସୁଦୀପ୍ତା
- ରାଜଲକ୍ଷ୍ମୀ ପ୍ରିୟଦର୍ଶିନୀ
- ଜୀବନ ପଣ୍ଡା
- ରାଜଶ୍ରୀ
- ଥିନ୍
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ବାପୁ ଗୋସ୍ୱାମୀ, ରଜନୀ ରଞ୍ଜନ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସୁଜିତ୍ ଭୋଇ, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ବଡ଼ କଠିନ ସେ" | |
2. | "ଚାହାଣୀ ଅଲଗା ହେଲେ କାହାଣୀ ଏକା" | |
3. | "ହାଲ୍କା ହାଲ୍କା ଲାଗେ ୟେ ମନ" | |
4. | "କିଛି କିଛି କହୁଥିଲା" | |
5. | "ମସ୍ତ ଚେହେରା ମୋର ଲାଗେ" | |
6. | "ମୋ କୁଆଁରୀ ମନରେ କଣ୍ଟା ଲାଗିଗଲା" |
ଆଧାରସମ୍ପାଦନ କରନ୍ତୁ
- ↑ "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଆ'ରେ ସାଥି ଆ