ଭିକାରୀ ବଳ

ଓଡ଼ିଶୀ ସଙ୍ଗୀତ ଗୁରୁ ଓ କଣ୍ଠଶିଳ୍ପୀ

ଭଜନ ସମ୍ରାଟ ଭିକାରୀ ଚରଣ ବଳ ଓଡ଼ିଶାର କେନ୍ଦ୍ରାପଡ଼ା, ସୋବଳାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତଜ୍ଞ ଓ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି ।

ଭଜନ ସମ୍ରାଟ ଭିକାରୀ ବଳ
Bhikari Bal.jpg
ଭିକାରୀ ବଳ
ଜନ୍ମ ଓ ଜନ୍ମସ୍ଥାନମଇ ୨୫, ୧୯୨୯(1929-05-25)
ମୃତ୍ୟୁ୨ ନଭେମ୍ବର ୨୦୧୦(2010-11-02) (ବୟସ ୮୧)
ମୃତ୍ୟୁର କାରଣପାର୍କିନ୍‌ସନ୍ ରୋଗ[୧]
ବାଖରାବାଦ, କଟକ
ନାଗରିକତା ଭାରତୀୟ
ଜୀବିକାସଙ୍ଗୀତ ଗାନ
ପ୍ରସିଦ୍ଧିଭଜନ
ଶୈଳୀଓଡ଼ିଶୀ ସଙ୍ଗୀତ
ଜୀବନସାଥିଉଷାରାଣୀ ଦେବୀ
ସନ୍ତାନ୨ ପୁଅ, ଜଣେ ଝିଅ
ୱେବସାଇଟଭିକାରି ବଳ (ଇଣ୍ଟରନେଟ ମୁଭି ଡାଟାବେସରେ)

ଜୀବନକାଳସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ନେଇଥିଲେ । ତାଙ୍କ ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, ତେଣୁ କେବଳ ଭିକାରି ହିଁ ଜୀଇଁ ରହିଥିବାରୁ ଭଗବାନଙ୍କ କୃପା ଭାବି ତାଙ୍କ ନାମ 'ଭିକାରି' ରଖାଯାଇଥିଲା । ସେ ଖୁବ ଛୋଟ ଥିଲା ବେଳେ ତାଙ୍କ ବାପା ମାଆ ମୃତ୍ୟୁ ବରଣ କରିଥିଲେ । ତାଙ୍କ ବାପାଙ୍କ ପ୍ରଥମ ପକ୍ଷ ବିବାହର ପୁଅ ଧନେଶ୍ୱର ଓ ତାଙ୍କ ପତ୍ନୀଙ୍କ ଦେଇ ଶିଶୁ ଭିକାରିଙ୍କ ଲାଳନପାଳନ ହୋଇଥିଲା ।

କିଶୋର ଜୀବନସମ୍ପାଦନ କରନ୍ତୁ

ପ୍ରାଥମିକ ଶିକ୍ଷା ପରେ ଭିକାରୀ କେନ୍ଦ୍ରାପଡ଼ା ଜିଲା କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଏହା ପରେ ନିଜ ଗାଁ ସବଳାରେ ସେ ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାନ, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅମାନେ ଝିଅ ବେଶ ହୋଇ ଗୋଟିପୁଅ ଭାବେ ନାଟ କରୁଥିଲେ । ଏହାପରେ ସେ ଏକ ପାଖ ସ୍କୁଲ, ଗୋକୁଳାନନ୍ଦ ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷକ ହୋଇଥିଲେ । ସେ ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ କଟକ କାମ ପାଇଁ ଆସିଥିଲେ ।

୭୦ ଦଶକସମ୍ପାଦନ କରନ୍ତୁ

ଗୁରୁ ଖିତିଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ । ଯେତେବେଳେ ସେ ଆକାଶବାଣୀରେ ଗାୟକ ଭାବରେ ଯୋଗଦେବାକୁ ଆବେଦନ କରି ବିଧିବଦ୍ଧ ଭାବେ ଗାୟକ ହେବା ପାଇଁ ଚେଷ୍ଟାଚଳାଇଥିଲେ । ସେଠାରେ ସେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ୧୯୬୩ରେ କାମ ଆରମ୍ଭ କଲେ । ପ୍ରାଣ ମିତଣି ବାରେ ଚାହାଁରେ ଗୀତ ପାଇଁ ସେ ସେଠାରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ । ହେଲେ ତାହାଙ୍କ ଜନପ୍ରିୟତା କୋଠ ଭୋଗଖିଆ ଗୀତରୁ ଅନେକ ବଢ଼ିଯାଇଥିଲା । ଏହି ଗୀତ ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା ।

ଉତ୍ତର ଜୀବନସମ୍ପାଦନ କରନ୍ତୁ

ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳିସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି ।

ସେ ଡ. ପ୍ରସନ୍ନ ସାମଲ, ଖିରୋଦ ଚନ୍ଦ୍ର ପୋଥାଳ, ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ, ଅଲେଖ ବିଶ୍ୱାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।

ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦ ଆବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦଲୋକଗୀତ ମଧ୍ୟ ଗାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ "ଭଜନ ସମ୍ରାଟ" ଉପାଧିରେ ଭୂଷିତ କରିଥିଲେ ଓ ଜଗନ୍ନାଥ ମନ୍ଦିରରେ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ସେ ଜଗନ୍ନାଥଙ୍କର ଚାମର ସେବା ନିମନ୍ତେ ମଧ୍ୟ ସୁଯୋଗ ପାଇଥିଲେ । ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର "ଚଗଲା ମନ" ଓ ଶେଷ ସଙ୍ଗୀତ ପରିବେଷଣ ଥିଲ ୨୦୦୬ରେ । ତାହା ପରେ ସେ ପାର୍କିନ୍‌ସନ୍ ରୋଗରେ ପିଡ଼ୀତ ହୋଇ ଶଯ୍ୟାଶାୟୀ ହୋଇଥିଲେ ।[୨]

ନଭେମ୍ବର ୨, ୨୦୧୦ରେ ତାଙ୍କର ପରଲୋକ ହୋଇଥିଲା ।[୧][୩][୪]

ସୁପରିଚିତ ସଙ୍ଗୀତସମ୍ପାଦନ କରନ୍ତୁ

ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ମସିହା ନାମ ଯୋଗଦାନ
୧୯୮୩ ଅଭିଳାଷ କଣ୍ଠଦାନ
୧୯୮୩ ଭକ୍ତ ସାଲବେଗ କଣ୍ଠଦାନ
୧୯୮୦ ଅଗ୍ନି ପରୀକ୍ଷା କଣ୍ଠଦାନ
୧୯୮୦ ଅପରିଚିତା କଣ୍ଠଦାନ
୧୯୭୯ ମଥୁରା ବିଜୟ କଣ୍ଠଦାନ
୧୯୭୯ ଶ୍ରୀକୃଷ୍ଣ ରାସଲୀଳା କଣ୍ଠଦାନ
୧୯୭୮ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ନିର୍ଦ୍ଦେଶନା
୧୯୭୭ ଅନୁତାପ କଣ୍ଠଦାନ
୧୯୭୬ ଅମର ପ୍ରେମ କଣ୍ଠଦାନ
୧୯୭୩ କନକଲତା କଣ୍ଠଦାନ
୧୯୬୮ କିଏ କାହାର କଣ୍ଠଦାନ

[୩]

ଅନ୍ୟାନ୍ୟସମ୍ପାଦନ କରନ୍ତୁ

  • କୋଠ ଭୋଗଖିଆ
  • ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ
  • ଭଜୁ କି ନା ରାମ ନାମ
  • ଭକତ ବିଦୂର ଶାଗ ଭଜା ଦେଇ
  • ହାତରେ ମୋ ମୁଠା ମୁଠା ଶରଧା ବାଲି
  • ତୋର ସାଆନ୍ତପଣକୁ କିଏ ସରିକି
  • ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ
  • ଅଜା ଥାଉ ଥାଉ ନାତି ଯାଏ ଚାଲି
  • ତୋତେ ବାହୁଡ଼େଇ ନେବି ଆସିଛି
  • ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ

[୪][୨]

ମାନସମ୍ମାନସମ୍ପାଦନ କରନ୍ତୁ

  • ଭଜନ ସମ୍ରାଟ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦେଇ ଭଜନ ସମ୍ରାଟ ଉପାଧିରେ ଭୂଷିତ ।
  • ପରଲୋକ ପରେ ତାଙ୍କ ସ୍ମୃତିରେ "ଭିକାରୀ ବଳ ଫାଉଣ୍ଡେସନ" ନାମରେ ଏକ ସଙ୍ଗଠନ ଗଠିତ ହୋଇଛି ଓ ପ୍ରତି ବର୍ଷ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।[୫] ତାହାଙ୍କୁ ପଦ୍ମ ଉପାଧିରେ ଭୂଷିତ କରିବା ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ।[୬][୭]

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ