ନିରଞ୍ଜନ ଶତପଥୀ ଜଣେ ଓଡ଼ିଆ କଥାଚିତ୍ର ଓ ନାଟକ ଅଭିନେତା ଏବଂ ନିର୍ଦ୍ଦେଶକ ।

ନିରଞ୍ଜନ ଶତପଥୀ
ଜନ୍ମ(1927-08-27)୨୭ ଅଗଷ୍ଟ ୧୯୨୭
ବାଉଁଶଲୁଣ୍ଡି, ଭଞ୍ଜନଗର, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୬ ଜାନୁଆରୀ ୨୦୧୫(2015-01-06) (ବୟସ ୮୭)
ଭୁବନେଶ୍ୱର
ସକ୍ରିୟ ବର୍ଷ୧୯୫୦-୧୯୮୪
ଜଣାଶୁଣାଅଭିନେତା
ଜୀବନସାଥୀସୌଦାମିନୀ
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

୨୭ ଅଗଷ୍ଟ ୧୯୨୭ ମସିହାରେ ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶତପଥୀ ଆଇଏ ପାସ୍‍ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାୟୁସେନାରେ ଯୋଗ ଦେଇଥିଲେ ।[୧] ତାଙ୍କୁ ଓଡ଼ିଶା ପୁଲିସର ସର୍ଜେଣ୍ଟ ଭାବେ ନିଯୁକ୍ତି ମିଳିଥିଲା; ହେଲେ ସେ ସୁଯୋଗ ପ୍ରତ୍ୟାହାର କରି ପେସାଦାର ଅଭିନେତାର ପରିଚୟ ସୃଷ୍ଟି କରିଥିଲେ । ୧୯୭୪ରେ ଅନ୍ନୂର୍ଣ୍ଣା ଥିଏଟର ‘ଏ ଗୃପ’ରେ ଯୋଗ ଦେଇଥିଲେ । ପରେ ସେ ଅନ୍ନପୂର୍ଣ୍ଣା ‘ବି’ ଗୃପ କଟକରେ ଯୋଗ ଦେଇ ‘ଘର ସଂସାର’ ନାଟକରେ ମିଃ ବର୍ମା ଭୂମିକାରେ ମର୍ମସ୍ପର୍ଶୀ ଅଭିନୟ କରି ସମସ୍ତଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହି ନାଟକ ତାଙ୍କୁ ଜଣେ ଲୋକପ୍ରିୟ ଅଭିନେତାଭାବେ ପ୍ରତିଷ୍ଠା ଆଣିଦେଇଥିଲା । ମଞ୍ଚ ନାଟକ ବ୍ୟତୀତ ସେ ଓଡ଼ିଆ କଥାଚିତ୍ର ଶ୍ରୀ ଜଗନ୍ନାଥ, ସହରୀ ବାଘ, ଘର ବାହୁଡ଼ା, ଅଲିଭା ଦାଗ, ଘର ସଂସାର, ଅଦିନ ମେଘ, ଜୀବନସାଥୀ, ‘ନିଝୁମ ରାତିର ସାଥୀ’ ପ୍ରଭୃତି କଥାଚିତ୍ରରେ ଅଭିନୟ କରିଥିଲେ । ୬ ଜାନୁଆରୀ ୨୦୧୫, ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱରସ୍ଥ ଭିଏସ୍‍ଏସ୍‍ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ଅସୁସ୍ଥ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ , ପୁତ୍ର, କନ୍ୟା, ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।[୨]

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

ତାଙ୍କର ଅନନ୍ୟ ସାଧନା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ (୧୯୯୧), ଶାରଳା ପୁରସ୍କାର, କଳିଙ୍ଗ ପୁରସ୍କାର, ଓଡ଼ିଶା ସିନେ କ୍ରିଟିକ୍‍ ଆସୋସିଏସନ, ଶତାବ୍ଦୀର କଳାକାର ସମ୍ମାନ, ଇଟ୍‍ ସମ୍ମାନ, ମନନ ସମ୍ମାନ, ପଞ୍ଚମବେଦ ସମ୍ମାନ ପାଇଥିଲେ ।

ଆଧାର ସମ୍ପାଦନ କରନ୍ତୁ

  1. ପ୍ରମେୟ, ୭ ଜାନୁଆରୀ ୨୦୧୫, ପୃଷ୍ଠା:୩
  2. ସମାଜ, ୭ ଜାନୁଆରୀ ୨୦୧୫, ପୃଷ୍ଠା:୩
  3. Palit, Ashok. "Odisha: Guru Kelucharan Mohapatra Samman for 2014 announced". OrissaDiary. OMIS Pvt. Ltd. Retrieved 7 January 2015.
  4. "Honour for actor". The Hindu. The Hindu. Retrieved 7 January 2015.
  5. Sahu, Diana. "To Akhire Mu wins best movie award". The New Indian Express. The New Indian Express. Retrieved 7 January 2015.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ