ରାଜେଶ୍ୱରୀ ରାୟ
ରାଜେଶ୍ୱରୀ ରାୟ (ମୃତ୍ୟ: ୨୦ ଜୁଲାଇ ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଦେବୀ, କୁମ୍କୁମ୍, ଉଆଁସୀ କନ୍ୟା, ତୋ ପାଇଁ ମୁଁ ଆଦି ଧାରାବାହିକରେ କାର୍ଯ୍ୟ କରିଥିଲେ ।[୧]
ରାଜେଶ୍ୱରୀ ରାୟ | |
---|---|
ଜନ୍ମ | |
ମୃତ୍ୟୁ | ୨୦ ଜୁଲାଇ ୨୦୨୨ | (୩୭ ବର୍ଷ)
ମୃତ୍ୟୁର କାରଣ | ଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ |
ଅନ୍ୟ ନାମ | ରାଜେଶ୍ୱରୀ ରାୟ ମହାପାତ୍ର |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮ - ୨୦୨୨ |
ଅଭିନୟ ଜୀବନ
ସମ୍ପାଦନାସେ ପ୍ରଥମେ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକରେ ଅଭିନୟ କରିଥିଲେ ।[୨] ଓଡ଼ିଆ ଧାରାବାହିକ ଜଗତରେ ଜଣେ ଖଳନାୟିକା ଭାବରେ ସେ ଜଣାଶୁଣା ଥିଲେ । ସେ ଡିଡି ଓଡ଼ିଆର ବସୁନ୍ଧରା, ଇଟିଭି ଓଡ଼ିଆର ସଂସ୍କାର, ଓଟିଭିର ଦେବୀ, ତରଙ୍ଗର ସ୍ୱାଭିମାନ,[୩] ଉଆଁସୀ କନ୍ୟା,[୪] କଲର୍ସ ଓଡ଼ିଆର କୁମ୍କୁମ୍ ଓ ଜୀ ସାର୍ଥକର ତୋ' ପାଇଁ ମୁଁ ଭଳି ଧାରାବାହିକ ଅଭିନୟ କରିଥିଲେ ।
ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଉଆଁସୀ କନ୍ୟାରେ ସେ ନିଭେଇଥିବା ଅଳକା ନାମକ ଖଳନାୟିକା ଚରିତ୍ର ପାଇଁ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲେ ।[୫][୬] ଜୀ ସାର୍ଥକରେ ପ୍ରସାରିତ ଧାରାବାହିକ ତୋ' ପାଇଁ ମୁଁ ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୭][୮]
୨୦୦୮ ମସିହାରେ ସେ ଓଡ଼ିଅ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଅ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଆରେ ସାଥୀ ଆ, ବ୍ଲାକ୍ମେଲ୍ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।
ଧାରାବାହିକ ଓ କଥାଚିତ୍ରରେ କାମ କରିବା ବ୍ୟତୀତ ସେ କିଛି ଓଡ଼ିଆ ଆଲ୍ବମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୯]
ଅଭିନୀତ କଥାଚିତ୍ର
ସମ୍ପାଦନାଚଳଚ୍ଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ସତ୍ୟମେବ ଜୟତେ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୦୯ | ଆ'ରେ ସାଥି ଆ | ||
୨୦୧୮ | ବ୍ଲାକ୍ମେଲ୍ |
ଦୂରଦର୍ଶନ
ସମ୍ପାଦନାକାର୍ଯ୍ୟକ୍ରମ | ଚେନାଲ | ଭୂମିକା |
---|---|---|
ବସୁନ୍ଧରା | ଡିଡି ଓଡ଼ିଆ | |
ସଂସ୍କାର | ଇଟିଭି ଓଡ଼ିଆ | |
ଦେବୀ | ଓ ଟିଭି | |
ଉଆଁସୀ କନ୍ୟା | ତରଙ୍ଗ ଟିଭି | ଅଳକା |
ସ୍ୱାଭିମାନ | ତରଙ୍ଗ ଟିଭି | |
କୁମ୍କୁମ୍ | କଲର୍ସ ଓଡ଼ିଆ | |
ତୋ' ପାଇଁ ମୁଁ | ଜୀ ସାର୍ଥକ | ତାରା ପଟ୍ଟନାୟକ |
ମୃତ୍ୟୁ
ସମ୍ପାଦନାରାଜେଶ୍ୱରୀ ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୧୦][୧୧] ସେ ୨୦୧୯ ମସିହାରେ ଫୁସ୍ଫୁସ୍ ଓ ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇଥିଲେ ।[୧୨][୧୩][୧୪] ପ୍ରଥମ ଚିକିତ୍ସା ପୁରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ କରୁଥିଲେ, ମାତ୍ର ବାଲେଶ୍ୱରରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।[୧୫] ମୃତ୍ୟୁବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।[୧୬]
ଆଧାର
ସମ୍ପାଦନା- ↑ Nayak, Subhashree (21 July 2022). "ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ ଝୁରିବ ଟେଲି ଜଗତ". OdishaLIVE. Archived from the original on 21 July 2022. Retrieved 21 July 2022.
- ↑ "Popular Odia actress Rajeshwari passes away". Argus News (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ Das, Haraprasad (21 July 2022). "Odia tele actress Rajeswari Ray Mohapatra passes away". Pragativadi (in English). Bhubaneswar. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ Ranjan, Rashmi (21 July 2022). "Eminent Odia tele actress Rajeswari Ray Mohapatra no more". OTV News (in English). Bhubaneswar. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ Pattnaik, Sagarika (21 July 2022). "ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ - Dharitri". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ ଓଡ଼ିଆ ପୋର୍ଟାଲ୍. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ "ସିନେ ଜଗତକୁ ଝଟ୍କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ". ETV Bharat News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ "Odisha TV Actor Rajeswari Ray Mahapatra Passes Away". odishabytes. Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
- ↑ Dash, Chinmayee (21 July 2022). "Odia television actress Rajeswari Ray Mahapatra no more". Sambad English (in English). Bhubaneswar: sambadenglish.com. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ "ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ". Prameyanews7. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ "Popular Odia tele actress Rajeswari Ray Mohapatra passes away". Prameya English (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ SAHOO, RAJALAXMI (21 July 2022). "ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". ଓ ଟିଭି. ଓ ଟିଭି ଖବର. Archived from the original on 21 July 2022. Retrieved 21 July 2022.
- ↑ "Odia tele actress Rajeswari Ray Mohapatra passes away". KalingaTV (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
{{cite news}}
: CS1 maint: unrecognized language (link) - ↑ Routray, Rituparna (21 July 2022). "ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା | Kanak News". କନକ ନ୍ୟୁଜ୍. Archived from the original on 21 July 2022. Retrieved 21 July 2022.
- ↑ "ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". Zee ଓଡ଼ିଶା News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ WCW 4 (2022-07-21). "ଜୀବନ ଯୁଦ୍ଧରେ ହାରିଗଲେ କ୍ଯାନସର ସରଭାଇଭର ରାଜେଶ୍ୱରୀ". KNews Odisha (in ଆମେରିକୀୟ ଇଂରାଜୀ). Archived from the original on 21 July 2022. Retrieved 2022-07-21.
{{cite web}}
: CS1 maint: numeric names: authors list (link) - ↑ "ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ". ସମାଜ. ଭୁବନେଶ୍ୱର: Samaja Live. 21 July 2022. Archived from the original on 21 July 2022. Retrieved 21 July 2022.